![](https://thesamikhsya.com/odia/wp-content/uploads/2021/12/OMICRON.jpg)
ଭୁବନେଶ୍ବର: ଆଜି ରାଜ୍ୟରେ ଦୁଇଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଭଉଣୀ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣଙ୍କର ବୟସ ୧୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୧୧ ବର୍ଷ। ପରିବାର ଲୋକ ସହ ନାଇଜେରିଆରୁ ଚିହ୍ନଟ ହୋଇଥିବା ଦୁଇଜଣ ଭଉଣୀ ଓଡିଶା ଫେରିଥିଲେ। ଉଭୟ ଭଉଣୀଙ୍କୁ ପୃଥକବାସରେ ରଖାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ଅଛି। ଖୁସିର କଥା ହେଉଛି, ଦୁଇ ଭଉଣୀଙ୍କର ବାପା ମା’ଙ୍କ ରିପୋର୍ଟ ନେଗେଟିଭ ଆସିଛି।
ଓଡିଶା ଆସିବା ପରେ ଉକ୍ତ ପରିବାର ଲୋକଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା। ଏଥିରେ ଦୁଇ ଭଉଣୀ ପଜିଟିଭ ଆସିବା ପରେ ସେମାନଙ୍କର ନମୁନା ଜିନମସିକ୍ଵେସିଂ ପାଇଁ ପଠାଯାଇଥିଲା। ତେବେ ସେମାନଙ୍କର ଓମିକ୍ରନ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଆଉ ଦୁଇଜଣ ବିଦେଶ ଫେରନ୍ତା ଓମିକ୍ରନ ପଜିଟିଭ ହୋଇଥିଲେ। ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାଇଜେରିଆରୁ ଆସିଥିବା ବେଳେ ଅନ୍ୟ ଜଣେ କତ୍ତାରରୁ ଆସିଥିଲେ। ବର୍ତ୍ତମାନ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ତେବେ ଆଜିର ଦୁଇ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ କୁ ବୃଦ୍ଧି ପାଇଛି।