Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ
ଆଜିର ଖବର

ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ

January 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର; ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମିଳିତ ଭାବରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା କରିବା ପାଇଁ ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଆଇଟି ଜାମ୍ମୁ ଓ ଏମ୍ସ ଜାମ୍ମୁ ମଧ୍ୟରେ ସାଢେ ୪ ବର୍ଷିଆ ଡୁଆଲ ଡିଗ୍ରୀ ଦେବାର ଏକ ବ୍ୟବସ୍ଥା ହୋଇଛି। ଇଞ୍ଜିନିୟରି ଓ ମେଡିକାଲ ସାଇନ୍ସରେ ଡିଗ୍ରୀ ବ୍ୟବସ୍ଥା ଦ୍ୱାରା ଉଭୟ ଆଇଆଇଟି ଓ ମେଡିକାଲ ଛାତ୍ରଛାତ୍ରୀମାନେ ଲାଭବାନ ହେବେ। ଇଞ୍ଜିନିୟର ପାଠ୍ୟକ୍ରମ ସଂସ୍ପର୍ଶରେ ଆସିବା ଦ୍ୱାରା ବିଶେଷତଃ ଶେଷ ବର୍ଷର ମେଡିସିନ ଏବଂ ସର୍ଜରି ବିଭାଗର ମେଡିକାଲ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ହେବ। ସେହିପରି ଆଇଆଇଟି ଇଞ୍ଜିନିୟରମାନେ ମେଡିକାଲ ବିଜ୍ଞାନ ସମ୍ପର୍କରେ ପାଠ ପଢିଲେ ସେମାନେ ମେଡିକାଲ ଉପକରଣ ତଥା ଏହି କ୍ଷେତ୍ରରେ ଇନୋଭେସନ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ।

ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣପଦକ ପାଇଥିବା ଶ୍ରେଷ୍ଠ ୪୦ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ଜଣେ ଡାକ୍ତରଙ୍କ ପୁଅ ଭାବରେ ଡାକ୍ତରଙ୍କ ଦାୟିତ୍ୱକୁ ମୁଁ ଭଲ ଭାବେ ଜାଣେ। ଡାକ୍ତରଙ୍କ ସ୍ନେହ ଓ ମଧୁର କଥା ରୋଗୀଙ୍କୁ ଭଲ କରିଦେବ। ଡାକ୍ତରଙ୍କ ପରିଶ୍ରମ କାରଣରୁ ଆଜି ଦେଶ ସୁରକ୍ଷିତ ହୋଇଛି।

ପ୍ରତି ବର୍ଷ ଏମ୍ସ ପରିସରରେ ୫୦୦୦ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ କ୍ୟାମ୍ପସକୁ ଅଙ୍ଗାରକାମ୍ଳ ରହିତ ପରିବେଶ କରିବା ଦରକାର। ପ୍ଲାଷ୍ଟିକ ମୁକ୍ତ ସହ ସ୍ୱଚ୍ଛ ରଖିବା ଦରକାର। ସେହିପରି ଓଡିଶାରେ ୫ଜି ଟେଲିକମ ସେବାର ଶୁଭାରମ୍ଭ ହୋଇସାରିଥିବା ବେଳେ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ରୋବଟିକ୍ସ ମାଧ୍ୟମରେ ଅପରେସନ କରିବାରେ ଭୁବନେଶ୍ୱର ଏମ୍ସ ସଫଳତା ଆଣିବା ପାଇଁ ଆହ୍ୱାନ କରିଛନ୍ତି। ଏହାବ୍ୟତିତ ମାତୃଭାଷାରେ ଶିକ୍ଷାର ପ୍ରାଧାନ୍ୟକୁ ଗୁରୁତ୍ୱ ଉପରେ ଶ୍ରୀ ପ୍ରଧାନ କହିବା ସହ ଆଗାମୀ ଦିନରେ ମେଡିକାଲ ସାଇନ୍ସର ସମସ୍ତ ବହିକୁ ମାତୃଭାଷାରେ ଅନୁବାଦ କରାଯିବା ନେଇ ସୂଚନା ଦେଇଛନ୍ତି।

