Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖପ୍ପା ହେଲେ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ପାଲଟା ଆକ୍ରମଣ କଲେ ଓଡିଶା ନେତା
ଜାତୀୟ ଖବର

ଖପ୍ପା ହେଲେ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ପାଲଟା ଆକ୍ରମଣ କଲେ ଓଡିଶା ନେତା

July 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
SunilBansal
ଖପ୍ପା ହେଲେ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ପାଲଟା ଆକ୍ରମଣ କଲେ ଓଡିଶା ନେତା

ଭୁବନେଶ୍ବର: ନିର୍ବାଚନ ପାଖେଇଲାଣି, ହେଲେ ଓଡିଶା ବିଜେପି ଏ ପର୍ଯ୍ୟନ୍ତ ତାହାର ମଙ୍ଗ ସଳଖ କରିପାରି ନାହିଁ। ଯାହାକୁ ନେଇ କେବଳ ନେତା କାହିଁକି ତୃଣମୂଳ ସ୍ତରର କର୍ମିମାନେ ମଧ୍ୟ ଚିନ୍ତା ଗ୍ରସ୍ତ ହୋଇ ପଡିଲେଣି। ପାଗ ବାନ୍ଧୁବାନ୍ଧୁ ବେଳ ପଳାଇବା ପରି ପରିସ୍ଥିତି ସୃଷ୍ଟି ହେଲାଣି। ବିଜେଡି ଯେଉଁ ପ୍ରକାରର ପ୍ରଚାର ଆରମ୍ଭ କରିସାରିଲାଣି ସେଥିରେ ବିଜେପି ଯେ ପଛରେ ପଡିଛି ତାହା ନିଃସନ୍ଦେହ। କାରଣ ବିଜେଡିର ରଣନୀତିକୁ ସାମନା କରିପାରୁ ନାହିଁ ବିଜେପି।

ଏପରି ପରିସ୍ଥିତିରେ ନିକଟରେ ବିଜେପି ଓଡିଶା ପ୍ରଭାରୀ ସୁନୀଲ ବଂଶଲ ଭୁବନେଶ୍ବର ଆସି ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ କୁଆଡେ ବଂଶଲ ନେତାମାନଙ୍କ ଉପରେ ଗରଗର ହୋଇଛନ୍ତି। ମୁଖ୍ୟତଃ ମୋଦି ସରକାରଙ୍କ ନଅ ବର୍ଷର ସଫଳତାକୁ ଗାଁ ଗାଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। ହେଲେ ତାହା କାହିଁକି ଧୂମଧାମରେ ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ ବଂଶଲ।

ସେତିକି ନୁହେଁ ବର୍ତ୍ତମାନ କେଉଁ କେଉଁ ଜିଲ୍ଲାରେ ଏହି ମହାସମାବେଶ ହୋଇଛି ତାହାର ହିସାବ ମଧ୍ୟ ମାଗିଥିଲେ। ହେଲେ ଓଡିଶା ବିଜେପି ନେତାମାନଙ୍କ ପାଟିରୁ କିଛି କଥା ବାହାରି ନ ଥିଲା। ବଂଶଲ ଯେପରି ରାଗ ତମତମ ହେଲେ ସେଥିରେ କେହି କିଛି କହିପାରିଲେ ନାହିଁ। ସେ କହିଥିଲେ ଯେ, କେବଳ ଜେ ପି ନଡ୍ଡା ଆସିଥିବା ବେଳେ ସମାବେଶ ହୋଇଥିଲା। ଏହାପରେ ସେମିତି କିଛି ସମାବେଶ କାହିଁକି ହେଲା ନାହିଁ ବୋଲି ଏହି ବୈଠକରେ ସେ ପ୍ରଶ୍ନ କରିଥିଲେ।

ବଂଶଲ ଟିକିଏ ଶାନ୍ତ ପଡିବା ପରେ ଓଡିଶା ନେତା ଦେଇଥିଲେ ପାଲଟା ଜବାବ। ସେମାନେ ପ୍ରଶ୍ନ ଉଠାଇଥିଲେ ଯେ, ଓଡିଶାକୁ ନଡ୍ଡାଙ୍କ ସହିତ ମୋଦି, ରାଜନାଥ ସିଂ, ଅମିତ ସାହା ଆସିବାର ଥିଲା, ସେମାନେ କାହିଁକି ଆସିଲେ ନାହିଁ। ଏପରି ପ୍ରଶ୍ନ ଶୁଣି ଅଡୁଆରେ ପଡିଯାଇଥିଲେ ବଂଶଲ। କଥାକୁ ବୁଲାଇବା ପାଇଁ ସେ କହିଥିଲେ ଯେ, ସେମାନେ ଆସିଲେ କେବଳ ସମାବେଶ ହେବ ନ ହେଲେ ହେବ ନାହିଁ ବୋଲି ପ୍ରଶ୍ନ କରିଥିଲେ। ସେମାନେ କଣ ସବୁବେଳେ ଓଡିଶା ଆସିପାରିବେ ବୋଲି ନେତାଙ୍କୁ ବୁଝାଇଥିଲେ ବଂଶଲ।

