Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢାଖୋଲ ପୋଲିସ ପକ୍ଷରୁ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ
ଆଞ୍ଚଳିକ

ରେଢାଖୋଲ ପୋଲିସ ପକ୍ଷରୁ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ

September 25, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଆଗାମୀ ଦିନରେ ହେବାକୁ ଥିବା ଦୁର୍ଗାପୂଜା ଅବସରରେ ଏହା ପୂର୍ବରୁ ଦୁର୍ଗା ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ଏଥିପାଇଁ ରେଢାଖୋଲ ପୋଲିସ ପକ୍ଷରୁ ରବିବାର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରେଢାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ (ଏସଡିପିଓ) ପ୍ରଶାନ୍ତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଢାଖୋଲ ଏନଏସି ଅଧ୍ୟକ୍ଷ ଶିଵ ରାମ ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଚାରମାଳ ପୂଜା କମିଟିର ଉଦିତ ତ୍ରିପାଠୀ, କିସିଣ୍ଡା ପୂଜା କମିଟିର ବିପିନ ପ୍ରଧାନ, ଜାମୁଜୋରି ପୂଜା କମିଟିର ସାଗର ସାହୁଙ୍କ ସମେତ ବଡବାହାଳ, ଶିମିଳିପାଳ, ଚାରମାଳ, କୁଞ୍ଜାମୁରା, ଜାମୁଜୋରି, ଚନ୍ଦ୍ରପୁର, ନାକଟିଦେଉଳ, ବାଟଗାଁ, ରେଢାଖୋଲ, ଘୋଷରାମାଳ ଆଦି ପୂଜା କମିଟିର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ କିପରି ଶାନ୍ତି ଶୃଙ୍ଖଳା ଓ ସମାରୋହରେ ଏହି ପାର୍ବଣ ଅନୁଷ୍ଠିତ ହେବ ଏଥିପାଇଁ ନିଜର ମତାମତ ପ୍ରଦାନ କରିଥିଲେ।

ଏହି ବୈଠକରେ ରେଢାଖୋଲ ଥାନା ଆଇଆଇସି ସୁରୁବାବୁ ଛତ୍ରିଆ , ଚାରମାଳ ଆଇଆଇସି ବସନ୍ତ କୁମାର ଦଳେଇ, ନାକଟିଦେଉଳ ଆଇଆଇସି ବିଭୂତି ଭୂଷଣ ଦଳେଇ ଓ କିସିଣ୍ଡା ଆଇଆଇସି ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ଯୋଗ ଦେଇ ପୋଲିସ ପାର୍ବଣ ସମୟରେ ପୋଲିସର ନୀତି ନିୟମ ଉପରେ ପ୍ରକାଶ କରିଥିଲେ। ଜାତୀୟ ରାଜପଥ କିମ୍ବା ଅନ୍ୟ ରାସ୍ତା ଆଦିରେ ବେଆଇନ ଚାନ୍ଦା ଆଦାୟ, ପୂଜା ମଣ୍ଡପ ଓ ବିସର୍ଜନ ସମୟରେ ଡିଜେ ସାଉଣ୍ଡ ନ ବଜାଇବାକୁ ଅନୁରୋଧ କରିଥିଲେ। ହେଲେ ପୋଲିସ ନିର୍ଦ୍ଦେଶକୁ ଯଦି ଅବମାନନା କରି ବେଆଇନ ଚାନ୍ଦା ଆଦାୟ ଓ ଡିଜେ ସାଉଣ୍ଡ ବଜା ଯାଏ ତାହେଲେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026
Latest News

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.