Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହକି ବିଶ୍ୱକପ ଉଦଘାଟନ ନିମନ୍ତେ ଆସନ୍ତାକାଲି ଦୁଲୁକିବ ଚିଲିକା: ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ
ଆଜିର ଖବର

ହକି ବିଶ୍ୱକପ ଉଦଘାଟନ ନିମନ୍ତେ ଆସନ୍ତାକାଲି ଦୁଲୁକିବ ଚିଲିକା: ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

January 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ପୁରୁଷ ହକି ବିଶ୍ୱକପକୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିଅମ ପରିସରରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଜାନୁୟାରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଉକ୍ତ ହକି ବିଶ୍ୱକପ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଏବଂ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶା ଉକ୍ତ ହକି ବିଶ୍ୱକପର ଆୟୋଜନ କରୁଛି।

ଏହି ପରିପ୍ରେକ୍ଷୀରେ ହକି ବିଶ୍ୱକପ ର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏକାଧିକ ଉଦ୍ୟମ ହାତକୁ ନେଇଛନ୍ତି। ପୁରପଲ୍ଲୀ ଠୁ ସହରର ଜନସାଧାରଣ ମାନେ କିପରି ଉଦଘାଟନ ଉତ୍ସବକୁ ଆଭାସୀ ମାଧ୍ୟମରେ ଦେଖିପାରିବେ, ତାହାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। ଏଥି ଲାଗି ସରକାରଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ସମସ୍ତ ପଞ୍ଚାୟତ ଏବଂ ପୌରାଞ୍ଚଳକୁ ଅର୍ଥ ଅନୁମୋଦନ କରାଯାଇଛି। ପଞ୍ଚାୟତ ସ୍ତରରେ ବିଡ଼ିଓ ଏବଂ ପୌରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ/କମିଶନର ମାନେ ନିର୍ବାଚିତ ଜନପ୍ରତିନିଧିଙ୍କ ସହଯୋଗରେ ଉକ୍ତ ହକି ବିଶ୍ୱକପର ପ୍ରଚାର ପ୍ରସାର କରିବେ।

ଏହି ପରିପ୍ରେକ୍ଷୀରେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳ। ବାଣପୁରରେ ଉଭୟ ବ୍ଲକ ଓ ଏନଏସି ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆସନ୍ତାକାଲି ପୁରୁଷ ହକି ବିଶ୍ୱକପ ଉଦଘାଟନ ଉତ୍ସବ ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ। ଏଥି ନିମନ୍ତେ ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ମିଳିତ ତତ୍ୱାବଧାନରେ ଏବଂ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ସହଯୋଗରେ ଆସନ୍ତାକାଲି ବାଣପୁର ପଲଟନ ପଡିଆରେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ।

କାର୍ଯ୍ୟକ୍ରମ ସୂଚନା:

ସକାଳ ୭.୩୦ ରୁ ୯ ଘଟିକା- ମିନି ମାରାଥନ (ବିସରପାଟଣା ଆଇ ଲଭ ବାଣପୁର ସେଲ୍ଫି ପଏଣ୍ଟରୁ ପଲଟନ ପଡିଆ ପର୍ଯ୍ୟନ୍ତ ଭାୟା ମା’ ଭଗବତୀ ମନ୍ଦିର)

ସକାଳ ୯ ରୁ ୧୦ ଘଟିକା- ପଲଟନ ପଡିଆଠାରେ ମୁରୁଜ ପ୍ରତଯୋଗୀତା

ସକାଳ ୧୦ ରୁ ୧୧ ଘଟିକା- ଫ୍ୟାନସି ଡ୍ରେସ ପ୍ରତିଯୋଗିତା

ସକାଳ ୧୧ ରୁ ମଧ୍ୟାହ୍ନ ୧୨ ଘଟିକା- ଖେଳକୁଦ ପ୍ରତଯୋଗୀତା

ମଧ୍ୟାହ୍ନ ୧୨ ରୁ ଅପରାହ୍ନ ୧ ଘଟିକା- ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୧ ରୁ ୧.୩୦ ଘଟିକା- ଦାସକାଠିଆ ନୃତ୍ୟ ପରିବେଷଣ

ଅପରାହ୍ନ ୧.୩୦ ଘଟିକାରୁ ୨ ଘଟିକା- ଗ୍ରାମୀଣ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୨ ଘଟିକାରୁ ୩ ଘଟିକା- ଭଗବତୀ କଳା ନିକେତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୩ ଘଟିକାରୁ ୩.୩୦ ଘଟିକା- ପାଇକ ଆଖଡ଼ା ପରିବେଷଣ

ଅପରାହ୍ନ ୩.୩୦ ଘଟିକାରୁ ଏଲଇଡ଼ି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୁଷ ହକି ବିଶ୍ୱକପ ଉଦଘାଟନର ଲାଇଭ ଦୃଶ୍ୟ ପ୍ରଦର୍ଶନୀ।

ସେହିପରି ଭାବେ ପୁରୁଷ ହକି ବିଶ୍ୱକପ ପାଇଁ ବାଲୁଗାଁ ଏନଏସି ପକ୍ଷରୁ ମଧ୍ୟ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସକାଳ ୮ ଘଟିକାରେ ମା’ ଉତ୍ତରାୟୀଣୀ ମନ୍ଦିର ଠାରୁ ଅଡିଟୋରିଅମ ହଲ ପର୍ଯ୍ୟନ୍ତ ଏକ ମିନି ମାରାଥନ ଅନୁଷ୍ଠିତ ହେବ, ଯାହାକୁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏବଂ କାର୍ଯ୍ୟନିବାହି ଅଧିକାରିଣୀ ସ୍ୱପ୍ନାରାଣୀ ପାଢ଼ୀ ମିଳିତ ଭାବେ ଉଦଘାଟନ କରିବେ। ଏହା ପରେ ଅପରାହ୍ନ ୩.୩୦ ଘଟିକାରୁ ଏଲଇଡ଼ି ମାଧ୍ୟମରେ ଏନଏସି କଲ୍ୟାଣ ମଣ୍ଡପ ଏବଂ ଅଡିଟୋରିଅମ ହଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୁଷ ହକି ବିଶ୍ୱକପ ଉଦଘାଟନର ଲାଇଭ ଦୃଶ୍ୟ ପ୍ରଦର୍ଶନୀ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ସେହିଭଳି ଚିଲିକା ବ୍ଲକରେ ମଧ୍ୟ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ କରାଯିବ। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତ କାର୍ଯ୍ଯାଳୟ ନିକଟସ୍ଥ ପଡିଆରେ ଏଲଇଡି ମାଧ୍ୟମରେ ଅପରାହ୍ନ ୩ ଟା ସମୟରେ ସିଧା ପ୍ରସାରଣ କରାଯିବ ବୋଲି ବ୍ଲକ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି।

ବାଣପୁର-ବାଲୁଗାଁ ହକି ବିଶ୍ୱକପ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Latest News

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.