Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ବିଶ୍ୱ ରକ୍ତଦାତା ଦିବସ: ୧ ହଜାରରୁ ଉର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ କଲେଣି ବାଣପୁର ମାଟିର ସୁପୁତ୍ର ରଞ୍ଜନ
ଆଜିର ଖବର

ଆଜି ବିଶ୍ୱ ରକ୍ତଦାତା ଦିବସ: ୧ ହଜାରରୁ ଉର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ କଲେଣି ବାଣପୁର ମାଟିର ସୁପୁତ୍ର ରଞ୍ଜନ

June 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପ୍ରତିବର୍ଷ ଜୁନ୍ ୧୪ରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା। ଆଜିର ଦିନରେ ଏମିତି ଏକ ଅମ୍ଳାନ ପ୍ରତିଭା ବିଷୟରେ ଆଲୋଚନା କରିବା, ଯିଏ କେବଳ ରକ୍ତଦାନ କରିନାହାନ୍ତି, ବରଂ ୧ ହଜାରରୁ ଉର୍ଦ୍ଧ୍ଵ ରକ୍ତ ୟୁନିଟ ସଂଗ୍ରହ କରି ସମ୍ମାନର ପାତ୍ର ହୋଇପାରିଛନ୍ତି। ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମରେ ଜନ୍ମିତ ରଞ୍ଜନ କୁମାର ମହାପାତ୍ର, ଯାହାଙ୍କ ପିତାଙ୍କ ନାମ ସୁରେନ୍ଦ୍ର କୁମାର ମହାପାତ୍ର ଓ ମାତାଙ୍କ ନାମ ଶାନ୍ତିଲତା ମହାପାତ୍ର।

ପିଲାଟି ବେଳୁ ଜନସେବା କରିବା ପାଇଁ ମନସ୍ଥ କରିଥିବା ରଞ୍ଜନ କୁମାର ମହାପାତ୍ରଙ୍କ ସ୍କୁଲ ଶିକ୍ଷା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭୀମପୁରରୁ ଆରମ୍ଭ ହୁଏ, ପରବର୍ତ୍ତୀ ସମୟରେ ବାନାମ୍ବର ଏକାଡ଼େମୀ, ଭୀମପୁର ଦଶମ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଉତ୍ତୀର୍ଣ୍ଣ କଲାପରେ ଏସ୍.କେ.ସି.ଜି. ଅଟୋନୋମସ୍ ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନରେ ସ୍ନାତ୍ତକୋତର ଡ଼ିଗ୍ରୀ ହାସଲ କରନ୍ତି। ଅଧୁନା ଦୁର୍ଗା ଚ଼ରଣ ଚ଼ିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟାଙ୍ଗୀ, ଖୋର୍ଦ୍ଧାଠାରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି।

ଏତଦ୍ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲା ରେଡ଼କ୍ରସ ସଂଯୋଜକ ଭାବେ ସେ ଦାୟିତ୍ଵ ନିଭାଉଛନ୍ତି। ମାନବ ସେବା ହିଁ ମାଧବ ସେବା,ଏହି ଉକ୍ତିକୁ ନିଜ ଜୀବନଦର୍ଶନରେ ସାମିଲ କରି ସମାଜ ପାଇଁ ନିଜକୁ ସମର୍ପିତ କରିଛନ୍ତି ରଞ୍ଜନ କୁମାର ମହାପାତ୍ର। ସେ ୨୦୧୭ ମସିହାରେ ରେଡ଼କ୍ରସରେ ଯୋଗଦେଇଥିଲେ ଏବଂ ସ୍ବର୍ଗତ ପଦ୍ମଶ୍ରୀ ଡ଼ି.ପ୍ରକାଶ ରାଓଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରକ୍ତଦାନ ପ୍ରତି ଆଗ୍ରହୀ ହୋଇ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ ପ୍ରତି ଉତ୍ସାହିତ କରୁଥିଲେ।

