Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର: ଠାକୁରାଣୀଙ୍କ ଜାଗାକୁ ଅନଧିକାର କବଜା କରିବାକୁ ବିରୋଧ
ଅପରାଧ

ବାଣପୁର: ଠାକୁରାଣୀଙ୍କ ଜାଗାକୁ ଅନଧିକାର କବଜା କରିବାକୁ ବିରୋଧ

December 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଧିନସ୍ଥ ୨ନମ୍ବର ୱାର୍ଡ ଦାଶରଥିପୁର ଗ୍ରାମର ଠାକୁରାଣୀଙ୍କ ଜାଗାକୁ କିଛି ମୁଷ୍ଟିମେୟ ଲୋକଙ୍କ ଅନଧିକାର ମାଡିବସିବା ଅଭିଯୋଗକୁ ନେଇ ଆଜି ଅପରାହ୍ନରେ ଗ୍ରାମବାସୀଙ୍କ ବାଣପୁର ତହସିଲଦାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ମୁତାବକ ଦାସରଥୀପୁର ଗ୍ରାମର ବୁଢ଼ୀ ଠକୁରାଣୀ କେଉଁ ଆବହମାନ କାଳରୁ ପୂଜା ପାଉଥିବା ସ୍ଥଳେ ଉକ୍ତ ଜାଗା ଠାକୁରାଣୀ ଓ ଗ୍ରାମର ମାରଫତଦାରଙ୍କ ନାମରେ ଅଛି। କିନ୍ତୁ କିଛି ବ୍ୟକ୍ତି ଠାକୁରାଣୀଙ୍କ ଜାଗାକୁ ଅନଧିକାର କବଜା କରିବା ପାଇଁ ମସୁଧା କରୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀ ମାନେ ଉପରୋକ୍ତ ବ୍ୟକ୍ତିମାନଙ୍କୁ ବିରୋଧ କଲେ ସେମାନେ ଗ୍ରାମବାସୀଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବାର ମଧ୍ୟ ଗ୍ରାମବାସୀ ମାନେ ଦାବିପତ୍ରରେ ପ୍ରକାଶ କରିଛନ୍ତି। ତେଣୁ ଆଜି ଅପରାହ୍ଣରେ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଏକତ୍ର ହୋଇ ଠାକୁରାଣୀଙ୍କ ଜାଗାର ସ୍ଥିତାବସ୍ଥା ବଜାୟ ରଖିବାକୁ ବାଣପୁର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଉକ୍ତ ଘଟଣାକୁ ନେଇ ଗତକାଲି ବାଣପୁର ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ଗ୍ରାମବାସୀ। ଆସନ୍ତା କାଲି ରାଜସ୍ୱ ଅଧିକାରୀଙ୍କୁ ଉକ୍ତ ଜାଗାକୁ ପଠାଇ ଘଟଣାର ଅନୁଧ୍ୟାନ କରାଯିବ ବୋଲି ବାଣପୁର ତହସିଲଦାର କୁଞ୍ଜବିହାରି ବଡ଼ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଅନଧିକାର କବଜା ଠାକୁରାଣୀଙ୍କ ଜାଗା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ନାଚୁଣୀ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ: ଆଗାମୀ ଭବିଷ୍ୟତଙ୍କୁ ସମ୍ବୋଧିତ କଲେ ଆଇନ ମନ୍ତ୍ରୀ

August 7, 2025

ଅଲ-କାଏଦାର ମହିଳା ମାଷ୍ଟରମାଇଣ୍ଡଙ୍କ ବିପଦପୂର୍ଣ୍ଣ ଯୋଜନା: ଭାରତରେ ଇସଲାମିକ ଶାସନ ପାଇଁ ରଚିଥିଲେ ବଡ ଷଡଯନ୍ତ୍ର

August 6, 2025

ଜଳିଗଲେ ଆଉ ଜଣେ ଯୁବତୀ: ବାପା ଆଣିଲେ ସଙ୍ଗୀନ ଅଭିଯୋଗ

August 6, 2025

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ, ଟିଏମସି କର୍ମୀ କରିଥିବା ଅଭିଯୋଗ

August 5, 2025
Latest News

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

August 8, 2025

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

August 8, 2025

‘ସି ଲିଡ୍ସ-୨: ନେତୃତ୍ବ ନେଉଥିବା ମହିଳାଙ୍କ କର୍ମଶାଳା’କୁ ଉଦଘାଟନ କଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.