Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧର୍ମେନ୍ଦ୍ର ଏମିତି କାହିଁକି କଲେ? ମନୋଜ ମିଶ୍ରଣ ବେଳକୁ ଆସିଲେ, ତେଜେଶ୍ବର ବେଳକୁ ନାହିଁ
ଜାତୀୟ ଖବର

ଧର୍ମେନ୍ଦ୍ର ଏମିତି କାହିଁକି କଲେ? ମନୋଜ ମିଶ୍ରଣ ବେଳକୁ ଆସିଲେ, ତେଜେଶ୍ବର ବେଳକୁ ନାହିଁ

October 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ର ଏମିତି କାହିଁକି କଲେ? ମନୋଜ ମିଶ୍ରଣ ବେଳକୁ ଆସିଲେ, ତେଜେଶ୍ବର ବେଳକୁ ନାହିଁ

ଭୁବନେଶ୍ବର: ଓଡିଶା ବିଧାନାସଭା ନିର୍ବାଚନ ଆହୁରି ପ୍ରାୟ ବର୍ଷେ ପାଖାପାଖି ରହିଛି। ହେଲେ ଓଡିଶା ରାଜନୀତି ଏବେ ବେଶ୍ ସକ୍ରିୟ ହୋଇଯାଇଛି। ସାଧାରଣତଃ ନିର୍ବାଚନର କିଛି ମାସ ପୂର୍ବରୁ ଦଳ ଡିଆଁ ପର୍ବ ହୋଇଥାଏ। ହେଲେ ଏବେଠାରୁ ଏହି ଦଳବଦଳ ଉତ୍ସବ ଆରମ୍ଭ ହୋଇଯାଇଛି। ବିଶେଷ ଭାବେ ବିଜେଡି ଓ ବିଜେପି ଦଳରୁ ନେତାମାନେ ଡିଆଁଡିଇଁ ଆରମ୍ଭ କରିସାରିଲେଣି।

ସେହିପରି ଉତ୍ସବ ଗତ କିଛିଦିନ ଧରି ବିଜେପି ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ହେବାରେ ଲାଗିଛି। ଏହି ଉତ୍ସବ ବିଜେପି ପାଇଁ କେତେ ଲାଭ ବା କ୍ଷତି ହେବ ତାହା ଭିନ୍ନ କଥା। କିନ୍ତୁ ଏହି ଉତ୍ସବରୁ ବାରି ହୋଇପଡୁଛି ଦଳ ଭିତରେ ଥିବା ଅନ୍ତଃଦ୍ବନ୍ଦ। କାରଣ କେଉଁ ନେତା କାହାକୁ ଦଳକୁ ଆଣିଲେ ଆଉ ସେହି ମିଶ୍ରଣ ଉତ୍ସବରେ କିଏ ଟୋପି ପିନ୍ଧାଇବ ତାହା ହିଁ ଏହି ଅନ୍ତଃଦ୍ବନ୍ଦକୁ ପଦାରେ ପକାଇଛି। ଏହାର ପ୍ରମାଣ ଗତି କିଛିଦିନ ତଳେ ଦୁଇଟି ମିଶ୍ରଣ ପର୍ବରୁ ସ୍ପଷ୍ଟ ହୋଇଛି।

ଗତ ସେପ୍ଟେମ୍ବର ୩୦ ତାରିଖରେ ବିଜେଡିର ମୁଖପାତ୍ର ତଥା କେନ୍ଦ୍ରାପଡାର ଯୁବ ନେତା ତେଜେଶ୍ବର ପରିଡା ବିଜେପିରେ ମିଶିଲେ।  ତାଙ୍କ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ପ୍ରମୁଖ ରହିଲେ। ସେଦିନ ସେହି ଅଫିସ ଭିତରେ ଖୋଦ ରାଜ୍ୟ ବିଜେପିର ହର୍ତ୍ତାକର୍ତ୍ତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ହେଲେ ମିଶ୍ରଣ ପର୍ବକୁ ଆସିଲେ ନାହିଁ। ଦୁଇ ମିନଟ ପାଇ ମଧ୍ୟ ମିଶ୍ରଣ ପର୍ବରେ ନିଜକୁ ସାମିଲ ନ କରି ଅଫିସରେ ଅନ୍ୟକାମ ପାଇଁ ବସି ରହିଲେ।