ପରବର୍ତ୍ତୀ ସମୟରେ ପଣ୍ଡିତ ବିନୟ ଭୁଷଣ ମିଶ୍ରଙ୍କ ସହଯୋଗରେ ଅନ୍ୟ ବନ୍ଧୁ ମାନଙ୍କୁ ନେଇ ୨୦୧୯ ମସିହା ଅପ୍ରେଲ ୧୯ ତାରିଖ “ଦି ବ୍ଲଡ଼୍ ଡ଼ୋନର୍ସ, ଓଡ଼ିଶା” ନାମକ ସଂଗଠନ ଗଢ଼ିଥିଲେ। ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ସମାଜରେ କେହି ରକ୍ତ ଅଭାବରୁ ଯେପରି ଅସୁବିଧାରେ ପଡିବେ ନାହିଁ। ଏହି ସଂଗଠନ ମାଧ୍ୟମରେ ସେ ଏବଂ ସହଯୋଗୀ ବନ୍ଧୁ ମାନେ ନିଜେ ରକ୍ତଦାନ କରିବା ସହ କେଉଁ ମାନେ ରକ୍ତଦାନ କରିପାରିବେ, ରକ୍ତଦାନ କଲେ ଆମକୁ କି ଉପକାର ମିଳେ, ସେସବୁକୁ ଜନସାଧାରଣଙ୍କୁ ବୁଝାଇ ରକ୍ତଦାନ କରିବାକୁ ଉତ୍ସାହିତ କରିଥାନ୍ତି।

ମହାମାରୀ କରୋନା ସମୟରେ ଏହି ସଂଗଠନ ଆଗକୁ ଆସି ରକ୍ତଦାନ କରି ଅନେକଙ୍କୁ ସାହାଯ୍ୟ କରିଛି। ଆଜି ପର୍ଯ୍ୟନ୍ତ ଏହି ସଂଗଠନ ୧୦୨୫ ୟୁନିଟ୍ ବ୍ଲଡ଼ ସଂଗ୍ରହ କରିଛି। ଏବଂ ସଂଗଠନର ପ୍ରତିଷ୍ଠାତା ସଭାପତି ରଞ୍ଜନ କୁମାର ମହାପାତ୍ର ନିଜେ ୨୦ ଥର ରକ୍ତଦାନ କରିଛନ୍ତି। ଏହି ସଂଗଠନ ୨୫ ଥର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରି ରକ୍ତ ସଂଗ୍ରହ କରିପାରିଛି।

ଦି ବ୍ଲଡ଼ ଡୋନର୍ସ, ଓଡ଼ିଶା ସଂଗଠନର ଜନାଭିମୁଖୀ କାର୍ଯ୍ୟ ପାଇଁ ନୂଆ ଆଲୋକ ସମାଜସେବାର ଅନ୍ୟ ଏକ ନାମ ସଂଗଠନ ତରଫରୁ “ନୂଆ ଆଲୋକ ସମ୍ମାନ-୨୦୧୯”, କଟକ ଗୋପୀନାଥପୁର ସ୍ଥିତ ବିଜୟାନନ୍ଦ ଯୁବ ପରିଷଦ ତରଫରୁ “ଭାଗବତ ରକ୍ତ ସଂପର୍କ” ସମ୍ମାନ, ଜୀବନ ଜ୍ୟୋତି, ଓଡ଼ିଶା ସଂଗଠନ ତରଫରୁ କରୋନା ଯୋଦ୍ଧା ସମ୍ମାନ-୨୦୨୦, କେନ୍ଦୁଝର ସମାଜସେବୀ ମହାସଂଘ ସଂଗଠନ ତରଫରୁ କରୋନା ଯୋଦ୍ଧା ସମ୍ମାନ- ୨୦୨୦, ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧା ସମ୍ମାନ-୨୦୨୦, ହାପିନେସ୍ ଫାଉଣ୍ଡେସନ, ଜଷ୍ଟ ଫର୍ ୟୁ ସଂଗଠନ ପକ୍ଷରୁ ଜଷ୍ଟ ଫର୍ ୟୁ ସେବା ସମ୍ମାନ, ସ୍ବଚ୍ଛତା ଆୱାରନେସ୍ ଏଣ୍ଡ୍ ଧାରା ଆସୋସିଏସନ୍, ଟୋକନ୍ ଫର୍ ଆପ୍ରିସିଏସନ୍ ଭଳି ବହୁ ସଂଗଠନ ତରଫରୁ ସମ୍ମାନିତ ହୋଇସାରିଛି। ଆଜି ବିଶ୍ବ ରକ୍ତଦାତା ଦିବସରେ ଆସନ୍ତୁ ରକ୍ତଦାନ କରିବା ଓ ରକ୍ତଦାନ କରିବା ପାଇଁ ସଚ଼େତନତା କରିବା।

ବିଶ୍ୱ ରକ୍ତଦାତା ଦିବସ ସ୍ୱେଚ୍ଛାକୃତ ରକ୍ତଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.