Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଲେ ସିଦ୍ଧୁ
ଆଜିର ଖବର

ମୋଦିଙ୍କୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଲେ ସିଦ୍ଧୁ

April 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
navjot singh sidhu slams to pm modi
navjot singh sidhu slams to pm modi

ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ସହ ନେତାଙ୍କ ବିବାଦୀୟ ବୟାନବାଜି ମଧ୍ୟ ଜାରି ରହିଛି। ନିର୍ବାଚନ କମିଶନଙ୍କ କଡା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ମଧ୍ୟ ଆରୋପ ପ୍ରତ୍ୟାରୋପର ରାଜନୀତି ଥମିବାର ନାଁ ଧରୁନାହିଁ। କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି। ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି, ୨୦୧୪ରେ ମୋଦିଙ୍କ ଗଙ୍ଗା ମା’ଙ୍କ ନାଁ ନେଇ ଆସିଥିଲେ, କିନ୍ତୁ ୨୦୧୯ରେ ରାଫେଲର ଦଲାଲ ହୋଇ ଯିବେ। ସିଦ୍ଧୁ ବିଜେପିକୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ମୋଦି କହୁଛନ୍ତି ପେନ୍ ଟିଏ କିଣିଲେ ବିଲ୍ ନେବା ପାଇଁ କିନ୍ତୁ ରାଫେଲ ବିଲ୍ କଥା ପଚାରିଲେ ସେ ହଡବଡେଇ ଯାଉଛନ୍ତି। ଯେଉଁ କବାଟ ବାହାରେ ଚୌକିଦାର ଛିଡା ହେଉଛନ୍ତି, ସେହି କବାଟ ସବୁବେଳେ ଗରିବଙ୍କ ପାଇଁ ବନ୍ଦ ଥିବା ଦେଖିବାକୁ ମିଳୁଛି ବୋଲି ସିଦ୍ଧୁ କହିଛନ୍ତି। ତେବେ ଏହା ପୂର୍ବରୁ ଗତ ବୁଧବାର ଗୁଜୁରାଟର ଅହମ୍ମଦବାଦଠାରେ ଏକ ନିର୍ବାଚନୀ ସଭାରେ ମୋଦିଙ୍କୁ ଟାର୍ଗେଟ କରି ଗୋଧ୍ରା କାଣ୍ଡକୁ ନେଇ ମୋଦିଙ୍କୁ ଘେରିଥିଲେ। ସିଦ୍ଧୁ ଏହି ଅବସରରେ କହିଛନ୍ତି ଚଳିତ ଲୋକସଭା ନିର୍ବାଚନ ଭଗବାନ କୃଷ୍ଣ ଓ କଂସ, ରାମ ଓ ରାବଣ, ଗଡ୍‌ସେ ଓ ଗାନ୍ଧିଙ୍କ ମଧ୍ୟରେ ହେଉଛି। ଏହି ସହିତ ରାଫେଲ୍‌ ସୌଦା, ବେରୋଜାରୀ ଓ କୃଷକ ବିଷୟବସ୍ତୁକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା ସହିତ ତାଙ୍କ ସହିତ ବିତର୍କ କରିବାକୁ ଆହ୍ବାନ ଦେଇଛନ୍ତି। କଂଗ୍ରେସର ଷ୍ଟାର ପ୍ରଚାରକ ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ୍‌ ସମୁଦ୍ର ଭିତରେ ରେଲପଥ ପାଇଁ ପ୍ରଚେଷ୍ଟା ଚଳାଇଛି, ଆମେରିକା ମଙ୍ଗଳରେ ଜୀବନକୁ ଖୋଜିବାର ପ୍ରଯତ୍ନ କରୁଛି ଓ ରୁଷ୍‌ ରୋବାଟ୍‌ ଆର୍ମି ପ୍ରସ୍ତୁତ କରୁଛି କିନ୍ତୁ ଭାରତ କ’ଣ କରୁଛି ? ଆମେ ଚୌକିଦାର କରିବାରେ ସାହାଯ୍ୟ କରୁଛୁ , ଯିଏ ବାସ୍ତବରେ ଚୋର।

pmmodi sidhu slams thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.