Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିଲିକା ତୀରେ ମହାତ୍ମା ଗାନ୍ଧୀ
ବିଶେଷ ଖବର

ଚିଲିକା ତୀରେ ମହାତ୍ମା ଗାନ୍ଧୀ

September 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଡକ୍ଟର ସତ୍ୟ ଷଡଙ୍ଗୀ

ପନ୍ଦର ହଜାର ବାଣପୁର ବାସୀ ବାଟ ରହିଥିଲେ ଚାହିଁ,
ବିଜେ ହେବେ ଆସି ନିଖିଳ ଭାରତ ସ୍ୱରାଜ ସମର–ସାଇଁ।

ସେଦିନ ଥିଲା ୧୯୨୭ ମସିହା ଡିସେମ୍ବର ୮ ତାରିଖ। ଅବିଭକ୍ତ ପୁରୀ ଜିଲ୍ଲାର ଦକ୍ଷିଣାଞ୍ଚଳ କେନ୍ଦ୍ର ବାଣପୁରକୁ ମହାତ୍ମା ଗାନ୍ଧୀ ଶୁଭାଗମନ କରିଥିଲେ। ‘ଉତ୍କଳ ଦୀପିକା’ ଲେଖିଛନ୍ତି “ଆଠ ତାରିଖ ଦିନ ମହାତ୍ମାଜୀ ବାଣପୁରକୁ ଶୁଭାଗମନ କରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଘରେ ଅତିଥି ହୋଇଥିଲେ। ସେଦିନ ଉପରବେଳା ବାଲୁକେଶ୍ୱରଙ୍କ ଆମ୍ବ ବଗିଚାରେ ଏକ ବିରାଟ ସଭା ହୋଇଥିଲା। ସଭାରେ ଯୋଗଦେଲେ ଗୁଳି କରାଯିବ ବୋଲି ପୁଲିସ କର୍ମଚାରୀମାନେ ମଫସଲ ଗାଁମାନଙ୍କରେ ପ୍ରଚାର କରିଥିଲେ ସୁଦ୍ଧା ସେଦିନ ହିନ୍ଦୁ, ମୁସଲମାନ, ଆଦିମ ଓ ଅସ୍ପୃଶ୍ୟ ଆଦି ପ୍ରାୟ ୪ ହଜାର ଲୋକ ଉପସ୍ଥିତ ହୋଇଥିଲେ।”

ସଭାରେ ଜନତା ତରଫରୁ ପଣ୍ଡିତ ଗୋଦାବରୀଶ ମିଶ୍ର ମହାତ୍ମାଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ପତ୍ର ପାଠ କରିଥିଲେ। ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱରେ ବିଦ୍ୟମାନ ଥିବା ସତ୍ୟ, ସାହସ ଓ ପବିତ୍ରତା ପ୍ରଭୃତି ଗୁଣାବଳୀର ଅଙ୍ଗୀକାର ସହ ଇଂରେଜ ଅମଳରେ ଏଠାକାର ଜନଜୀବନର ଦୁରବସ୍ଥା ସେଥିରେ ଉପସ୍ଥାପନ କରାଯାଇଥିଲା। ଶେଷରେ ସ୍ଥାନୀୟ ବିକାଶ ପାଇଁ ମହାତ୍ମାଙ୍କ ଆଶୀର୍ବାଦ ଲୋଡ଼ା ଯାଇ କୁହାଯାଇଥିଲା, “ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ଆମ୍ଭମାନଙ୍କୁ ଯେଉଁ ଅନ୍ଧକାର ଘୋଟିଅଛି ତାହା ଖଣ୍ଡନ କରନ୍ତୁ। କ୍ଷମତାକୁ ନଡରି ଭକ୍ତି ଦେଖାଇବା ଆମ୍ଭମାନଙ୍କ ଜୀବନରେ ଏହା ନୂଆ। ଏହି ଘଟଣାରେ ଆମ୍ଭେମାନେ ପ୍ରଥମେ ଶିଖିଲୁଁ କିପରି ମନୁଷ୍ୟ ନିଜ ହୃଦୟରୁ ଇଚ୍ଛାକରି ସ୍ନେହ ଓ ଶ୍ରଦ୍ଧା କରିପାରେ”।

