Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଫ୍ରାନ୍ସ ଓ ୟୁଏଇ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ
ବିଶେଷ ଖବର

ଫ୍ରାନ୍ସ ଓ ୟୁଏଇ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ

July 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହାପରେ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ଗସ୍ତ କରିବେ। ତେବେ ଏହି ଗସ୍ତ ପୂର୍ବରୁ ଅର୍ଥାତ ବିମାନ ବନ୍ଦରରୁ ପ୍ରସ୍ଥାନ କରିବା ସମୟରେ ଏହି ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୋର ବନ୍ଧୁ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ ମାକ୍ରୋନ୍‌ଙ୍କ ନିମନ୍ତ୍ରଣ କ୍ରମେ ମୁଁ ଏକ ସରକାରୀ ଗସ୍ତରେ ଜୁଲାଇ ୧୩ ରୁ ୧୪ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଯାଉଛି।

ଏହି ଗସ୍ତ ବିଶେଷ ସ୍ୱତନ୍ତ୍ର। କାରଣ ମୁଁ ଫ୍ରାନ୍ସର ଜାତୀୟ ଦିବସ ଅଥବା ପ୍ୟାରିସରେ ଅନୁଷ୍ଠିତ ବଷ୍ଟିଲ୍ ଡେ ଉତ୍ସବରେ ଅତିଥି ଅତିଥି ଭାବରେ ଯୋଗଦେବି। ବଷ୍ଟିଲ ଡେ ପ୍ୟାରେଡର ଭାରତୀୟ ସେନାର ତିନିଟି ଦଳ ଅଂଶବିଶେଷ ଥିବାବେଳେ ଭାରତୀୟ ବାୟୁସେନାର ବିମାନ ଏହି ଅବସରରେ ଏକ ଉଡାଣ କୌଶଳ ପ୍ରଦର୍ଶନ କରିବ।

ଏହି ବର୍ଷ ଆମର ରଣନୀତିକ ଭାଗିଦାରୀର ୨୫ ତମ ବାର୍ଷିକୀ ପାଳନ କରାଯାଉଛି।  ଗଭୀର ବିଶ୍ୱାସ ଏବଂ ପ୍ରତିବଦ୍ଧତାର ଅନୁରୂପ ଆମର ଦୁଇ ଦେଶ ପ୍ରତିରକ୍ଷା, ମହାକାଶ, ବେସାମରିକ, ଆଣବିକ, ଅର୍ଥନୀତି, ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କ କ୍ଷେତ୍ରରେ ଘନିଷ୍ଠ ଭାବରେ ସହଯୋଗ କରନ୍ତି। ଆମେ ମଧ୍ୟ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ଏକତ୍ର କାର୍ଯ୍ୟ କରୁ।

ମୁଁ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ଭେଟିବାକୁ ଏବଂ ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ଦୀର୍ଘସ୍ଥାୟୀ ଏବଂ ସମୟ ପରୀକ୍ଷିତ ଭାଗିଦାରୀକୁ ଆଗକୁ ନେବା ପାଇଁ ବ୍ୟାପକ ଆଲୋଚନା କରିବାକୁ ଅପେକ୍ଷା କରିଛି। ୨୦୨୨ ମସିହାରେ ମୋର ଶେଷ ସରକାରୀ ଗସ୍ତ ପରଠାରୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଅନେକ ଥର ସାକ୍ଷାତ କରିବାର ସୁଯୋଗ ପାଇଛି। ନିକଟରେ ଜି -୭ ସମ୍ମିଳନୀ ସମୟରେ ଜାପାନର ହିରୋସିମାଠାରେ ସାକ୍ଷାତ କରିଥିଲି।

