ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ବନିଥିବା ହାର୍ଦ୍ଦିକ ପଟେଲଙ୍କୁ ଏକ ନିର୍ବାଚନୀ ସଭାରେ ଆକ୍ରମଣ କରାଯାଇଛି। ଗୁଜରାତର ସୁରେନ୍ଦ୍ରେ ନଗରରେ ଏକ ଜନ ଆକ୍ରୋଶ ସଭାକୁ ସମ୍ବୋଧି୍ତ କରୁଥିବା ବେଳେ ହାର୍ଦ୍ଦିକଙ୍କ ଉପରେ ଏହି ଆକ୍ରମଣ କରାଯାଇଛି। ପ୍ରକାଶିତ ଭିଡିଓ ଅନୁଯାୟୀ ଭାଷଣ ଦେଉଥିବାକ ସମୟରେ ଜଣେ ବ୍ୟକ୍ତି ଷ୍ଟେଜ୍ ଉପରକୁ ଚଢିଯାଇ ହାର୍ଦ୍ଦିକଙ୍କୁ ଚାପୁଡା ମାରିଥିଲେ। ପରେ ହାର୍ଦ୍ଦିକଙ୍କ ସହିତ ଯୁକ୍ତିତର୍କ ପରେ କଂଗ୍ରେସ କର୍ମୀ ତାଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଆକ୍ରମଣ କାରୀ ଯୁବକଙ୍କୁ ଗିରଫ କରି ନେଇଛି। ଆକ୍ରମଣର କାରଣ ଜଣା ପଡି ନଥିଲେ ମଧ୍ୟ ଏହାକୁ ବିଜେପି ପ୍ରରୋଚିତ ଆକ୍ରମଣ ବୋଲି କହିଛନ୍ତି ହାର୍ଦ୍ଦିକ।