ମୋ ହେଲିକପ୍ଟର ସଟ୍‌କୁ ଧୋନୀ ପସନ୍ଦ କରିଛନ୍ତି : ହାର୍ଦ୍ଦିକ

Published: Apr 19, 2019, 5:04 pm IST

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜର ଟ୍ରେଡମାର୍କ ହେଲିକପ୍ଟର ସଟ୍ ପାଇଁ ପ୍ରସିଦ୍ଧ । ନିକଟରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ହେଲିକପ୍ଟର ସଟ୍‌ ଖେଳିଥିଲେ । କାଗିସୋ ରବାଡାଙ୍କୁ ମାରିଥିବା ସଟ୍‌ରେ ୬ ରନ୍‌ ହାସଲ କରିଥିଲେ ହାର୍ଦ୍ଦିକ୍‌ । ଏହା ପରେ ହାର୍ଦ୍ଦିକ କହିଛନ୍ତି ‘ମୋ ହେଲିକପ୍ଟର ସଟ୍‌କୁ ଧୋନୀ ପସନ୍ଦ କରିଛନ୍ତି’ । ଚଳିତ ଆଇପିଏଲ୍‌ରେ ପାଣ୍ଡ୍ୟା ଚମତ୍କାର ଫର୍ମରେ ଅଛନ୍ତି । ୨୧୮ ରନ୍‌ ସଂଗ୍ରହ କରିଥିବା ବେଳେ ଅବିଶ୍ବସନୀୟ ୧୯୪.୬୪ ର ଷ୍ଟ୍ରାଇକ୍‌ ରେଟ୍‌ ହାସଲ କରିଛନ୍ତି । ଏହି ମ୍ୟାଚ୍‌ରେ ହାର୍ଦ୍ଦିକ୍‌ ୧୫ ବଲ୍‌ରୁ ୩୨ ରନ୍‌ ସଂଗ୍ରହ କରିଥିବା ବେଳେ ମୁମ୍ବାଇ ୪୦ ରନ୍‌ରେ ବିଜୟୀ ହୋଇଥିଲା । ଧୋନୀଙ୍କ ହେଲିକପ୍ଟର ସଟ୍‌ ମୁଁ ନେଟ୍ସରେ ଅଭ୍ୟାସ କରେ ମାତ୍ର ମ୍ୟାଚ୍‌ରେ ଖେଳିବା ନିହାତି କଷ୍ଟସାଧ୍ୟ ଥିଲା । ଏହି ସଟ୍‌ ପରେ ବଢିଆ ଭାବରେ ସଟ୍‌ ଖେଳିଥିବା ନେଇ ଧୋନୀ କହିଥିବା ପ୍ରକାଶ୍ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

( ମୋବାଇଲରେ ଫଟାଫଟ୍ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA  ଆପ, ପରେ ସ୍କ୍ରିନକୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)

Related posts