Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର: ଠାକୁରାଣୀଙ୍କ ଜାଗାକୁ ଅନଧିକାର କବଜା କରିବାକୁ ବିରୋଧ
ଅପରାଧ

ବାଣପୁର: ଠାକୁରାଣୀଙ୍କ ଜାଗାକୁ ଅନଧିକାର କବଜା କରିବାକୁ ବିରୋଧ

December 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଧିନସ୍ଥ ୨ନମ୍ବର ୱାର୍ଡ ଦାଶରଥିପୁର ଗ୍ରାମର ଠାକୁରାଣୀଙ୍କ ଜାଗାକୁ କିଛି ମୁଷ୍ଟିମେୟ ଲୋକଙ୍କ ଅନଧିକାର ମାଡିବସିବା ଅଭିଯୋଗକୁ ନେଇ ଆଜି ଅପରାହ୍ନରେ ଗ୍ରାମବାସୀଙ୍କ ବାଣପୁର ତହସିଲଦାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ମୁତାବକ ଦାସରଥୀପୁର ଗ୍ରାମର ବୁଢ଼ୀ ଠକୁରାଣୀ କେଉଁ ଆବହମାନ କାଳରୁ ପୂଜା ପାଉଥିବା ସ୍ଥଳେ ଉକ୍ତ ଜାଗା ଠାକୁରାଣୀ ଓ ଗ୍ରାମର ମାରଫତଦାରଙ୍କ ନାମରେ ଅଛି। କିନ୍ତୁ କିଛି ବ୍ୟକ୍ତି ଠାକୁରାଣୀଙ୍କ ଜାଗାକୁ ଅନଧିକାର କବଜା କରିବା ପାଇଁ ମସୁଧା କରୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀ ମାନେ ଉପରୋକ୍ତ ବ୍ୟକ୍ତିମାନଙ୍କୁ ବିରୋଧ କଲେ ସେମାନେ ଗ୍ରାମବାସୀଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବାର ମଧ୍ୟ ଗ୍ରାମବାସୀ ମାନେ ଦାବିପତ୍ରରେ ପ୍ରକାଶ କରିଛନ୍ତି। ତେଣୁ ଆଜି ଅପରାହ୍ଣରେ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଏକତ୍ର ହୋଇ ଠାକୁରାଣୀଙ୍କ ଜାଗାର ସ୍ଥିତାବସ୍ଥା ବଜାୟ ରଖିବାକୁ ବାଣପୁର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଉକ୍ତ ଘଟଣାକୁ ନେଇ ଗତକାଲି ବାଣପୁର ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ଗ୍ରାମବାସୀ। ଆସନ୍ତା କାଲି ରାଜସ୍ୱ ଅଧିକାରୀଙ୍କୁ ଉକ୍ତ ଜାଗାକୁ ପଠାଇ ଘଟଣାର ଅନୁଧ୍ୟାନ କରାଯିବ ବୋଲି ବାଣପୁର ତହସିଲଦାର କୁଞ୍ଜବିହାରି ବଡ଼ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବମ୍ବେ ଛାତ୍ର ଜୀବନ ହାରିବା ଘଟଣା: ପ୍ରଫେସର ସସ୍‌ପେଣ୍ଡ

September 21, 2026

ପୂର୍ବତନ ଟିଏମସି ବିଧାୟକଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଆକ୍ରମଣ: ବିଜେପି ଉପରେ ଅଭିଯୋଗ

September 20, 2026

ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

September 20, 2026

ଅଡୁଆରେ ହୁମାୟୁନ୍ କବୀର!: ନକଲି ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ସହିତ ଦଳୀୟ ନେତା ଗିରଫ

September 20, 2026
Latest News

ଏସଆଇଆର-୨୦୨୬: ଖୋର୍ଦ୍ଧାରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ବୈଠକ

September 21, 2026

ଆଇଆଇଟି ବମ୍ବେ ଛାତ୍ର ଜୀବନ ହାରିବା ଘଟଣା: ପ୍ରଫେସର ସସ୍‌ପେଣ୍ଡ

September 21, 2026

ବିହାରରେ ଅଘଟଣ: ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୬ ଶିଶୁ

September 21, 2026

କେରଳରେ ପ୍ରକୃତିର ତାଣ୍ଡବ: ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ୯ ମୃତ

September 21, 2026

କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.