Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାପାତ୍ରଙ୍କ ଗାଁ କୁମାରାଙ୍ଗ ଶାସନରେ କୁମାରଉତ୍ସବ ପାଳିତ
ଆଞ୍ଚଳିକ

ଗୋଦାବରୀଶ ମହାପାତ୍ରଙ୍କ ଗାଁ କୁମାରାଙ୍ଗ ଶାସନରେ କୁମାରଉତ୍ସବ ପାଳିତ

October 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: କାଳଜୟୀ ଲେଖକ, ସମାଲୋଚକ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଜନ୍ମସ୍ଥାନ ବାଣପୁର ବ୍ଲକର କୁମାରାଙ୍ଗ ଶାସନ ଗାଁରେ ରହିଥିବା ଶତାୟୁ ପାଠାଗାରର ୧୧୧ ତମ ଜନ୍ମ ଜୟନ୍ତୀ ଓ କୁମାରଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଏହି ପାଠାଗାରଟି ଗୋଦାବରୀଶ ମହାପାତ୍ର ଓ ଜଗନ୍ନାଥ ମହାପାତ୍ର ଗ୍ରାମର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ରେ ସହାୟକ ହେଵା ଲକ୍ଷ୍ୟରେ ୧୯୧୨ ମସିହା କୁମାର ପୂର୍ଣ୍ଣିମା ତିଥିରେ ସ୍ଥାପନ କରିଥିଲେ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଗଣ୍ୟମାନ୍ୟ ଅତିଥିବୃନ୍ଦ କୁମାର ପାଠାଗାର ପରିଦର୍ଶନ କରିଥିଲେ। କୁମାର ପାଠାଗାରର ସଭାପତି ହୃଷିକେଶ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ପ୍ରିନସିପାଲ ଚିଫ ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଅବନିନ୍ଦ୍ର ଉଦଗାତା, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଅଂଚଳର ଖ୍ୟାତନାମା ଡାକ୍ତର ସୁରେନ୍ଦ୍ର ନାଥ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଗ୍ରାମର ଅବସରପ୍ରାପ୍ତ ମେଜର ଡାକ୍ତର ଶ୍ରୀକାନ୍ତ ମହାପାତ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ ଏବଂ କୁମାର ପାଠାଗାରର ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ବ୍ୟଙ୍ଗ ଲେଖକ ତଥା ଅଧ୍ୟାପକ ଡ଼. ରମାକାନ୍ତ ମହାପାତ୍ରଙ୍କ ସମ୍ପାଦିତ କୁମାର ପାଠାଗାରର ବାର୍ଷିକ ମୁଖପତ୍ର ‘କୁମାର’ ର ୨୦୨୨ ସଂସ୍କରଣ ଉନ୍ମୋଚିତ ହୋଇଥିଲା ଏବଂ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଛଅ ଜଣ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ପ୍ରଦାନ ସ୍ୱରୂପ ସମ୍ମାନିତ କରାଯାଥିଲା। ଏମାନଙ୍କ ମଧ୍ୟରେ ରହିଥିଲେ ନିକଟରେ ଓଡିଶା ପ୍ରଶାସନିକ ସେବା ୨୦୨୨ ରେ କୃତକାର୍ଯ୍ୟ ହୋଇଥିବା ବାଣପୁର ଅଲାଇଡିହ ଗ୍ରାମର ଦୃଷ୍ଟିବାଧିତ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା, ସ୍ଥାନୀୟ ଅଂଚଳର ଖ୍ୟାତନାମା ଡାକ୍ତର ସୁରେନ୍ଦ୍ର ନାଥ ଦାଶ, ଗ୍ରାମର ଉନ୍ନତି ପାଇଁ କାର୍ଯ୍ୟ କରିଆସିଥିବା ରାମନାଥ ମହାପାତ୍ର, କୁମାର ପାଠାଗାରର ପୂର୍ବତନ ସଭାପତି ବିଭୁ ପ୍ରସାଦ ମହାପାତ୍ର, ସ୍ବର୍ଗତ ସୁବାସ ଚନ୍ଦ୍ର ମହାପାତ୍ର ଓ ପୂର୍ବତନ ସମ୍ପାଦକ ସ୍ବର୍ଗତ ଲଲାଟେନ୍ଦୁ ମହାପାତ୍ର।

ଏଥିସହିତ ଗ୍ରାମରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସଭା ପରେ ଗ୍ରାମବାସୀଙ୍କ ଦ୍ୱାରା ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଓ ସଂଗୀତ ପରିବେଷଣ ଏବଂ ଏକ ପୌରାଣିକ ଗୀତିନାଟ୍ୟ କୃଷ୍ଣ ଜନ୍ମ – ଦୁର୍ମିଳାସୁର ବଧ ମଞ୍ଚସ୍ଥ ହୋଇଥିଲା।

କୁମାରାଙ୍ଗ ଶାସନ ଗୋଦାବରୀଶ ମହାପାତ୍ର ନିଆଁଖୁଣ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.