Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାଇବର ଲୁଟେରାଙ୍କ ଟାର୍ଗେଟ୍ ରେ ନାବାଳିକା
ଅପରାଧ

ସାଇବର ଲୁଟେରାଙ୍କ ଟାର୍ଗେଟ୍ ରେ ନାବାଳିକା

December 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cybercrime
Operation Cyber Kavach: 84 Arrested in Statewide Cybercrime Crackdown

କଟକ: କଟକରେ ପ୍ରଥମ ଥର ପାଇଁ ହେଲା ଭିନ୍ନ ଧରଣର ସାଇବର ଠକେଇ। ସବୁ ଦିନିଆ ଅନଲାଇନ ଜିନିଷ ମଗାଉଥିବ ଯୁବତୀଙ୍କୁ ଟାର୍ଗେଟ୍ କଲେ ସାଇବର ଲୁଟେରା। ପ୍ରଥମେ ଅନଲାଇନ ଡେଲିଭରି ଓ ପରେ ସେଥିରୁ ବାହାରିଲା ଦୁର୍ଗନ୍ଧ କପଡ଼ା। ଏହାପରେ ଟଙ୍କା ରିଫଣ୍ଡ ପାଇଁ କହି ଫୋନପେ ଲିଙ୍କ୍ ମାଧ୍ୟମରେ ଲୁଟିନେଲେ ଲୁଟେରା।

ତେବେ ଏହି ଗାଙ୍ଗର ଉତ୍ପତ୍ତି ପଡ଼ୋଶୀ ରାଜ୍ୟ ମାନଙ୍କରେ ହିଁ ଦୃଷ୍ଟି ଗୋଚର ହୋଇଥାଏ। ଯାହା ନିରୀହ ଓ ବେଶୀ ଅନଲାଇନ ବ୍ୟବହାର କରୁଥିବା ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରିଥାନ୍ତି। ବିଗତ ଦିନ ମାନଙ୍କରେ ଅନେକ ସାଇବର ଲୁଟ ସାମ୍ନାକୁ ଆସିଥିବା ବେଳେ ଏହିଭଳି ଘଟଣା ହୁଏତ ଓଡ଼ିଶାରେ ପ୍ରଥମ।

କଟକ ନୂଆ ବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜର ଅନଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟରୁ ଏକ କଲ ଆସିଥିଲା। ନାବାଳିକା ଜଣକ ଘରେ ନଥିବାରୁ ତାଙ୍କ ମା’ ଙ୍କୁ କଲ କରି କହିଥିଲେ ଅନଲାଇନ ଅର୍ଡର ଟିକୁ ରିସିଭ କରିବା ପାଇଁ। ଏହାପରେ ନାବାଳିକାଙ୍କ ମା’ ୪୦୦ ଟଙ୍କା କ୍ୟାସ ଦେଇ ଅର୍ଡରକୁ ରିସିଭ କରିଥିଲେ। ହେଲେ ତା ଭିତରୁ ଦୁର୍ଗନ୍ଧ କପଡ଼ା ବାହାରିଥିଲା। ଯାହା ଫଳରେ ଏହାକୁ ଫେରସ୍ତ କରିବା ପାଇଁ ଉକ୍ତ ନମ୍ବରରେ ଡେଲିଭରି ବଏ ସହ ଯୋଗାଯୋଗ କରିଥିଲେ। ଏହାପରେ ସାଇବର ଲୁଟେରା ତାଙ୍କୁ ମାଗିଥିଲେ ଆପଣଙ୍କ ଫୋନପେ ନମ୍ବର ଅଛି ଯଦି ଦିଅନ୍ତୁ ଆମେ ଆପଣଙ୍କ ଟଙ୍କାକୁ ଫୋନପେ ମାଧ୍ୟମରେ ଫେରସ୍ତ କରିଦେବୁ।

ନାବାଳିକା ଜଣକ ଆମର କୌଣସି ଫୋନପେ ନମ୍ବର ନାହିଁ କହି ଉକ୍ତ ଡେଲିଭରି ବଏକୁ ପଡ଼ୋଶୀଙ୍କର ଫୋନେପ ନମ୍ବର ଟି ଦେଇଥିଲେ। ଲୁଟେରା ଜଣକ ପ୍ରତିଉତ୍ତରରେ କହିଥିଲେ ଫୋନପେ ରେ ଯେଉଁ ଲିଙ୍କ ଯିବ ତାକୁ କ୍ଲିକ କରିଦେବେ। ତେବେ ପଡ଼ୋଶୀ ଜଣକ ସେଇ ଲିଙ୍କ କୁ କ୍ଲିକ କଲା ପରେ ତାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଗାୟବ ହେଇଗଲା ୧୯ ହଜାର ଟଙ୍କା। ଏ ନେଇ ନାବାଳିକା ଜଣକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ଦେଇଛନ୍ତି କଟକ ଆଡସ୍ନାଲ ଡିସିପି ଅନିଲ ମିଶ୍ର।

କଟକ ନାବାଳିକା ସାଇବର ଲୁଟେରା
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 1, 2026

ଆଜି ଭାରତ ଦ୍ରୁତ ଗତିରେ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ପ୍ରଧାନମନ୍ତ୍ରୀ

March 1, 2026

ଦୁଇ ଦିନିଆ ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ଜାତୀୟ କର୍ମଶାଳା ଉଦଯାପିତ 

March 1, 2026
Latest News

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026

ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ 

March 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 1, 2026

ଆଜି ଭାରତ ଦ୍ରୁତ ଗତିରେ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ପ୍ରଧାନମନ୍ତ୍ରୀ

March 1, 2026

ଦୁଇ ଦିନିଆ ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ଜାତୀୟ କର୍ମଶାଳା ଉଦଯାପିତ 

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.