Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆୟୁଷ କ୍ଷେତ୍ରରେ ସହଯୋଗ ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା
ବିଶେଷ ଖବର

ଆୟୁଷ କ୍ଷେତ୍ରରେ ସହଯୋଗ ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା

October 24, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ଆଜି 7ମ ଆୟୁର୍ବେଦ ଦିବସ ମହା ସମାରୋହରେ ଆୟୋଜନ କରାଯାଇଛି। ଚଳିତ ବର୍ଷର 7ମ ଆୟୁର୍ବେଦ ଦିବସ ‘‘ପ୍ରତି ଦିନ ପ୍ରତି ଘରେ ଆୟୁର୍ବେଦ’’ ର ଥିମ ସହିତ ଆୟୋଜନ କରାଯାଇଛି ଯଦ୍ବାରା ଆୟୁର୍ବେଦର ଲାଭକୁ ବ୍ୟାପକ ଓ ତୃଣମୂଳ ସ୍ତରର ଗୋଷ୍ଠୀଙ୍କ ମଧ୍ୟରେ ସଂପ୍ରସାରିତ କରାଯାଇ ପାରିବ। ଛଅ ସପ୍ତାହ ବ୍ୟାପି ଚାଲୁଥିବା ଏହି ସମାରୋହରେ ସାରା ଦେଶରୁ ବ୍ୟାପକ ଅଂଶଗ୍ରହଣ ଦେଖା ଯାଇଛି। ଭାରତ ସରକାରଙ୍କ  26 ରୁ ଅଧିକ ମନ୍ତ୍ରଣାଳୟ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ମିଶନ ତଥା ଦୂତାବାସର ସହଯୋଗ ଦ୍ବାରା ଆୟୁଷ ମନ୍ତ୍ରଣାଳୟରର ସଂସ୍ଥାନ/ ପରିଷଦ ଦ୍ବାରା 5000 ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

କାର୍ଯ୍ୟକ୍ରମରେ ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱଲ୍‌, ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି, ଆୟୁଷ ରାଷ୍ଟ୍ର ମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ର ଭାଇ କାଲୁଭାଇ; ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଅନିଲ କୁମାର ଝା, ଆୟୁଷ ମନ୍ତ୍ରଣାଳୟର ବିଶେଷ ସଚିବ ପ୍ରମୋଦ କୁମାର ପାଠକ ଏବଂ ଏଆଇଆଇଏର ନିର୍ଦ୍ଦେଶକ ପ୍ରଫେସର ତନୁଜା ମନୋଜ ନେସାରିଙ୍କ  ସହିତ ବିଦେଶୀ ଦୂତାବାସ ଏବଂ ଡବ୍ଲୁଏଚଓ-ଏସଇଏଆରଓ ର ପ୍ରତିନିଧିମାନେ ମଧ୍ୟ ସାମିଲ୍ ହୋଇଥିଲେ।

ଉପରୋକ୍ତ ଜନସାଧାରଣଙ୍କୁ ସମ୍ବୋଧିତ କରି ସର୍ବାନନ୍ଦ ସୋନେୱାଲ୍ କହିଛନ୍ତି ଯେ ଆୟୁର୍ବେଦ ଏକ ରୋଗ ନିବାରଣ ବିଜ୍ଞାନ ଅଟେ। ଏହା ଏକ ପ୍ରାଚୀନ ଜ୍ଞାନ ଅଟେ ଏବଂ ଆମର ଗବେଷଣା ପରିଷଧ ଆୟୁଷ କ୍ଷେତ୍ରରେ କିଛି ପ୍ରଭାବଶାଳୀ ଗବେଷଣା କାର୍ଯ୍ୟ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତି ଦିନ ପ୍ରତି ଘରେ ଆୟୁର୍ବେଦ କ୍ୟାମ୍ପିଂର ଉଦ୍ଦେଶ୍ୟ ଆୟୁର୍ବେଦ ଏବଂ ଏହାର କ୍ଷମତାକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ଅଟେ। ଆୟୁର୍ବେଦ ଏବେ ବିଶ୍ବ ସ୍ତରରେ ପ୍ରସିଦ୍ଧ ହୋଇଛି ଏବଂ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ଏବଂ କଠିନ ପରିଶ୍ରମ କାରଣରୁ ହୋଇପାରିଛି।

ଅର୍ଜୁନ ମୁଣ୍ଡା ଏହି ଅବସରରେ କହିଛନ୍ତି ଯେ, ‘‘ଆୟୁର୍ବେଦ ଭାରତର ପ୍ରାଚୀନ ପରମ୍ପରା ଏବଂ ସମ୍ପଦ ଅଟେ। ଜଙ୍ଗଲରେ ରହୁଥିବା ଲୋକମାନଙ୍କ ସହଯୋଗ ଦ୍ବାରା ଆୟୁର୍ବେଦର ବିକାଶ କରାଯାଇପାରିବ। ଆୟୁର୍ବେଦ ହିଁ ଏପରି ଏକ ଚିକିତ୍ସା ବିଜ୍ଞାନ ଯାହା ରୋଗର ପ୍ରତିକାର ବିଷୟରେ କହିଥାଏ, ରୋଗ ହେବା ପରେ ଏହାର ଚିକିତ୍ସା ବିଷୟରେ ନୁହେଁ।