ସେହିପରି ଆଉ ଏକ ଘଟଣାକୁ ଦେଖିବା। ଏଇ ଅକ୍ଟୋବର ୪ ତାରିଖରେ ବିଜେପିରେ ମିଶିଲେ କଂଗ୍ରେସର ମୁଖପାତ୍ର ମନୋଜ ମହାପାତ୍ର ଏବଂ ତାଙ୍କ ସମର୍ଥକ। ସେହି ମିଶ୍ରଣ ପର୍ବରେ କିନ୍ତୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମନୋଜ ଏବଂ ତାଙ୍କ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ। ତେବେ ପ୍ରଶ୍ନ ଉଠୁଛି ଯେ, ଧର୍ମେନ୍ଦ୍ର ଏପରି କାହିଁକି କଲେ। ତେଜେଶ୍ବର କଣ ଭୁଲ କଲେ ଯେ, ସେ ଅଫିସରେ ଥାଇ ମଧ୍ୟ ତାଙ୍କୁ ସ୍ବାଗତ କଲେ ନାହିଁ। ଆଉ ମନୋଜ ମହାପାତ୍ର କଣ ହେଲେ ଯେ ତାଙ୍କୁ ସ୍ବାଗତ କଲେ।

ଏହାର କାରଣରେ ଏତିକି କୁହାଯାଇପାରେ ଯେ, ତେଜେଶ୍ବରଙ୍କୁ ବୈଜୟନ୍ତ ପଣ୍ଡା ଆଣିଛନ୍ତି। ତେଣୁ ସେ ସେହି କାର୍ଯ୍ୟକ୍ରମରେ ରହିବା ଉଚିତ ମଣିଲେ ନାହିଁ। ଏହା ନୁହେଁ ଯେ, ତେଜେଶ୍ବର ବିଜେପିରେ ସାମିଲ ହେବା ପୂର୍ବରୁ ଧର୍ମେନ୍ଦ୍ରଙ୍କ ସହିତ କଥା ହୋଇ ନ ଥିବେ।  ଏହା ନୁହେଁ ଯେ ଧର୍ମେନ୍ଦ୍ର ଏହି ମିଶ୍ରଣକୁ ଅନୁମତି ଦେଇ ନ ଥିବେ। ତାଙ୍କ ଜାଣତରେ ଏହା ନିଶ୍ଚିତ ହୋଇଥିବା। ହେଲେ ସେ ଏହି ମିଶ୍ରଣ ପର୍ବରେ ଯୋଗଦେବାକୁ ଉଚିତ ମନେ କଲେ ନାହିଁ। ଏହା ହିଁ ସ୍ପଷ୍ଟ ଯେ, ବୈଜୟନ୍ତ ଆଉ ଧର୍ମେନ୍ଦ୍ର ମଧ୍ୟରେ ରାଜନୈତିକ ସଂପର୍କ କିପରି ରହିଛି।

ବିଗତ ଦିନକୁ ଦେଖିଲେ ଏହା ସ୍ପଷ୍ଟ ଯେ, ଦଳର ଏମିତି କୌଣସି ମିଶ୍ରଣ ପର୍ବ ନାହିଁ ଯାହା କି ଧର୍ମେନ୍ଦ୍ର ଓଡିଶାରେ ଥିବେ ଆଉ ଏଥିରେ ଯୋଗ ଦେବେ ନାହିଁ। କୌଣସି ନେତା ବିଜେପିର ସାମିଲ ହେବାକୁ ଥିଲେ ଧର୍ମେନ୍ଦ୍ର ଦିଲ୍ଲୀରୁ ଦୈଡି ଆସନ୍ତି। ନିଜେ ମିଶ୍ରଣ ପୂର୍ବର ସମସ୍ତ କଥାବାର୍ତ୍ତା କରି ଦିନ ଧର୍ଯ୍ୟ କରନ୍ତି। ହେଲେ ସେଦିନ ଖୋଦ ଧର୍ମେନ୍ଦ୍ର ମିଶ୍ରଣ ପର୍ବ ବେଳେ ଦଳୀୟ କାର୍ଯ୍ୟାଳୟରେ ରହି ଏଥିରେ ଯୋଗ ନ ଦେବା ଏବଂ ମନୋଜ ମହାପାତ୍ରଙ୍କ ମିଶ୍ରଣରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଚାଲିଛି।

ତେବେ ଏ ସବୁ ବାଦବିବାଦ ଭିତରେ ତେଜେଶ୍ବର ପରିଡାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହା ସନ୍ଦେହ ଜନକ। କାରଣ ‘ପ୍ରଧାନ’ ଆଉ ‘ପଣ୍ଡା’ ଙ୍କ ବଳ କଷାକଷି ମଝିରେ ‘ପରିଡା’ ଲହୁଲୁହାଣ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଜେଶ୍ବର ପରିଡା ଧର୍ମେନ୍ଦ୍ର ପ୍ରଧାନ ବୈଜୟନ୍ତ ପଣ୍ଡା ମନୋଜ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.