Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଦୁଇ ଦଶନ୍ଧି ସରକାର ମୁଖ୍ୟ ରୂପେ ନରେନ୍ଦ୍ର ମୋଦି ଓ ଗଣତନ୍ତ୍ର ପ୍ରକ୍ରିୟା’ ଶୀର୍ଷକ ଆଲୋଚନାରେ ରାଜ୍ୟପାଳ
ଆଜିର ଖବର

‘ଦୁଇ ଦଶନ୍ଧି ସରକାର ମୁଖ୍ୟ ରୂପେ ନରେନ୍ଦ୍ର ମୋଦି ଓ ଗଣତନ୍ତ୍ର ପ୍ରକ୍ରିୟା’ ଶୀର୍ଷକ ଆଲୋଚନାରେ ରାଜ୍ୟପାଳ

December 15, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
'ଦୁଇ ଦଶନ୍ଧି ସରକାର ମୁଖ୍ୟ ରୂପେ ନରେଂଦ୍ର ମୋଦି ଓ ଗଣତନ୍ତ୍ର ପ୍ରକ୍ରିୟା' ଶୀର୍ଷକ ଆଲୋଚନାରେ ରାଜ୍ୟପାଳ

ଭୁବନେଶ୍ୱର: ଭାରତରେ ଗଣତଂତ୍ରର ଐତିହ୍ୟ ଓ ପରମ୍ପରା ବେଶ ପ୍ରାଚୀନ ଏବଂ ଏହାର ଉତ୍ସ ଓ ଆଧାର ହେଉଛି ଆଧ୍ୟାତ୍ମିକତା । ସମଗ୍ର ବିଶ୍ୱକୁ କୁଟୁମ୍ବ ଜ୍ଞାନ କରୁଥିବା ଭାରତ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ନାନ ଦେବା ସହିତ ପ୍ରତ୍ୟେକଙ୍କ ମଧ୍ୟରେ ଏକତା ଓ ଅଭିନ୍ନତାର ଭାବ ପ୍ରସାରିତ କରିଆସିଛି । ଏବଂ ଏହି ଭାବ ସୁଗନ୍ଧକୁ ନିଜ କ୍ରିୟାଶୀଳତାରେ ସଂଚରାଇଛନ୍ତି ନରେନ୍ଦ୍ର ମୋଦି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ଇଡ଼କଲ ପ୍ରେକ୍ଷାଳୟରେ ଆୟୋଜିତ ‘ଦୁଇ ଦଶଂଧି ସରକାର ମୁଖ୍ୟ ରୂପେ ନରେଂଦ୍ର ମୋଦି ଓ ଗଣତଂତ୍ର ପ୍ରକ୍ରିୟା’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ ସତ୍ତାର ସଂସ୍କୃତି ନୁହେଁ ସଂସ୍କୃତିର ସତ୍ତା ହିଁ କାମ୍ୟ । ପଦପଦବୀଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସାଧାରଣ ଜନତାର ପାଦସେବା । ଏହା ହିଁ ଗଣତଂତ୍ରର ଆତ୍ମା ଓ ସ୍ୱରୂପ । ଏ କ୍ଷେତ୍ରରେ ଭାରତ ବିଶ୍ୱ ବଂଦନୀୟ ହେବାକୁ ଯାଉଛି । ସମଗ୍ର ବିଶ୍ୱରେ ଯୋଗର ପ୍ରସାରରେ ଆଧ୍ୟାତ୍ମ ଭାବର ପ୍ରସାର ଘଟିଛି । ସୂକ୍ଷ୍ମ ଭାବରେ ଅନୁଶୀଳନ କଲେ ନରେନ୍ଦ୍ର ମୋଦିଙ୍କ ବିପୁଳ ଅନୁଭବ, ଅନୁଭୂତି, ଉପଲବ୍ଧି ଓ ବହୁସ୍ତରୀୟ ଅଭିଜ୍ଞତା ଭାରତକୁ ଗୌରବାନ୍ୱିତ କରିଛି ବୋଲି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ।

ବିଶିଷ୍ଟ ଲେଖକ ତଥା ଚିନ୍ତକ ହରପ୍ରସାଦ ଦାସ ଭାରତରେ ଗଣତଂତ୍ର ଏକ ନିରଂତର ପ୍ରକ୍ରିୟା ଓ ପାଶ୍ଚାତ୍ୟ ଚିଂତନଠୁ ଏହା ଭିନ୍ନ ଏବଂ ନରେନ୍ଦ୍ର ମୋଦି ନିଜସ୍ୱ ଶୈଳୀରେ ଏହାର ପ୍ରତିଷ୍ଠା ଓ ପ୍ରସାରଣ କରୁଥିବା ପ୍ରକାଶ କରିଥିଲେ । ପ୍ରଫେସର ଚିଂତାମଣି ମହାପାତ୍ର ଓ ପ୍ରଫେସର ଶ୍ରୀରାମ ଚାଉଲିଆ ପ୍ରମୂଖ ଶାସନ ମୁଖ୍ୟ ଭାବରେ ନରେନ୍ଦ୍ର ମୋଦିଙ୍କ ଦୁଇ ଦଶକକୁ ଗଣତଂତ୍ର ପ୍ରକ୍ରିୟା ପରିପ୍ରେକ୍ଷୀରେ ବିଭିନ୍ନ ଦୃଷ୍ଟିରୁ ଆଲୋଚନା କରିଥିଲେ ।ରାମଭାଉ ମହାଲଗି ପ୍ରବୋଧିନି ଆନୁକୁଲ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

ଓଡିଶା ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026

30 Years of Nifty50: ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

March 11, 2026
Latest News

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026

30 Years of Nifty50: ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

March 11, 2026

ପ୍ରଥମ ଦିନିକିଆରେ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ: ମାତ୍ର ୧୬ ଓଭରରେ ଜିତିଲା ବାଂଲାଦେଶ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.