ଏମ୍ସର କଳ୍ପନା ପାଇଁ ଦେଶର ଅଦ୍ୱିତୀୟ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ବାଜପେୟୀ, ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଷମା ସ୍ୱରାଜ, ତତ୍କାଳୀନ ଶିକ୍ଷା ମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମ୍ସର ଭିତ୍ତିପ୍ରସର କରାଯାଇଥିଲା। ଏମ୍ସ ଆଜି ଅନେକ ସଫଳତା ସାଉଁଟିଛି। ଆଜି ଏମ୍ସ ଭୁବନେଶ୍ଵରରେ ଲୋକାର୍ପିତ ୩୬ ଶଯ୍ୟାବିଶିଷ୍ଟ ବର୍ନ ସେଣ୍ଟରରେ ସହଯୋଗୀ ହୋଇଥିବାରୁ ଏନଟିପିସିକୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଏମସ ଭୁବନେଶ୍ୱରରେ ମଧ୍ୟ ୧୫୦ ଶଯ୍ୟାବିଶିଷ୍ଟ ଏକ ଅତ୍ୟାଧୁନିକ କ୍ରିଟିକାଲ କେୟାର ହସ୍ପିଟାଲ ବିଲଡିଂର ଶିଳାନ୍ୟାସ ଖୁସିର ବିଷୟ ବୋଲି ସେ କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜାତିସଂଘ ୨୦୨୩କୁ ଇଣ୍ଟରନାଲନାଲ ମିଲେଟ ବର୍ଷ ଭାବେ ଘୋଷଣା କରିଛି। ଏହି କ୍ରମରେ ଏମ୍ସ ପଛରେ ନ ରହି ହାଣ୍ଡବୁକ ଅଫ୍ ମିଲେଟ ଅନ ହେଲଥ୍ ବେନିଫିଟ୍ସ ଆଣ୍ଡ ଡିଜିଜ ପ୍ରସ୍ତୁତ କରିବା ପ୍ରଶଂସନୀୟ। ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆର ମହତ୍ତ୍ୱ କୋଭିଡ ସମୟରେ ଜଣାପଡିଥିଲା। ଏହି ଖାଦ୍ୟକୁ ଆମେ ସମସ୍ତେ ଲୋକପ୍ରିୟ କରିବା ଦରକାର ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ଏମ୍ସ ପରିସରରେ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଆଇଆଇଟି ଭୁବନେଶ୍ୱର ଏମ୍‌ସ ଭୁବନେଶ୍ୱର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ଧର୍ମେନ୍ଦ୍ର ପ୍ରଧାନ ମନସୁଖ ମାଣ୍ଡଭିୟ
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା-୨୦୨୬: ସେପ୍ଟେମ୍ବର ୧୭ରୁ ଭାରତର ଅଭିଯାନ, ଜାଣନ୍ତୁ କାର୍ଯ୍ୟସୂଚୀ

September 15, 2026

ରାସନ କାର୍ଡଧାରୀମାନଙ୍କୁ ମାଗଣା ଏସି: କ’ଣ ନୂତନ ଯୋଜନା ଆଣିଲେ ମୋଦି ସରକାର?

September 15, 2026

ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

September 15, 2026

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 15, 2026
Latest News

ଏସୀୟ କ୍ରୀଡ଼ା-୨୦୨୬: ସେପ୍ଟେମ୍ବର ୧୭ରୁ ଭାରତର ଅଭିଯାନ, ଜାଣନ୍ତୁ କାର୍ଯ୍ୟସୂଚୀ

September 15, 2026

ରାସନ କାର୍ଡଧାରୀମାନଙ୍କୁ ମାଗଣା ଏସି: କ’ଣ ନୂତନ ଯୋଜନା ଆଣିଲେ ମୋଦି ସରକାର?

September 15, 2026

ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

September 15, 2026

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 15, 2026

ଜେଡିୟୁ ଏବଂ ଚିରାଗ ପାସୱାନଙ୍କ ପରେ ଏବେ ୟୁସିସି ଉପରେ ପ୍ରତିକ୍ରିୟା ପ୍ରକାଶ କଲା ଟିଡିପି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.