Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥଯାତ୍ରା ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପରାମର୍ଶ
ଆଜିର ଖବର

ରଥଯାତ୍ରା ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପରାମର୍ଶ

June 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ସମସ୍ୟା ଏକ ବଡ ଆହ୍ୱାନ ତିଆରି କରେ। ତେଣୁ ଏହି ପ୍ଲାଷ୍ଟିକ୍ ସମସ୍ୟାର ନିରାକରଣ ପାଇଁ ଚଳିତ ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରି-ସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଏକ ଭିିଡିଓ ବାର୍ତା ମାଧ୍ୟମରେ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପୁରୀରେ ପ୍ଲାଷ୍ଟିକ ହ୍ରାସ କରିବା ପାଇଁ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭିଡ଼ିଓ ବାର୍ତାରେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ବିଧି ବିଧାନ ଆରମ୍ଭ ହୋଇସାରିଛି। ରଥଯାତ୍ରା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବଡ ଦେଉଳର ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେବେ।

ଏହି ଅନନ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାରେ ଯୋଡ଼ି ହେବା ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହେବ। ରଥ ଭିଡ଼ିବା ପାଇଁ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହେବ। ବିଶେଷ ଭାବରେ ରଥଯାତ୍ରା ସମୟରେ ଲୋକମାନଙ୍କ ଦ୍ୱାରା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ବଢ଼ିଥାଏ। ଲୋକମାନେ ବ୍ୟବହୃତ ଭୋଗ ଓ ଫୁଲ ପାଇଁ ପଲିଥିନ, ପାଣି ବୋତଲ, ପାଣି ଗ୍ଲାସ ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ନେବା ପାଇଁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ମାତ୍ରାଧିକ ବ୍ୟବହାର କରନ୍ତି। ଏହାର ନକରାତ୍ମକ ପ୍ରଭାବ ପରିବେଶ, ଜଳାଶୟ, ଜୀବଜନ୍ତୁଙ୍କ ଉପରେ ପଡେ।

ଆଜିର ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଏକ ବଡ଼ ସମସ୍ୟା ଭାବରେ ଆମ ସାମ୍ନାରେ ଠିଆ ହୋଇଛି। ଏବେ ଦେଶରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ନ ହେଲେ ବି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ସର୍ବସମ୍ମତି ପ୍ରକାଶ ପାଉଛି। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ଏହାର ରିୟୁଜ୍ ଏବଂ ରି-ସାଇକେଲ ପାଇଁ ପଦ୍ଧତି ତିଆରି କରିବାକୁ ପଡ଼ିବ। ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମହାପ୍ରଭୁଙ୍କ ପ୍ରତି ଆମ ମନରେ ଥିବା ସମର୍ପଣ, ଭକ୍ତି ଭାବ ଓ ନିଷ୍ଠାର ବ୍ୟବହାରିକ ରୂପ ହେବା ଦରକାର।

ଚଳିତ ରଥଯାତ୍ରା ସମୟରେ ଆମ ଭକ୍ତିଭାବ ଓ ନିଷ୍ଠାର ସହ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ଏକାଠୀ କରିବା ଏବଂ ପରେ ତାହାର ପୁନଃବ୍ୟବହାର କରିବା ପାଇଁ ସମସ୍ତେ ସଂକଳ୍ପ ନେବା ଦରକାର। ବିଶେଷ ଭାବରେ ଜନସଂଗଠନ ଓ ନାଗରିକମାନେ ଏଥିପାଇଁ ସ୍ୱତଃପ୍ରବୃତ ଭାବେ ଜନଆନ୍ଦୋଳନ ଆରମ୍ଭ କରିବା ଦରକାର। ଏହା ଦ୍ୱାରା ଆମ ପରିବେଶ ସୁରକ୍ଷିତ ହେବା ସହ ଯୁବପିଢିଙ୍କ ପାଇଁ ଭବିଷ୍ୟତକୁ ସୁରକ୍ଷିତ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଭିଡିଓ ବାର୍ତାରେ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026
Latest News

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.