Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ରାଜନୀତିର ଜଣେ ଭୀଷ୍ମ ପିତାମହ ଥିଲେ ବେଦପ୍ରକାଶ ଅଗ୍ରୱାଲା, ୮୩ ବର୍ଷ ବୟସରେ ମଧ୍ୟ ସେ ରାଜନୀତିରେ ଥିଲେ ସକ୍ରିୟ
ବିଶେଷ ଖବର

ଓଡିଶା ରାଜନୀତିର ଜଣେ ଭୀଷ୍ମ ପିତାମହ ଥିଲେ ବେଦପ୍ରକାଶ ଅଗ୍ରୱାଲା, ୮୩ ବର୍ଷ ବୟସରେ ମଧ୍ୟ ସେ ରାଜନୀତିରେ ଥିଲେ ସକ୍ରିୟ

April 20, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବେଦପ୍ରକାଶ ଅଗ୍ରୱାଲା। ନିର୍ବାଚନ ଯୁଦ୍ଧରେ ଲଢେଇ କରି ଜିତିବାର ଆଶା ରଖିଥିଲେ , ହେଲେ ତା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରିଗଲେ। ୮୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଜ୍ୟର ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲା। ଏହି ଖବର ଜଣାପଡିବା ପରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି। କାରଣ ସେ ସାଧାରଣ ଜୀବନରେ ଯେପରି ସରଳ ଓ ଆମାୟିକ ଥିଲେ ରାଜନୀତିରେ ମଧ୍ୟ ବେଶ୍ ଦୃଢ ଥିଲେ। ବେଦପ୍ରକାଶ ଦୀର୍ଘ ଦିନ ଧରି ଅସୁସ୍ଥତା ସତ୍ବେ ସେ ନିର୍ବାଚନ ମଇଦାନରେ ଲଢେଇ କରିବାରେ ସକ୍ଷମ ଥିଲେ। ସେଇଥି ପାଇଁ ବିଜେଡି ତାଙ୍କୁ ଏଥର ପାଟକୁରା ନିର୍ବାଚନ ମଣ୍ଡଳି ପାଇଁ ବିଧାନସଭା ପ୍ରାର୍ଥୀ କରିଛି। ସାମାନ୍ୟ ଭଲ ହେବା ପରେ ସେ ହସପିଟାଲରୁ ଯାଇ ନିଜର ପ୍ରାର୍ଥୀ ପତ୍ର ଦାଖଲ ମଧ୍ୟ କରିଛନ୍ତି। ହେଲେ ବର୍ତ୍ତମାନ ସବୁକିଛି ଓଲଟ ପାଲଟ ହୋଇଯାଇଛି। ତାଙ୍କର ମୃତ୍ୟୁ ପରେ ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନ ସ୍ଥଗିତ ହୋଇ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିଲେ ବେଦପ୍ରକାଶ ଅଗ୍ରୱାଲା। ସେହିସମୟରେ ସେ କେନ୍ଦ୍ରାପଡା ଆସନରୁ ୪ ଥର ବିଧାୟକ ଭାବେ ଜିତି ଥିଲେ। ଏହାପରେ କେନ୍ଦ୍ରପଡା ଆସନ ସୀମା ସଂରକ୍ଷିତ ହେବା ପରେ ସେ ପାଟକୁରାକୁ ନିଜ ନିର୍ବାଚନ ମଣ୍ଡଳି ଭାବେ ବାଛିଥିଲେ। ପାଟକୁରାରୁ ସେ ୨୦୦୯ ଏବଂ ୨୦୧୪ ମସିହା ନିର୍ବାଚନରେ ଜିତି ଦୁଇ ଥର ବିଧାୟକ ମଧ୍ୟ ହୋଇଛନ୍ତି। ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ଅର୍ଥମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଏପରିକି ଗ୍ରାମ୍ୟ ଉନ୍ନୟନ, ସାଧାରଣ ବଣ୍ଟନ ପରି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ବେଦ ପ୍ରକାଶ ଅଗ୍ରୱାଲା। ସେ ନିଜ ନିର୍ବାଚନ ମଣ୍ଡଳିରେ ରହି ଲୋକଙ୍କ ସେବାକୁ ବେଶୀ ଗୁରୁତ୍ବ ଦେଇଆସୁଥିଲେ। ପରିଣତ ବୟସରେ ମଧ୍ୟ ତାଙ୍କ ଉପରେ ନବୀନ ଭରସା କରିଥିଲେ। ଯାହା ଦ୍ବାରା ତାଙ୍କୁ ପାଟକୁରାରୁ ଟିକେଟ ଦେବା ସହିତ ବିଜୁ ଜନତା ଦଳର ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ମଧ୍ୟ ନିଯୁକ୍ତି ଦେଇଥିଲେ। ବେଦପ୍ରକାଶ ଚଳିତ ନିର୍ବାଚନ ପାଇଁ ଇସ୍ତାହାର ମଧ୍ୟ ପ୍ରସ୍ତୁତ କରିଛନ୍ତି। ହେଲେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କର ଧର୍ମପତ୍ନୀ ତାଙ୍କ ପୁଅଙ୍କୁ ଟିକେଟ ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ନବୀନ ବେଦପ୍ରକାଶଙ୍କୁ ହିଁ ଟିକେଟ ଦେଇ ନିର୍ବାଚନ ମଇଦାନରେ ଲଢେଇ କରିବା ପାଇଁ କହିଥିଲେ। ବହୁ କଷ୍ଟରେ ବେଦପ୍ରକାଶ ନିଜେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଲୋକଙ୍କୁ ଭୋଟ ଭିକ୍ଷା ମଧ୍ୟ କରିଛନ୍ତି। ହେଲେ ପୁଣି ଥରେ ସେ ଅସୁସ୍ଥ ହୋଇପଡିବାରୁ ଭୁବନେଶ୍ବର ହସପିଟାଲରେ ଭର୍ତ୍ତି ହୋଇଥିଲେ।

