Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଆଦର୍ଶ ଶିକ୍ଷକ ଲଡୁ କିଶୋର ସାହୁଙ୍କ ମହାପ୍ରୟାଣ
ଆଞ୍ଚଳିକ

ବାଣପୁର: ଆଦର୍ଶ ଶିକ୍ଷକ ଲଡୁ କିଶୋର ସାହୁଙ୍କ ମହାପ୍ରୟାଣ

July 26, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଦର୍ଶ ଶିକ୍ଷକ ଲଡୁ ସାହୁଙ୍କ ମହାପ୍ରୟାଣ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଏମ୍.ଇ ସ୍କୁଲ୍ ତଥା ବାନାମ୍ଵାର ଏକାଡେମୀ ଭୀମପୁରର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଲଡୁ କିଶୋର ସାହୁଙ୍କ ଆଜି ଦିବା ୧୧ ଘଟିକା ସମୟରେ ନିଜ ବାସ ଭବନ ଭୀମପୁର ଠାରେ ହୃଦଘାତରେ ପରଲୋକ ହୋଇଯାଇଛି। ଜଣେ ଆଦର୍ଶ, ମିଷ୍ଠଭାଷି, ଛାତ୍ରବତ୍ସଳ ଶିକ୍ଷକ ଭାବରେ ସେ ଖୋର୍ଦ୍ଧା ଶିକ୍ଷା ଜିଲ୍ଲାରେ ଖ୍ୟାତି ଅର୍ଜନ କରିଥିଲେ। ପ୍ରତିବର୍ଷ ତାଙ୍କରି ପ୍ରଚେଷ୍ଠାରେ ବିଦ୍ୟାଳୟରୁ ବହୁ ଦକ୍ଷ ବୃତ୍ତି ଧାରୀ ଛାତ୍ର ସୃଷ୍ଟି କରି ସେ ଜିଲ୍ଲା ପ୍ରଶାସନ ଦ୍ଵାରା ପ୍ରସଂଶିତ ହୋଇପାରିଥିଲେ।

ଆଜି ତାଙ୍କର ବିୟୋଗ ଜନିତ ଖବର ପ୍ରଚାରିତ ହେବା ପରେ ଅଗଣିତ ଛାତ୍ରଛାତ୍ରୀ ତାଙ୍କ ଶବ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଲଡ଼ୁସାର ଅମର ରହେ ଧ୍ଵନୀରେ ପ୍ରକମ୍ପିତ କରିଥିଲେ। ଶେଷରେ ତାଙ୍କର ମରଶରୀରକୁ ବାନାମ୍ବର ଏକାଡ଼େମୀ ପରିସରକୁ ନିଆଯାଇ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷକଶିକ୍ଷୟିତ୍ରୀଙ୍କ ତରଫରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଗ୍ରାମ୍ୟ ସ୍ମଶାନକୁ ନିଆଯାଇଥିଲା। ଏକମାତ୍ର ପୁତ୍ର ଅଜିତ ସାହୁ ମୁଖାଗ୍ନି ଦେଇଥିଲେ।

ବାଣପୁର ମଣ୍ଡଳ ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ବାଳ ମୁକୁନ୍ଦଦାସ, ଚିନ୍ତାମଣି ବାଳ ଚର ସେବାସଂଘ ତରଫରୁ ସଂଗ୍ରାମ ସାହୁ, ଅନନ୍ତ ସ୍ଵାମୀ କୃଷକ ସଂଗଠନ ତରଫରୁ ପ୍ରଦୀପ ସାହୁ, ଗାଲୁଆ ଗ୍ରାମପଞ୍ଚାୟତ ତରଫରୁ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକୀ, କୃଷ୍ଣଚନ୍ଦ୍ର ପାଠାଗାର ତରଫରୁ ଅଶୋକ ନନ୍ଦ, ବାନାମ୍ବର ଏକାଡ଼େମୀର ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିଲତା ପାତ୍ର, ଏମ.ଇସ୍କୁଲ ତରଫରୁ ସୁଷମା ଦାସ, ପୁରାତନ ଛାତ୍ରସଂଘର ସଂପାଦକ ସୁକାନ୍ତ କୁମାର ଜେନା ପ୍ରମୁଖ ସମସ୍ତ ଗ୍ରାମବାସୀଙ୍କ ତରଫରୁ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

ଆଦର୍ଶ ଶିକ୍ଷକ ଲଡୁ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.