ସଭା ଖୁବ୍ ଶାନ୍ତିପୂର୍ଣ୍ଣ ଥିଲା। ଅନ୍ୟସ୍ଥାନ ଭଳି ମହାତ୍ମାଙ୍କ ପାଦଛୁଇଁବାକୁ ଲୋକେ ଠେଲାପେଲା ହେଉନଥିଲେ। ଗାନ୍ଧିଜୀଙ୍କ ଭାଷଣ ଥିଲା ସାରଗର୍ଭକ। ଜନତାର ଅଭିନନ୍ଦନ ପାଇଁ ଧନ୍ୟବାଦ ଦେବା ସହ ଗାନ୍ଧୀ ଲୋକଙ୍କୁ କହିଥିଲେ, “ଆପଣମାନେ ଡରୁଛନ୍ତି କାହିଁକି? ଯିଏ ଅପରାଧ କରିନାହିଁ ସେ ଭୟ କରିବା ଅନାବଶ୍ୟକ। ଜାଣିରଖନ୍ତୁ ଯଦି ଆପଣ ନିଜେ ଡରୁନାହାନ୍ତି, ତେବେ ଆପଣଙ୍କୁ କେହି ଭୟଭୀତ କରାଇପାରିବ ନାହିଁ। କୌଣସି ପରିସ୍ଥିତିରେ ଡରିଯାଆନ୍ତୁ ନାହିଁ। କାରଣ, ରୋଗଠାରୁ ମଧ୍ୟ ଆହୁରି ମାରାତ୍ମକ ହେଉଛି ଭୟ। ଯେଉଁ ମଣିଷ, ମଣିଷକୁ ଭୟ କରେ ସେ ମଣିଷ ପଦବାଚ୍ୟ ନୁହେଁ। କେବଳ ଭଗବାନଙ୍କୁ ଭୟ କରନ୍ତୁ।” ଲୋକେ ତନ୍ମୟ ହୋଇ ଶୁଣୁଥାନ୍ତି।

ମହାତ୍ମା ଗାନ୍ଧୀଙ୍କ ଅଭିପ୍ରାୟ ଥିଲା ଓଡ଼ିଶାର ଦୀନଦରିଦ୍ର ଲୋକଙ୍କ ଅବସ୍ଥା ଅନୁଭବ କରିବା। ତେଣୁ ତା’ପରଦିନ ସକାଳେ ସାଧାରଣ ଲୋକଙ୍କୁ ଭେଟିବା ସକାଶେ ସେ ଅଚ୍ୟୁତରାଜପୁର ଗ୍ରାମକୁ ଯାଇଥିଲେ। ଲୋକଙ୍କ ଦାରିଦ୍ର୍ୟ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ତାଙ୍କ ରାତ୍ରିଭୋଜନରେ ସୁମିଷ୍ଟ ଫଳ ପରଷା ଯାଇଥିଲେ ହେଁ ସେ ତାହା ତୁଣ୍ଡରେ ନଦେଇ ସ୍ଥାନୀୟ ଆଦିବାସୀ ଦେଇଥିବା ଖଟା ଟଭା ଚାଖି ଉପବାସରେ ରହିଲେ। ଜାତିରପିତା ମହାତ୍ମାଙ୍କ କେଇପଦ କଥା ଯେମିତି ବାଣପୁରବାସୀଙ୍କ ପ୍ରାଣରେ ଜାଗରଣ ଆଣିଲା ସେମିତି ତାଙ୍କର ଏ ମହାନୁଭବତା ବକୁଳବନର କୋକିଳକବିଙ୍କ କବିତାରେ ପ୍ରତିଧ୍ୱନି ତୋଳୁଛି –

ଉପବାସେ ନିଶି ଯାପିଲେ ଭାରତ-ମୁକୁଟ ବିହୀନ ନାହା,
ପଣ ତାଙ୍କ ନାହିଁ ଭୁଞ୍ଜିବେ ଦରିଦ୍ର ପ୍ରଜାଏ ନପାନ୍ତି ଯାହା।

ମହାତ୍ମା ଗାନ୍ଧୀଙ୍କ ଆଗମନ ଯୋଗୁଁ ଏ ଆଞ୍ଚଳ ବିକାଶ ପଥରେ ପାଦ ଦେଲା। ଶିକ୍ଷାର ପ୍ରସାର ହେଲା। ନୂଆ ପିଢିର ନେତୃତ୍ଵ ସମ୍ମୁଖକୁ ଆସିଲା। ଯେଉଁ କର୍ମୀମାନେ ସେଦିନ ଗାନ୍ଧୀଙ୍କ ଗସ୍ତକାର୍ଯ୍ୟକ୍ରମକୁ ସୁଚାରୁ କରିଥିଲେ, ମୁକ୍ତି ସଂଗ୍ରାମର ପରବର୍ତ୍ତୀ ଅଧ୍ୟାୟକୁ ଏହିମାନେ ହିଁ ପରିଚାଳନା କରିଥିଲେ ଓ ସ୍ଵାଧୀନତା ପରେ ରାଜନୀତିର ମଙ୍ଗ ଧରିଥିଲେ।

କୋଟବିଦ୍ୟାଧରପୁର, ବାଣପୁର
ମୋ – ୯୪୩୮୩୬୦୫୧୬

ଅବିଭକ୍ତ ପୁରୀ ଜିଲ୍ଲା ଚିଲିକା ମହାତ୍ମାଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026
Latest News

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.