Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରତିଷ୍ଠାନ, ଅନୁଧ୍ୟାନ କଲେ ଶିଳ୍ପ ମନ୍ତ୍ରୀ
ବିଶେଷ ଖବର

ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରତିଷ୍ଠାନ, ଅନୁଧ୍ୟାନ କଲେ ଶିଳ୍ପ ମନ୍ତ୍ରୀ

February 4, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
PratapDeo
ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରତିଷ୍ଠାନ, ଅନୁଧ୍ୟାନ କଲେ ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର: ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଡୁବୁରୀ-ପାରାଦ୍ୱୀପ ଏକ୍ସପ୍ରେସ ହାଇୱେ କଡ଼ରେ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଆବଶ୍ୟକୀୟ ଜମି ଚିହ୍ନଟ ପାଇଁ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନ ବୁଲି ଦେଖିଛନ୍ତି।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର୍‌ ସିଂ ପୁନିଆ, ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ, କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସନ୍ଦୀପ ସଂପତ୍‌ ମାଡ୍‌କର, ଇଡ୍‌କୋର ଜି.ଏମ୍‌. ଶ୍ରୀ କଲ୍ୟାଣ କୁମାର ମହାନ୍ତିଙ୍କ ଗହଣରେ ଆସି ସେ ପ୍ରଥମେ ଯାଜପୁର ଜିଲ୍ଲାର ଦର୍ପଣ ତହସିଲ, ଚଣ୍ଡିଖୋଲ-ପାରାଦ୍ୱୀପ ଟୋଲଗେଟ୍‌ ସନ୍ନିକଟ ଶ୍ରୀରାମପୁର ମୌଜାର କେତେକ ଅବ୍ୟବହୃତ ଜମି ପରିଦର୍ଶନ କରିଥିଲେ।

ଜମି ନିକଟରେ ଏକ୍ସପ୍ରେସ ହାଇୱେ ଏବଂ ରେଳ ଲାଇନ ତଥା ବିଦୁ୍ୟତ ଲାଇନ ଥିବାହେତୁ ଏ ସ୍ଥାନ ଶିଳ୍ପ ଅନୁକୂଳ ଥିବା ସେ ପ୍ରକାଶ କରିଥିଲେ। ଏସବୁ ସ୍ଥାନ ଚାଷ ଉପଯୋଗୀ ନୁହେଁ ଏବଂ ଘରୋଇ ମାଲିକାନାରେ ଥିବା ସତ୍ତେ୍ୱ ଏଠାରେ କୃଷି କାର୍ଯ୍ୟ କରାଯାଉ ନଥିବା ଦେଖାଯାଇଥିଲା। ପରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲର କେତେକ ସ୍ଥାନ ବୁଲି ଦେଖିଥିଲେ।

ସେଠାରୁ କେନ୍ଦ୍ରାପଡ଼ା ଯାଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ବୈଠକ କରି ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ମହାକାଳପଡ଼ା ତହସିଲର ଅମେଇପାଳ ମୌଜା, କଳଗଡ଼ା ମୌଜା, ଯଦୁପୁର ମୌଜା, ଅଂଗୁଳାଇ ମୌଜା, ବେରୁହାଁ ମୌଜା, ଡେରାବିଶ ତହସିଲର ଫକୀରାବାଦ ମୌଜା, ତିଲକପୁର ମୌଜା, ନୂଆହାଟ ମୌଜାଗୁଡ଼ିକରେ ଉପଲବ୍ଧ ଜମି ନକ୍ସା ସବୁର ଅନୁଧ୍ୟାନ କରାଯାଇଥିଲା।

ଗୋଟିଏ ପଟେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ଅନ୍ୟ ପଟେ ପାରାଦ୍ୱୀପ ଶିଳ୍ପାଞ୍ଚଳ ବହୁଳଭାବେ ଗଢ଼ି ଉଠିଥିଲେ ହେଁ ମଧ୍ୟବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ଶିଳ୍ପ ପ୍ରତିଷ୍ଠାନ ହୋଇପାରୁ ନାହିଁ । ତେଣୁ ଏସବୁ ଚିହ୍ନଟ ଜମିକୁ ଶିଳ୍ପ ପ୍ରତିଷ୍ଠାନ ନିର୍ମାଣ ସକାଶେ କିପରି ପ୍ରସ୍ତୁତ କରାଯାଇପାରିବ ସେନେଇ ବିଭିନ୍ନ ଆନୁଷଙ୍ଗିକ ଦିଗ ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି, ଏକ୍ସପ୍ରେସ ହାଇେୱକୁ ଲାଗି ରହିଥିବା ସରକାରୀ ଜମିକୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରି ତା’ର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ।