ଡା. ମୁଞ୍ଜପରା ମହେନ୍ଦ୍ର ଭାଇ କାଲୁଭାଇ କହିଛନ୍ତି ଯେ ଆୟୁଷ ମନ୍ତ୍ରଣାଳୟ ଦେଶରେ ସ୍ବାସ୍ଥ୍ୟର ଆୟୁଷ ପ୍ରଣାଳୀକୁ ଗତି ପ୍ରଦାନ କରିଛି ଏବଂ ଏବେ ଆୟୁର୍ବେଦକୁ 30 ଟି ଦେଶରେ ସ୍ବୀକୃତି ମିଳିସାରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆୟୁଷର ବର୍ତ୍ତମାନ ଟର୍ଣ୍ଣଓଭର 18.1 ବିଲିୟନ ଡଲାର ଅଟେ।

ମୀନାକ୍ଷି ଲେଖି କହିଛନ୍ତି ଯେ, ‘‘ଏହା ଆମର ପୂର୍ବପୁରୁଷଙ୍କ ବିଜ୍ଞାନର ପ୍ରଶଂସା କରିବାର ସମୟ ଅଟେ। 5000 ବର୍ଷ ରୁ ଅଧିକ ପୁରୁଣା ଏହି ବିଜ୍ଞାନର ସମାରୋହ, ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତଦାରଖରେ ଆୟୁର୍ବେଦ ଦିବସର ଅବସରରେ ପାଳନ କରାଯାଉଛି। ସେମାନେ ସର୍ବଦା ଆୟୁର୍ବେଦ ବିଜ୍ଞାନକୁ ପ୍ରୋତ୍ସାହନ ଦେଇଛନ୍ତି ଏବଂ ଗତ କିଛି ବର୍ଷ ଧରି ଏହା ଶୀର୍ଷରେ ପହଞ୍ଚି ସାରିଛି।

ପ୍ରଫେସର ତନୁଜା ନୋସାରି କହିଛନ୍ତି ଯେ ‘‘ଆଇ ସପୋର୍ଟ ଆୟୁର୍ବେଦ’’ ଅଭିଯାନକୁ ସମସ୍ତଙ୍କ ଠାରୁ ଅସୀମ ସମର୍ଥନ ମିଳିଛି ଏବଂ 6 ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିଥିବା ଏହି ଦୀର୍ଘଅବଧି କାର୍ଯ୍ୟକ୍ରମରେ ଆୟୁର୍ବେଦ ଦିବସରେ ଆଧାରିତ ବିଭିନ୍ନ ସଂସ୍ଥା ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ 1.7 କୋଟିରୁ ଅଧିକ ଲୋକମାନେ ଅଂଶଗ୍ରହଣ କରିଛନ୍ତି ଏବଂ 56 ଲକ୍ଷରୁ ଅଧିକ ଲୋକ ସାମିଲ୍ ହୋଇଛନ୍ତି।

ଆୟୁଷ ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି ଯାହା ସହାୟତାରେ ଉଭୟ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ, ସମନ୍ବୟ ଏବଂ ସଂଯୋଜନା କ୍ଷେତ୍ରକୁ ଅନୁସନ୍ଧାନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ରାଜିନାମା ସ୍ବାକ୍ଷର କରାଯାଇଛି।

ଏହି ଅବସରରେ ‘ଦି ଆୟୁର୍ବେଦିକ ଫାର୍ମାକୋପିଆ ଅଫ ଇଣ୍ଡିଆ’, ‘ଦି ଆୟୁର୍ବେଦିକ ଫର୍ମୁଲାରି ଅଫ୍ ଇଣ୍ଡିଆ’ ଉପରେ ଏକ ପୁସ୍ତକର ବିମୋଚନ କରାଯାଇଛି। ଔଷଧୀୟ ବୃକ୍ଷର ସ୍ବାସ୍ଥ୍ୟ ଲାଭ ବିଷୟରେ ସଚେତନତା ସୃଜନ କରିବା ପାଇଁ, ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଅଶ୍ବଗନ୍ଧା – ଏକ ସ୍ବାସ୍ଥ୍ୟ ପ୍ରବର୍ତ୍ତକ ଉପରେ ଏକ ପ୍ରଜାତି ବିଶିଷ୍ଟ ଜାତୀୟ ଅଭିଯାନର ଶୁଭାରମ୍ଭ କରାଯାଇଛି। ପାଞ୍ଚ ଲଘୁ ଭିଡିଓ ପ୍ରତିଯୋଗୀତାର ପ୍ରଥମ ପୁରସ୍କାର ବିଜେତାମାନଙ୍କୁ କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ଦ୍ବାରା ସମ୍ମାନିତ କରାଯାଇଛି।

ଅର୍ଜୁନ ମୁଣ୍ଡା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଆୟୁର୍ବେଦ ଦିବସ ଆୟୁଷ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

କେତେ ସମୟ ଚାଲିବା ଭଲ, ଜାଣନ୍ତୁ ଶରୀର ଉପରେ ଚାଲିବା ସମୟ କିପରି ପ୍ରଭାବ ପକାଏ ?

April 22, 2026

ସକାଳୁ ସକାଳୁ ଗୋଇଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଅଣଦେଖା କରନ୍ତୁ ନାହିଁ , ହୋଇପାରେ ବଡ ସମସ୍ୟା

April 22, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026
Latest News

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026

ଆଉ ଔଷଧରେ ବ୍ୟବହାର ହେବ ନାହିଁ ଅଶ୍ୱଗନ୍ଧା ପତ୍ର, ଜାଣନ୍ତୁ କାହିଁକି FSSAI ଏହାକୁ ନିଷେଧ କଲା?

April 24, 2026

ରାଶିଫଳ: ଆଜି ଏପ୍ରିଲ ୨୪ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 24, 2026

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026

ଟ୍ରାଫ୍ଫିକ ଯନ୍ତ୍ରଣାର ଅନ୍ତ କେବେ ?

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.