Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା: ନିର୍ବାଚନ ବେଳେ ନକଲି ଖାଉଟି କାର୍ଡ ଦେଇ ନେଲେ ଭୋଟ, ଜିତିଲା ପରେ ମିଳୁନି ରାସନ ସାମଗ୍ରୀ
ଆଜିର ଖବର

ଚିଲିକା: ନିର୍ବାଚନ ବେଳେ ନକଲି ଖାଉଟି କାର୍ଡ ଦେଇ ନେଲେ ଭୋଟ, ଜିତିଲା ପରେ ମିଳୁନି ରାସନ ସାମଗ୍ରୀ

April 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ନିର୍ବାଚନ ପୂର୍ବରୁ ରାସନ କାର୍ଡ ଦେଇ ଭୋଟ ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ ନିର୍ବାଚନ ଫଳାଫଳ ପରେ ସେହି ରାସନ କାର୍ଡ ଆଉ କାର୍ଯ୍ୟକ୍ଷମ ହେଉନାହିଁ। ଏବଂ ପ୍ରାର୍ଥୀ ଜିତିବା ପରେ ହିତାଧିକାରୀଙ୍କ ଠାରୁ ଉକ୍ତ କାର୍ଡକୁ ଛଡେଇ ନେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ତେଣୁ ଏହା ନକଲି କାର୍ଡ ଥିଲା ବୋଲି କୁହାଯାଉଛି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତରୁ ଏପରି ସାଙ୍ଘାତିକ ଅଭିଯୋଗ ଆସିଛି। ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଧାକର ମହାପାତ୍ରଙ୍କ ନାମରେ ଏପରି ଅଭିଯୋଗ କରିଛନ୍ତି ବଡପୋଖରୀଆ ପାଟଣା ଗ୍ରାମର ସାଧନା ପ୍ରଧାନ ଓ ଅହଲ୍ୟା ଦେଇ।

ସେମାନଙ୍କ ଅଭିଯୋଗ ମୁତାବକ ନିର୍ବାଚନ ତିନି ମାସ ପୁର୍ବରୁ ସାଧନା ଓ ଅହଲ୍ୟାଙ୍କୁ ସରପଞ୍ଚ ଲିପାଲୀନ ମହାପାତ୍ରଙ୍କ ସ୍ୱାମୀ ସୁଧାକର ଦୁଇ ଗୋଟି ରାସନ କାର୍ଡ ବଣ୍ଟନ ଖାତା ଦେଇଥିଲେ। ଯାହାର ନମ୍ବର ୧୯୦୭୦୫୧୨୨୭୮ ଏବଂ ୧୯୦୭୦୫୧୨୨୭୧ ଥିଲା। ସେହି ଅନୁସାରେ ଡ଼ିସେମ୍ବର ଏବଂ ଜାନୁଆରୀ ମାସରେ ଉପରୋକ୍ତ କାର୍ଡ ଦେଖାଇ ବିନା ଫିଙ୍ଗରପ୍ରିଣ୍ଟରେ ଉକ୍ତ ଦୁଇ ହିତାଧିକାରୀ ଚାଉଳ ନେଇଆସୁଥିଲେ।

କିନ୍ତୁ ନିର୍ବାଚନ ଜିତିଲା ପରେ ସେମାନଙ୍କୁ ତୃତୀୟ ଥର ରାସନ ସାମଗ୍ରୀ ଦେବାକୁ ଯୋଗାଣ ସହାୟକ ରୋକଠୋକ ମନା କରିଦେଇଥିଲେ। ଏବଂ ହିତାଧିକାରୀଙ୍କ ଠାରୁ ଉକ୍ତ ରାସନ ବଣ୍ଟନ କାର୍ଡ ମଧ୍ୟ ନେଇଯାଇଥିଲେ।

ତେବେ ଏ ନେଇ ସେମାନେ ସରପଞ୍ଚଙ୍କ ସ୍ୱାମୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଉକ୍ତ ରାସନ ସାମଗ୍ରୀ ସେ ତାଙ୍କ ହାତରୁ ଦେଉଥିଲେ ଏବଂ ଏବେ ଆଉ ଦେବେନାହିଁ। ଉକ୍ତ ହିତାଧିକାରୀ କହିବା କଥା କେବେଳ ତାଙ୍କ ଗ୍ରାମରେ ପୂର୍ବତନ ସରପଞ୍ଚ ୧୦ ଗୋଟି ଜାଲ ରାସନ କାର୍ଡ ବାଣ୍ଟିଛନ୍ତି। ଯଦି ତଦନ୍ତ ହୁଏ ତେବେ ସାରା ପଞ୍ଚାୟତରେ ଶତାଧିକ ଜାଲ ରାସନ କାର୍ଡ ବାହାରିବ। ଉକ୍ତ କାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟୋ ଥାଇ ବିଜେଡି ସମର୍ଥିତ ସରପଞ୍ଚ ନକଲି ରାସନ କାର୍ଡ ବାଣ୍ଟିଥିବାର ସେମାନେ ଅଭିଯୋଗ କରିଛନ୍ତି।

