Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଚାରଣ ପ୍ରବ୍ରଜ୍ୟା ୩୧ତମ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଉଦଘାଟିତ
ଆଞ୍ଚଳିକ

ବାଣପୁରରେ ଚାରଣ ପ୍ରବ୍ରଜ୍ୟା ୩୧ତମ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଉଦଘାଟିତ

December 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀ ଜଗନ୍ନାଥ ଚେତନାର ବାହକ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀଙ୍କ ଆନୁକୂଲ୍ୟରେ ବାଣପୁରର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପ୍ରାଙ୍ଗଣରେ ଆଜି ଚାରଣ ପ୍ରବ୍ରଜ୍ୟା -୨୦୨୨ ୩୧ତମ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥଙ୍କ ଚାରଣ ଚେତନାର ବାର୍ତ୍ତା ପ୍ରତି ଜନପଦର ଦ୍ୱାରେ ଦ୍ୱାରେ ଖାଲିପାଦରେ ପ୍ରଚାର ପ୍ରସାର ପାଇଁ ପ୍ରଭୁଙ୍କ ସହ ପ୍ରବ୍ରଜ୍ୟା କରନ୍ତି। ଉକ୍ତ ପ୍ରବ୍ରଜ୍ୟା ୧୯୯୦ ମସିହା ଠାରୁ ଆରମ୍ଭ ହୋଇ ଆସୁଅଛି।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଡ଼ିସେମ୍ବର ୨୪ ତାରିଖରୁ ଜାନୁୟାରୀ ୧ତାରିଖ ପର୍ଯ୍ୟନ୍ତ ନବଦିନ ବ୍ରତ ନିଷ୍ଠାର ସହକାରେ କରାଯିବ। ଆଜି ପ୍ରଥମ ଦିନରେ ପ୍ରାତଃ କାଳରେ ଶ୍ରୀ ବିଷ୍ଣୁ ସହସ୍ର ନାମ ଓ ହନୁମାନ ଚାଲିଶା, କଳସ ଯାତ୍ରା, ଜଳଯୋଗ ସହ ପୂର୍ବାହ୍ନ ରେ ଭାଗବତ ସଭା ଓ ଶ୍ରୀ ବିଷ୍ଣୁ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା। ଅପରାହ୍ନ ୩ଘଟିକା ସମୟରେ ବାଣପୁର ଭଗବତୀ ସାହି ଦାସରଥୀପୁର ,ତଳସାହି,ରଘୁନାଥ ସାହି ଓ ଦକ୍ଷ ପ୍ରଜାପତି ସାହିରେ ନଗର କୀର୍ତ୍ତନର ଆୟୋଜନ କରାଯାଇଥିଲା। ସନ୍ଧ୍ୟା ୭ଘଟିକା ସମୟରେ ଏକ ଭାଗବତ ସଭାର ଆୟୋଜନ କରାଯାଇଥିଲା।

ଉକ୍ତ ଭାଗବତ ସଭାକୁ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ଶ୍ରୀ ରଙ୍କନାଥଙ୍କ ସ୍ଥାୟୀ ସଭାପତି ଓ ପ୍ରଥମ ସେବକ ରାଜକୁମାର ରାଜସାହେବ ସନ୍ତୋଷ ମୋହନଦେଵ ମାନସିଂ ହରିଚନ୍ଦନ ମର୍ଦ୍ଦରାଜ ଭ୍ରମରବର ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଂମାନିତ ଅତିଥି ଭାବେ ଏନ ଏ ସି ଅଧକ୍ଷ ମିଟୁ ନାୟକ, ଶ୍ରୀଗୁଣ୍ଡିଚା ପତ୍ରିକାର ମୁଖ୍ୟ ସମ୍ପାଦକ ମଦନ ମୋହନ ମହାପାତ୍ର ଯୋଗ ଦେଇଥିଲେ। ଉକ୍ତ ଭାଗବତ ସଭାକୁ ପ୍ରାଧ୍ୟାପକ ଡଃ ଗୋପାଳ ଚନ୍ଦ୍ର ରଥ ଉପ ଦଳପତି ଡଃ ଶରତ ଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ହରିଶ୍ଚନ୍ଦ୍ର ସାହୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ପରେ ଚାରଣ ପ୍ରବକ୍ତାଗଣଙ୍କ ଦ୍ୱାରା ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତେବେ ନବ ଦିନ ବ୍ୟାପି ସମସ୍ତ କାର୍ଯ୍ୟକ୍ରମକୁ ବାଣପୁରର ଅଗ୍ରଣୀ ଧର୍ମାନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ 108 ହନୁମାନ ଚାଳିଶା ଯଜ୍ଞ କମିଟି ପରିଚାଳନା କରୁଅଛି l

ବାଣପୁର ଶ୍ରୀ ଶ୍ରୀ ରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.