ସେଠାରେ ନୂତନ ଶିଳ୍ପାନୁଷ୍ଠାନ ଗଢ଼ିଉଠିଲେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ସେ ମତ ରଖିଥିଲେ। ଯେଉଁ ବେସରକାରୀ ଜମି ଏହି ଉଦ୍ଦେଶ୍ୟରେ କ୍ରୟ କରାଯିବ ସେଥିରେ ଜମିର ଉପଯୁକ୍ତ ମୂଲ୍ୟ ସିଧାସଳଖ ପଟ୍ଟାଦାରଙ୍କ ଖାତାରେ ଜମା ହେବ,ଏଥିରେ କୌଣସି ତୃତୀୟ ପକ୍ଷର ସଂପୃକ୍ତି ରହିବ ନାହିଁ ବୋଲି ସେ ସୂଚିତ କରିଥିଲେ। ତେବେ ସମସ୍ତ ତଥ୍ୟ ଅବଗତ ହେବା ପରେ ଶ୍ରୀ ଶର୍ମା କଳଗଡ଼ାଠାରେ ଥିବା ଜମି ଚକଡ଼କୁ ପ୍ରଥମ, କଳଗଡ଼ାର ଦ୍ୱିତୀୟ ଚକଡ଼ାକୁ ଦ୍ୱିତୀୟ ଓ ମଣିକୁନ୍ଦା ଜମି ଚକଡ଼ାକୁ ତୃତୀୟ ଭାବେ ପ୍ରାଥମିକତା ସୂତ୍ରରେ ବାଛିବାକୁ କହିଥିଲେ।

ଏସବୁ ଜମିର କିସମ, ଜମି ମାଲିକଙ୍କ ଜାତି, ଜମି ବିକି୍ର ପାଇଁ ତାଙ୍କ ମନୋଭାବ ଇତ୍ୟାଦି ଉପରେ ଅଧିକ ଅନୁଧ୍ୟାନ କରିବାକୁ ସେ ଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ ଓ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକେ ଜମି ବିକି୍ର ପାଇଁ ଇଚ୍ଛୁକ ହେଲେ ସରକାରୀ ମୂଲ୍ୟାୟନର ଯଥେଷ୍ଟ ଅଧିକ ମୂଲ୍ୟରେ କ୍ରୟ କରାଯିବ ବୋଲି ସେ କହିଥିଲେ।

ସେଠାରୁ ପାରାଦ୍ୱୀପ ଯାଇ ପାରାଦ୍ୱୀପ ପ୍ଲାଷ୍ଟିକ ପାର୍କଠାରେ ସିପେଟ୍‌ ଦ୍ୱାରା ପରିଚାଳିତ ତାଲିମ କାର୍ଯ୍ୟକ୍ରମର ସଂଚାଳନ ସହ ସେଠାରେ ପ୍ଲାଷ୍ଟିକର ବିଭିନ୍ନ ବ୍ୟବହାରଯୋଗ୍ୟ ଉପକରଣର ନିର୍ମାଣ କୌଶଳ ବୁଲି ଦେଖିଥିଲେ। ସଂପ୍ରତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ମହାନଦୀ କୋଲଡ୍‌ ଫିଲଡ୍‌ ଲିମିଟେଡ୍‌ ଏବଂ ଓଡ଼ିଶା ଅନୁସୂଚିତ ଜାତି/ଜନଜାତି ଉନ୍ନୟନ ନିଗମ ଦ୍ୱାରା ପ୍ରାୟୋଜିତ ଯୁବକଯୁବତୀଙ୍କୁ ତାଲିମ ଦିଆଯାଉଥିବା ଅନୁଧ୍ୟାନ କରିଥିଲେ।

ପରେ ସେଠାରେ ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପଟ୍ଟୱାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଇଡ୍‌କୋର ଜମି ଅଧିଗ୍ରହଣ ଅଧିକାରୀମାନଙ୍କ ଉପସ୍ଥିତିରେ ଇଡ୍‌କୋ ଦ୍ୱାରା ଶିଳ୍ପପୁଞ୍ଜ ପ୍ରତିଷ୍ଠା ଓ ବିକାଶ ନିମନ୍ତେ କରାଯାଉଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପର୍କରେ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ସେଠାରେ ଓଡ଼ିଶା ଶକ୍ତି ସଂଚରଣ ନିଗମ ଓ ଟିପିଓସିଡିଏଲ୍‌ ଦ୍ୱାରା କରାଯାଉଥିବା ବିଦୁ୍ୟତ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରାଯାଇ ଆଗାମୀ ୨୦/୩୦ ବର୍ଷକୁ ଆଖିରେ ରଖି ବିଦୁ୍ୟତର ଆବଶ୍ୟକତାକୁ ଆକଳନ କରି ଯୋଜନା ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା।

କେନ୍ଦ୍ରାପଡା ପ୍ରତାପ କେଶରୀ ଦେବ ହେମନ୍ତ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.