ଗତ ୫ ତାରିଖ ଦିନ ଉପରୋକ୍ତ ହିତାଧିକାରୀ ମାନେ ଚିଲିକା ବିଡ଼ିଓଙ୍କ ଉଦ୍ଦେଶ୍ୟରେ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ଏହାର ତଦନ୍ତ ପାଇଁ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ତେବେ ଏ ନେଇ ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକଙ୍କୁ ପଚାରିବାରୁ ଉକ୍ତ ଘଟଣା ଏଯାବତ ସେ ଜାଣିନଥିବାର କହିଛନ୍ତି। ଚଣ୍ଡେଶ୍ୱର ପଞ୍ଚାୟତ ପିଇଓ ଝରଣା ରଥଙ୍କୁ ପଚାରିବାରୁ କାର୍ଡ ହିସାବରେ ହିତାଧିକାରୀଙ୍କ ଫିଙ୍ଗରପ୍ରିଣ୍ଟ ନେଇ ଆମେ ଚାଉଳ ଦେଉଛୁ ବୋଲି କହିଛନ୍ତି।

ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କାଙ୍କୁ ପଚାରିବାରୁ ସେ ଏହାର ତଦନ୍ତ ଆଜିଠାରୁ ଆରମ୍ଭ କରିବେ ବୋଲି କହିଛନ୍ତି ଏବଂ ପ୍ରାଥମିକ ଅନୁସନ୍ଧାନରେ ଉକ୍ତ ରାସନ କାର୍ଡର ବଣ୍ଟନ ଖାତା ନମ୍ବର ନକଲି ଥିବା କହିଛନ୍ତି। ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ସରପଞ୍ଚଙ୍କ ସ୍ୱାମୀ ସୁଧକାର ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ସଠିକ ଉତ୍ତର ଦେଇପାରିନାହାନ୍ତି।

ତେବେ ଉକ୍ତ ଘଟଣା ପ୍ରଘଟ ହେଲାପରେ ସାରା ପଞ୍ଚାୟତରେ ହଇଚଇ ସୃଷ୍ଟି ହୋଇଛି ଏବଂ ଜନଆକ୍ରୋଶ ବଢ଼ିବାରେ ଲାଗିଛି। ସଦ୍ୟ ତଥ୍ୟ ଅନୁଯାୟୀ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୮ ୱାର୍ଡ ମେମ୍ବର ଏବଂ ଜନସାଧାରଣ ପିଇଓ, ଯୋଗାଣ ସହାୟକଙ୍କ ନିଲମ୍ବନ ଦାବି କରିଛନ୍ତି ଏବଂ ଜାଲ ରାସନ କାର୍ଡ ତିଆରିରେ ଯିଏ ଯିଏ ସାମିଲ ଅଛନ୍ତି ସେମାନଙ୍କୁ ବିରୁଦ୍ଧରେ ଆଇପିସି ଦଫା ୪୨୦ ମୁତାବକ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ବୋଲି ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଯଦି ସାତ ଦିନ ମଧ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର କରାନଯାଏ, ତେବେ ନାଏବ ସରପଞ୍ଚ, ୮ ୱାର୍ଡ ମେମ୍ବର ଏବଂ ଜନସାଧାରଣ ମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧରଣା ଦେବେ ଏବଂ ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଚିଲିକା ନିର୍ବାଚନ ରାସନ ସାମଗ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ୱାଲଟେୟାର ମଣ୍ଡଳର ପ୍ରମୁଖ ସେକ୍ସନ ଗୁଡିକର ନୀରିକ୍ଷଣ

February 14, 2026

ଆଜି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 14, 2026

ଯାତ୍ରୀ ସୁରକ୍ଷା ଖର୍ଚ୍ଚକୁ ୧,୧୭,୬୯୩ କୋଟିକୁ ବୃଦ୍ଧି କଲା ଭାରତୀୟ ରେଳବାଇ

February 14, 2026
Latest News

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ୱାଲଟେୟାର ମଣ୍ଡଳର ପ୍ରମୁଖ ସେକ୍ସନ ଗୁଡିକର ନୀରିକ୍ଷଣ

February 14, 2026

ଆଜି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.