Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସ ଛାଡିଲେ ପ୍ରଫୁଲ ମାଝୀ, ସେପଟେ ଦଳ କଲା ବହିସ୍କୃତ, ବିଜେଡିରେ ଦେବେ ଯୋଗ
ବିଶେଷ ଖବର

କଂଗ୍ରେସ ଛାଡିଲେ ପ୍ରଫୁଲ ମାଝୀ, ସେପଟେ ଦଳ କଲା ବହିସ୍କୃତ, ବିଜେଡିରେ ଦେବେ ଯୋଗ

December 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ ଛାଡିଲେ ପ୍ରଫୁଲ ମାଝୀ, ସେପଟେ ଦଳ କଲା ବହିସ୍କୃତ, ବିଜେଡିରେ ଦେବେ ଯୋଗ

ଭୁବନେଶ୍ବର: ଶେଷରେ ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରେ ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ ମାଝୀ କଂଗ୍ରେସ ଛାଡିଛନ୍ତି। ଏହା ଜାଣିବା ପରେ ସେପଟେ ତାଙ୍କୁ ଦଳ ବହିସ୍କାର କରିଛି। ସେ ପୂର୍ବରୁ କଂଗ୍ରେସ ଛାଡିବେ ବୋଲି ଆଶା କରାଯାଉଥିଲା। କାରଣ ତାଙ୍କୁ କଂଗ୍ରେସ ଦଳ ଭିତରେ ଯେପରି ଗୁରୁତ୍ବ ଦେବା କଥା ତାହା ହେଲା ନାହିଁ। ଏହାକୁ ନେଇ ସେ ଅସନ୍ତୁଷ୍ଠ ଥିଲେ।

ପ୍ରଫୁଲ ମାଝି ତିନିଥର ତଲସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥି ଭାବେ ଜିତି ଆସୁଥିଲେ। ହେଲେ ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କଠାରୁ ହାରିଯାଇଥିଲେ। 2006 ମସିହାରେ ତାଙ୍କର ଶଶୁର ଗଜାଧର ମାଝୀଙ୍କ ଦେହାନ୍ତ ପରେ ପ୍ରଫୁଲ ଉପନିର୍ବାଚନରେ ବିଜୟ ହୋଇ ଆସିଥିଲେ। ଏହାପରେ ସେ ଲଗାତର ଦୁଇଥର କଂଗ୍ରେସ ପ୍ରାର୍ଥୀ ଭାବେ ଜିତି ଆସୁଥିଲେ।

ଗତ 2019 ନିର୍ବାଚନରେ ସେ କଂଗ୍ରେସ ପ୍ରତି ଅସନ୍ତୁଷ୍ଠ ଥିଲେ। ସେଥିପାଇଁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବେ ବୋଲି ସମ୍ଭାବନା ରହିଥିଲା। ହେଲେ ପରବର୍ତ୍ତି ସମୟରେ ତାହା ସଫଳ ହୋଇପାରି ନ ଥିଲା। ଫଳରେ ସେ କଂଗ୍ରେସ ଟିକେଟର ପ୍ରତିଦ୍ବନ୍ଦିତା କରି ହାରିଯାଇଥିଲେ। ଏଥିପାଇଁ କଂଗ୍ରେସ ଦାୟୀ ବୋଲି ସେ ସେତେବେଳେ ଆରୋପ କରିଥିଲେ।

ପ୍ରଫୁଲ ବର୍ତ୍ତମାନ କଂଗ୍ରେସ ଛାଡିବା ପରେ ବିଜେଡିରେ ଯୋଗ ଦେବେ ବୋଲି ନିଶ୍ଚିତ ହୋଇଛି। କାରଣ ସେ ଇତିମଧ୍ୟରେ ବିଜେଡିର ମଙ୍ଗୁଆଳଙ୍କ ସହିତ ଯୋଗାଯୋଗ କରି କଥାବାର୍ତ୍ତା କରି ସାରିଛନ୍ତି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ଚାଲିଥିଲା। ଯାହା ବର୍ତ୍ତମନା ସତ ହେବାକୁ ଯାଉଛି।

ବର୍ତ୍ତମାନ କଂଗ୍ରେସର ଗୋଟିଏ ପରେ ଗୋଟିଏ ଭେଟରାନ ନେତା ଖସିବାରେ ଲାଗିଛନ୍ତି। ନିକଟରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ସେହିପରି ପ୍ରଫଲ ମାଝି ହେଉଛନ୍ତି ଦଳର ଆଉ ଜଣେ ଭେଟରାନ। ହେଲେ ସେ ମଧ୍ୟ ଦଳ ଛାଡି ବିଜେଡି ମୁହାଁ ହୋଇଛନ୍ତି। ଭବିଷ୍ୟତରେ ଆଉ ଡଜେନ ନେତା ମଧ୍ୟ କଂଗ୍ରେସ ଛାଡି ବିଜେଡି ଯିବେ ବୋଲି ଜଣାପଡିଛି।

କଂଗ୍ରେସ ପୂର୍ବତନ ସାଂସଦ ପ୍ରଦୀପ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

May 26, 2026

ରାଜଧାନୀରେ ବୁଲିଲା ଖଣ୍ଡା

May 25, 2026

ସତର୍କତା ଏବଂ ନିରାପଦ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ  ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ 

May 25, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026
Latest News

ଇବୋଲା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା

May 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

May 26, 2026

ମଙ୍ଗଳବାରରେ ଏହି ସାତୋଟି ରାଶି ହେବ ମାଲେମାଲ, ମିଳିବ ଅଦୃଶ୍ୟ ଶକ୍ତିର ସାହାଯ୍ୟ

May 26, 2026

ରାଜଧାନୀରେ ବୁଲିଲା ଖଣ୍ଡା

May 25, 2026

ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍‌ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ର ପାଇଲେ ପଦ୍ମଶ୍ରୀ ପୁରସ୍କାର

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.