ମୁଲାୟମ୍‌ ହେଉଛନ୍ତି ସଚ୍ଚା ସେବକ, ମୋଦିଙ୍କ ପରି ନକଲି ନୁହଁନ୍ତି : ମାୟାବତୀ

Published: Apr 19, 2019, 7:15 pm IST

ରାଜନୀତିରେ ସବୁବେଳେ କିଛି ନା କିଛି ବିଚିତ୍ର ଘଟଣା ଦେଖିବାକୁ ମିଳିଥାଏ । ତେବେ ଆଜି ଦୁଇ ଦଶନ୍ଧି ଧରି ରହିଥିବା ଶତ୍ରୁତା ଆଜି ମିତ୍ରତାରେ ପରିଣତ ହୋଇଥିବାର ଦେଖିବାକୁ ମିଳିଛି । ୨୪ ବର୍ଷ ପରେ ଦୁଇ ରାଜନୈତିକ ଶତ୍ରୁ ଆଜି ମିତ୍ରରେ ପରିଣତ ହୋଇ ଏକାଠି ଏକ ସଭାକୁ ସମ୍ବୋଧନ କରିଛନ୍ତି । ମୈନ୍‌ପୁରୀରେଠାରେ ଆୟୋଜିତ ଏକ ରାଲିରେ ସମାଜବାଦୀ ଦଳର ସଂସ୍ଥାପକ ମୁଲାୟମ୍‌ ସିଂ ଯାଦବ ଓ ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀଙ୍କୁ ଏକାଠି ଏକସାଙ୍ଗରେ ଦେଖିବାକୁ ମିଳିଥିଲା । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଉଭୟ ମେଣ୍ଟ କରି ଚଳିତ ନିର୍ବାଚନ ଲଢୁଛନ୍ତି । ଚଳିତଥର ମୈନପୁରୀରୁ ସମାଜବାଦୀର ସଂସ୍ଥାପକ ମୁଲାୟମ୍‌ ସିଂ ନିର୍ବାଚନ ଲଢୁଛନ୍ତି । ସମସ୍ତ ରାଗରୋଷ ତଥା ଶତ୍ରୁତାକୁ ଭୁଲି ମାୟାବତୀ ଆଜି ମୁଲାୟମ୍‌କୁ ପାଇଁ ପ୍ରଚାର କରିଛନ୍ତି ।  ଏହି ଅବସରରେ ମାୟାବତୀ କହିଛନ୍ତି ଯେ,  ମୁଲାୟମ୍‌ ହେଉଛନ୍ତି ଅସଲି ପଛୁଆ ବର୍ଗ, କିନ୍ତୁ ମୋଦି ହେଉଛନ୍ତି ନକଲି ପଛୁଆ ବର୍ଗ । ସେ ଦଳିତ ତଥା ପଛୁଆ ବର୍ଗଙ୍କ ପାଇଁ କିଛି କାର୍ଯ୍ୟ କରିନାହାନ୍ତି ।  ତାଙ୍କ ଉନ୍ନତି ହେଉ ଅଥବା ଚାକିରି କ୍ଷେତ୍ରରେ ହେଉ ମୋଦି ସେମାନଙ୍କୁ ଅଣଦେଖା କରିଛନ୍ତି । ଆମେ ଏବେ ଜଣେ ସଚ୍ଚା ସେବକଙ୍କୁ ବାଛିବା, ଯିଏ ପଛୁଆ ବର୍ଗଙ୍କ ପାଇଁ ଉଚିତ୍‌ କାମ କରିବେ । ମୁଲାୟମ୍‌ ସଦା ସର୍ବଦା ସମାଜର ସବୁ ବର୍ଗଙ୍କ ପାଇଁ କାମ କରିଛନ୍ତି ।  ଏହି ଅବସରରେ ମୁଲାୟମ୍‌ଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଅପିଲ୍‌ କରିଛନ୍ତି ମାୟାବତୀ ।  ଏହି ଅବସରରେ ଅଖିଳେଶ ଯାଦବ ମାୟାବତୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମୈନପୁରୀର ଆସନରୁ ବିଜେପି କେବେ ବାଜିମାତ କରିନାହିଁ ।  ମୁଲାୟମ୍‌ ପ୍ରଥମେ ଏହି ଆସନରୁ ୧୯୯୬ ମସିହାରେ ଜିତିଥିଲେ, ପୁର୍ନବାର ୨୦୦୪, ୨୦୦୯ ଓ ୨୦୧୪ରେ ମଧ୍ୟ ଏସ୍‌ପି ଏହି ଆସନକୁ କବ୍‌ଜାରେ ରଖିଥିଲା ।

Related posts