Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଚଳନ୍ତା ସ୍କୁଟି ଅଟକାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ
ଆଞ୍ଚଳିକ

ବାଣପୁର: ଚଳନ୍ତା ସ୍କୁଟି ଅଟକାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

July 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମଝି ରାସ୍ତାରେ ଚଳନ୍ତା ସ୍କୁଟି ଅଟକାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଭରତ ପ୍ରଧାନ ନାମକ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ।

ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଖଣତ ଗ୍ରାମର ପ୍ରକାଶ ଜେନାଙ୍କ ଠାରୁ ଭାପୁର ଗ୍ରାମର ଭରତ ପ୍ରଧାନ ଏକ ବର୍ଷ ପୂର୍ବେ ମଜୁରୀ ପ୍ରାପ୍ୟ ପାଞ୍ଚ ହଜାର ଟଙ୍କା ଠକି ନେଇଯାଇଥିଲେ। ଉକ୍ତ ଟଙ୍କାକୁ କେନ୍ଦ୍ର କରି ୬ ମାସ ପୂର୍ବେ ଭରତ ପ୍ରକାଶଙ୍କୁ ଧମକ ମଧ୍ୟ ଦେଇଥିଲେ।

ପୂର୍ବ ଶତ୍ରୁତାକୁ ନେଇ ଗତକାଲି ସନ୍ଧ୍ୟାରେ ପ୍ରକାଶ ତାଙ୍କର ମା ଏବଂ ଝିଅଙ୍କ ସାଥିରେ ଭାପୁର ସ୍ଥିତ ନିଜର ବନ୍ଧୁଙ୍କ ଘରୁ ନିଜ ସ୍କୁଟିରେ ଫେରୁଥିବା ବେଳେ ବାଣପୁର ଭେଟେଶ୍ୱର ରାସ୍ତାରେ ଭରତ ଏକ ପଲସର ଗାଡ଼ିରେ ଆସି ପ୍ରକାଶଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ ଓ ସ୍କୁଟି ଛଡାଇ ନେଇ ଫେରାର ହୋଇଯାଇଥିଲେ।

ଫଳରେ ପ୍ରକାଶଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ବାଣପୁର ଡାକ୍ତରଖାନରେ ଚିକିତ୍ସା କରାଯାଇଥିଲା।

ଉକ୍ତ ଘଟଣାକୁ ନେଇ ପ୍ରକାଶଙ୍କ ମା ନିଶାମାଣି ଜେନା ଥାନାର ଦ୍ଵାରସ୍ଥ ହେଲାପରେ ପୋଲିସ ୨୫୭/୨୩ ରେ ଏକ ମାମଲା ରୁଜୁ କରି ଆଜି ଭରତଙ୍କୁ ତାଙ୍କ ନିଜ ଘରୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଭରତଙ୍କ ଠାରୁ ସ୍କୁଟି ଜବତ ହୋଇଥିବା ବେଳେ ଅଦ୍ୟାବଧି ମୋବାଇଲ ମିଳିପାରିନାହିଁ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ କ୍ଲବ ପରିଦର୍ଶନ

May 11, 2026

ମା’ ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ସାଆନ୍ତାଣି

May 10, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Latest News

CM Grievance Cell: ମଇ ୧୮ ଓ ୨୫ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

May 15, 2026

ସର୍ବନିମ୍ନ ସ୍ତରରେ ଭାରତୀୟ ଟଙ୍କା

May 15, 2026

Odisha DA Hike Announced: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

May 15, 2026

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

May 15, 2026

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.