ମୁଁ ମଧ୍ୟ ଫ୍ରାନ୍ସର ନେତୃମଣ୍ଡଳୀ, ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀମତୀ ଏଲିଜାବେଥ ବୋର୍ନ, ସିନେଟର ସଭାପତି ମାନ୍ୟବର ଜେରାର୍ଡ ଲାରଚର ଏବଂ ନେସନାଲ ଆସେମ୍କିର ସଭାପତି ମାନ୍ୟବର ଶ୍ରୀମତୀ ୟେଲ ବ୍ରାଉନ୍‌-ପିଭେଟ୍‌ଙ୍କ ସହିତ ମୋର ପାରସ୍ପରିକ ଆଲୋଚନାକୁ ଅପେକ୍ଷା କରିଛି।

ମୋର ଏହି ଗସ୍ତ ସମୟରେ, ମୁଁ ଭାରତୀୟ ସମ୍ପ୍ରଦାୟ, ଉଭୟ ଦେଶର ଅଗ୍ରଣୀ ସିଇଓ ତଥା ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଭେଟିବାର ସୁଯୋଗ ପାଇବି। ମୁଁ ନିଶ୍ଚିତ ଯେ ମୋର ଗସ୍ତ ଆମର ରଣନୀତିକ ଭାଗିଦାରୀ ପାଇଁ ଏକ ନୂତନ ପ୍ରେରଣା ଯୋଗାଇବ।

ପ୍ୟାରିସରୁ ମୁଁ ଜୁଲାଇ ୧୫ ରେ ଏକ ସରକାରୀ ଗସ୍ତ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ଯାତ୍ରା କରିବି। ମୁଁ ମୋର ବନ୍ଧୁ  ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମାନ୍ୟବର ଶ୍ରୀ ଶେଖ ମହମ୍ମଦ ବିନ୍‍ ଜାଏଦ ଅଲ୍‍ ନାହ୍ୟାନଙ୍କୁ ଭେଟିବାକୁ ଅପେକ୍ଷା କରିଛି।

ଆମର ଦୁଇ ଦେଶ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶକ୍ତି, ଖାଦ୍ୟ ନିରାପତ୍ତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଫିନଟେକ୍‌, ପ୍ରତିରକ୍ଷା, ନିରାପତ୍ତା ଏବଂ ଦୃଢ ଲୋକ-ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ର ମଧ୍ୟରେ ଜଡିତ। ଗତ ବର୍ଷ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଏବଂ ମୁଁ ଆମର ଭାଗିଦାରୀର ଭବିଷ୍ୟତ ବିଷୟରେ ଏକ ରୋଡମ୍ୟାପରେ ସହମତ ହୋଇଥିଲୁ ଏବଂ ତାଙ୍କ ସହ କିପରି ଆମର ସମ୍ପର୍କକୁ ଆହୁରି ଗଭୀର କରିହେବ ସେ ବିଷୟରେ ଆଲୋଚନା କରିବାକୁ ମୁଁ ଅପେକ୍ଷା କରିଛି।

ୟୁଏଇ ଚଳିତ ବର୍ଷ ଶେଷରେ ୟୁଏନଏଫ୍‍ସିସିସି (ସିଓପି-୨୮) ର ୨୮ ତମ ସମ୍ମିଳନୀ ଆୟୋଜନ କରିବ। ଶକ୍ତି ପରିବର୍ତ୍ତନ ଏବଂ ପ୍ୟାରିସ୍ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଜଳବାୟୁ କ୍ଷେତ୍ରରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ବିଶ୍ୱ ସହଯୋଗକୁ ମଜବୁତ କରିବା ଉପରେ ମଧ୍ୟ ମତ ବିନିମୟ କରିବାକୁ ମୁଁ ଉତ୍ସକୁ ଅଛି।

ମୁଁ  ନିଶ୍ଚିତ  ଯେ ମୋର ୟୁଏଇ ଗସ୍ତ ଆମର ବିସ୍ତୃତ ରଣନୀତିକ ଭାଗିଦାରୀରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ।”

ପ୍ୟାରିସ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ଗସ୍ତ ୟୁଏଇ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.