ଏ କଥା ଶୁଣି ଆଉ କିଛି ନେତା କହିଥିଲେ ଯେ, ଆମେ ଆମ ନିର୍ବାଚନ ମଣ୍ଡଳୀରେ ମହାସମାବେଶ କରିବାର କ୍ଷମତା ଆମ ପାଖରେ ଅଛି। ହେଲେ ତାହାର ଖର୍ଚ୍ଚ ଆମକୁ କିଏ ଦେବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ବର୍ତ୍ତମାନ କେଉଁଠି କିଏ ଟିକେଟ ପାଇବ ତାହା ଜଣାପଡି ନାହିଁ। ଏପରି କ୍ଷେତ୍ରରେ ଜଣେ କାହିଁକି ତା ପକେଟରୁ ପଇସା ଖର୍ଚ୍ଚ କରିବ ବୋଲି ବଂଶଲକୁ ପ୍ରଶ୍ନ ପଚାରିଥିଲେ। ଯାହାର ସଠିକ ଉତ୍ତର ନ ଦେଇ ବଂଶଲ କଥାଟିକୁ ବୁଲେଇ ଦେଇଥିଲେ।

ତେବେ ବଂଶଲ ବିଧାନ ସଭା ଅପେକ୍ଷା ଲୋକସଭା ଉପରେ ଜୋର ଦେବା ପାଇଁ ନେତାଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ନିର୍ବାଚନରେ ଲୋକସଭା ଆସନ ଉପରେ ବିଶେଷ ଦୃଷ୍ଟି ରଖ ବୋଲି ସେ କହିଥିଲେ। ଏଥର ଯେପରି କୋଡିଏଟି ଆସନରେ ବିଜେପି ଜିତିବ ସେ ନେଇ କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ। ହେଲେ ବିଧାନସଭା ଆସନ ଛାଡି ଦେଇ ଲୋକସଭା ଆସନ ଜିତିବା କିପରି ଚିନ୍ତା କରାଯିବ ବୋଲି ଓଡିଶା ନେତାମାନେ ପ୍ରଶ୍ନ କରିଥିଲେ। ତେବେ ସୁନୀଲ ବଂଶଲ ନେତାଙ୍କ ଏ କଥାରେ ବା ପ୍ରଶ୍ନରେ ଅସନ୍ତୁଷ୍ଠ ହୋଇ ଦିଲ୍ଲୀ ଚାଲିଯାଇଥିଲେ।

ଏହାପରେ ବର୍ତ୍ତମାନ ବିଜେପି ନେତାମାନଙ୍କର ଭାଳେଣି ପଡିଯାଇଛି। କାରଣ ସୁନୀଲ ବଂଶଲଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ହୋଇଛି ଯେ, କେନ୍ଦ୍ର ବିଜେପି କେବଳ ଲୋକସଭା ଆସନକୁ ଗୁରୁତ୍ବ ଦେଉଛି। ବିଧାନସଭା ଆସନ ତାଙ୍କ ପାଇଁ କୌଣସି ଗୁରୁତ୍ବ ବହନ କରୁ ନାହିଁ। ଫଳରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଥିବା ନେତାଙ୍କର ବର୍ତ୍ତମାନ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।

Election24 ନିର୍ବାଚନ ବିଜେପି ବୈଠକ ସୁନୀଲ ବଂଶଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ପଦ ଚନ୍ଦ୍ର ସ୍ବାଇଁ

March 20, 2026

ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’ ଉଦଘାଟିତ

March 20, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ ସମାରୋହ

March 20, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026
Latest News

ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ପଦ ଚନ୍ଦ୍ର ସ୍ବାଇଁ

March 20, 2026

ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’ ଉଦଘାଟିତ

March 20, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ ସମାରୋହ

March 20, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.