Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

January 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ରାଜ୍ୟର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରିବ । ୧୯୬୩ ମସିହାରେ ପ୍ରତିଷ୍ଠିତ ଉକ୍ତ ମହାବିଦ୍ୟାଳୟ ଚଳିତ ବର୍ଷ ୬୦ ବର୍ଷରେ ପଦାର୍ପଣ କରିଛି ।

ଏଥି ନିମନ୍ତେ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଛି ଏକାଧିକ ପଦକ୍ଷେପ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଉଛି ‘ନାକ’ ଟିମ ଗସ୍ତ । ୨୦୦୬ ମସିହା ପରଠାରୁ ମହାବିଦ୍ୟାଳୟ କୁ ‘ନାକ’ ଟିମ ପରିଦର୍ଶନ ପାଇଁ ଆସି ନ ଥିବାରୁ ମହାବିଦ୍ୟାଳୟ ର ଗ୍ରେଡ଼ ବୃଦ୍ଧି ପାଉନି ଏବଂ କଲେଜର ଆଖିଦୃଷ୍ଟିଆ ଉନ୍ନତି ନ ହେବା ସହ ବହୁ କେନ୍ଦ୍ରୀୟ ଅନୁଦାନ ମଧ୍ୟ କଲେଜ ହରାଉଛି ।

ତେବେ ମହାବିଦ୍ୟାଳୟ ର ଉନ୍ନତି ତଥା ‘ ନାକ’ ଟିମ ଗସ୍ତ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ନିତାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମହାବିଦ୍ୟାଳୟର ଅଧ୍ୟୟନ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାମ୍ବାଦିକ ଓ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ‘ ଗ୍ରାଣ୍ଡ ଆଲୁମନି ମିଟ ‘ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ସମସ୍ତ ସାମ୍ବାଦିକଙ୍କ ଏହା ଉପରେ ମତାମତ ଲୋଡ଼ାଯାଇଥିଲା। ନାକ ଟିମ ଚଳିତ ବର୍ଷ କଲେଜ ପରିଦର୍ଶନକୁ ଆସିବାକୁ ଥିବା ବେଳେ ଏହା ପୁର୍ବରୁ ଆଲୁମନି ଆସୋସିଏସନ କୁ ସକ୍ରିୟ କରିବା ଲକ୍ଷରେ ଅଧ୍ୟକ୍ଷ ଶ୍ରୀ ହୋତା ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ସର୍ବସହମତି କ୍ରମେ ଏପ୍ରିଲ ମାସରେ ଗ୍ରାଣ୍ଡ ଆଲୁମନି ମିଟ ଅନୁଷ୍ଠିତ ହେବ ବୋଲି ଉକ୍ତ ବୈଠକରେ ସ୍ଥିର ହୋଇଛି । ତେବେ ଉକ୍ତ ମହାବିଦ୍ୟାଳୟ ରୁ ବହୁ ଛାତ୍ର ଛାତ୍ରୀ ପାଠପଢି ଆଜି ଦେଶ ବିଦେଶ ଓ ରାଜ୍ୟରେ ବିଭିନ୍ନ କ୍ଷେତ୍ର ରେ ଉଚ୍ଚ ପଦବୀରେ ଅବସ୍ଥାପିତ ଥିବା ସତ୍ବେ ମହାବିଦ୍ୟାଳୟ ପ୍ରତି ସେମାନଙ୍କ ଅନ୍ତରିକତା ରହୁ ନ ଥିବା ପରିଲକ୍ଷିତ ହେଉଛି।

ଏଥି ନିମନ୍ତେ ସେମାନଙ୍କୁ ବର୍ତ୍ତମାନ ପିଢ଼ି ସହ ଯୋଡିବା ପାଇଁ ଅଧ୍ୟକ୍ଷ ଗଣମାଧ୍ୟମ ପ୍ରତିନିଧି ଙ୍କ ସହଯୋଗ ଲୋଡ଼ିଥିଲେ ଏବଂ ଗ୍ରାଣ୍ଡ ଆଲୁମନି ମିଟ ର ପ୍ରଚାରପ୍ରସାର କରିବା ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଉକ୍ତ କାର୍ଯ୍ୟକ୍ରମ ସହ ଯୋଡିବା ପାଇଁ ଅନୁରୋଧ କରିଥିଲେ ।

ତେବେ ଯାହା ହେଉନା କାହିଁକି ଅଧ୍ୟକ୍ଷଙ୍କ ଏପରି ସୁନ୍ଦର ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳବାସୀ, କଲେଜ କର୍ମଚାରୀ ଓ ସାମ୍ବାଦିକମାନେ ପ୍ରଶଂସା କରିବା ସହ ସମସ୍ତେ ଏକ ମନ ହୋଇ ମହାବିଦ୍ୟାଳୟ ର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଉକ୍ତ ବୈଠକରେ ସଂକଳ୍ପ ନେଇଥିଲେ । ଉକ୍ତ ବୈଠକରେ ଅନ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଡ଼ା ଏସପିଏନଏସ ବର୍ମା, ସହକାରୀ ପ୍ରଶାସନିକ ଅଧିକାରୀଣୀ ଡ଼ା ସୁଜାତା ମିଶ୍ର ଏବଂ ଆଲୁମନି ମିଟ ସଂଯୋଜକ ପ୍ରଫେସର ଲକ୍ଷ୍ମୀପ୍ରସାଦ ମିଶ୍ର ଆଦି ଯୋଗ ଦେଇଥିଲେ ।

ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

February 28, 2026
Latest News

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.