ସମସ୍ତଙ୍କର ଆଶା ଥିଲା ସେ ସୁସ୍ଥ୍ୟ ହୋଇ ଫେରିବେ ଆଉ ନିର୍ବାଚନ ଲଢିବେ। ହେଲେ ସେ ଆଶା ହିଁ ଆଶାରେ ରହିଗଲା। ବର୍ତ୍ତମାନ ପାଟକୁରା ଆସନରେ ବେଦୁଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ରାଜନୀତିର ବରିଷ୍ଠ ନେତା ବିଜୟ ମହାପାତ୍ର। ଏକଦା ବିଜୟ ବେଦୁ ଗୋଟିଏ ଦଳରେ ରହି କାର୍ଯ୍ୟ କରୁଥିଲେ। ଆଉ ସେତେବେଳେ କେନ୍ଦ୍ରାପଡାରୁ ଏହି ଦୁଇ ନେତା ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେନ୍ଦ୍ରାପଡା ସବୁବେଳେ ଓଡିଶା ରାଜନୀତିକୁ ପ୍ରଭାବିତ କରିଥାଏ। ଏଥର ମଧ୍ୟ କେନ୍ଦ୍ରାପଡା ଲୋକସଭା ଓ ବିଧାନସଭା ଉପରେ ସାରା ରାଜ୍ୟ ଏପରିକି ଦିଲ୍ଲୀ ଦରବାରର ମଧ୍ୟ ନଜରରେ ରହିଛି। କାରଣ ଏଠାରେ ଲୋକସଭା ପାଇଁ ହେଭିୱେଟ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ଅନୁଭବ ମହାନ୍ତିଙ୍କ ଲଢେଇ ହେଉଛି। ସେହିପରି କେନ୍ଦ୍ରାପଡାର ପାଟକୁରା ମଧ୍ୟ ସାରା ରାଜ୍ୟର ନଜର ରହଥିଲା। କାରଣ ହେଲା ସେଠାରେ ବେଦୁଙ୍କ ସହିତ ବିଜେପିର ହେଭିୱେଟ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନ ବେଦପ୍ରକାଶଙ୍କ ଦେହାନ୍ତ ପରେ ସେହି ନିର୍ବାଚନ ମଣ୍ଡଳିର ରାଜନୈତିକ ରୂପରେଖ ସଂପୂର୍ଣ୍ଣ ବଦଳିଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

( ଫଟାଫଟ ଖବର ଜାଣିବା ପାଇଁ ଆପଣଙ୍କ ମୋବାଇଲର ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର )

BJD kendrapada odishaelection patkura
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.