Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାନସଭାକୁ ସରଗରମ କଲା ଅର୍ଚ୍ଚନା ନାଗ ପ୍ରସଂଗ, ବିରୋଧୀଙ୍କ ହାଙ୍ଗାମା
ବିଶେଷ ଖବର

ବିଧାନସଭାକୁ ସରଗରମ କଲା ଅର୍ଚ୍ଚନା ନାଗ ପ୍ରସଂଗ, ବିରୋଧୀଙ୍କ ହାଙ୍ଗାମା

November 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଧାନସଭାକୁ ସରଗରମ କଲା ଅର୍ଚ୍ଚନା ନାଗ ପ୍ରସଂଗ, ବିରୋଧୀଙ୍କ ହାଙ୍ଗାମା

ଭୁବନେଶ୍ବର: ବିଧାନସଭାରେ ଉଠିଲା ନାଗ ଦମ୍ପତ୍ତି ପ୍ରସଙ୍ଗ। ଏନେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଚୁପ ରହୁଛନ୍ତି ସେଇ ପ୍ରଶ୍ନ ଉଠାଇଛନ୍ତି  ବିରୋଧୀ କଂଗ୍ରେସ ଓ ବିଜେପି। ସେଥିପାଇଁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଉଭୟ ଦଳ ଦାବି କରିଛନ୍ତି। ଏହାକୁ ନେଇ ଗୃହର ସ୍ଥିତି ସରଗରମ ଥିଲା।

ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନର ଅପରାହ୍ନ ଅଧିବେଶନ କାଳରେ ପ୍ରଥମେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିବା ଦୁଃଖର ବିଷୟ। ତେଣୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ।

ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ସେ କହିଥିଲେ, ନାଗ ଦାମ୍ପତ୍ତିଙ୍କ ପାଇଁ ରାଜ୍ୟର ଭାବମୂର୍ତ୍ତି ନଷ୍ଟ ହୋଇଛି I ଏଥିରେ ଶାସକ ଦଳର ନେତା, ପ୍ରଶାସକ ସିଧାସଳଖ ସମ୍ପୃକ୍ତ। ତେଣୁ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହିବାର ଅଧିକାର ନାହିଁ। ସେ ତୁରନ୍ତ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ। ଏଥିପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଶ୍ରୀ ମାଝୀ ଦାବି କରିଥିଲେ।

ଶେଷରେ କଂଗ୍ରେସ, ବିଜେପି ସଭ୍ୟ ଗୃହ ଭିତରେ ହାଟଗୋଳ ସହ ନାରାବାଜି ଦେଇଥିଲେ।  ଏହି ହୋହଲ୍ଲା ଭିତରେ ଅତିରିକ୍ତ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ତାରାଫୁର ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ପରେ ବାଚସ୍ପତି ଗୃହକୁ 5.10ରେ ଶୁକ୍ରବାର ସାଢ଼େ 10 ଯାଏ ମୁଲତବୀ ଘୋଷଣା କରିଥିଲ ।

ଅର୍ଚ୍ଚନା ନାଗ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର

March 2, 2026

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିହାରରୁ ବଡ ଖବର: ବିଜେପିରେ ମିଶିବ କି ଉପେନ୍ଦ୍ର କୁଶୱାହାଙ୍କ ଦଳ?

March 2, 2026

“ପାକିସ୍ତାନୀମାନଙ୍କ ଗ୍ରୀନ୍ କାର୍ଡ ଏବଂ ଭିସା ରଦ୍ଦ ହେଉ”: ଭାରତର ନାମ ନେଇ ଆମେରିକା ନେତାଙ୍କ ଦାବି

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026
Latest News

ଯୁବକଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର

March 2, 2026

ଯଦି ଟି-୨୦ ବିଶ୍ୱକପ୍ ସେମିଫାଇନାଲ ବର୍ଷା ଯୋଗୁଁ ଧୋଇଯାଏ, ତେବେ କିପରି ନିର୍ଣ୍ଣୟ ହେବ ବିଜେତା?

March 2, 2026

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିହାରରୁ ବଡ ଖବର: ବିଜେପିରେ ମିଶିବ କି ଉପେନ୍ଦ୍ର କୁଶୱାହାଙ୍କ ଦଳ?

March 2, 2026

ଘୋଷଣା ହେଲା ଭାରତ-ଆଫଗାନିସ୍ତାନ ଦ୍ୱିପାକ୍ଷିକ ଦିନିକିଆ ସିରିଜ: ଜାଣନ୍ତୁ କାର୍ଯ୍ୟସୂଚୀ

March 2, 2026

“ପାକିସ୍ତାନୀମାନଙ୍କ ଗ୍ରୀନ୍ କାର୍ଡ ଏବଂ ଭିସା ରଦ୍ଦ ହେଉ”: ଭାରତର ନାମ ନେଇ ଆମେରିକା ନେତାଙ୍କ ଦାବି

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.