Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜି-୨୦ ଶିଖର ସମ୍ମିଳନୀ ପରିଣାମର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ବିଶେଷ ଖବର

ଜି-୨୦ ଶିଖର ସମ୍ମିଳନୀ ପରିଣାମର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

September 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଆଇଆରଏଡିଇ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଜି-୨୦ ନେତୃମଣ୍ଡଳୀ ସମ୍ମିଳନୀର ଫଳାଫଳକୁ ନେଇ ହୋଇଥିବା ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଭାରତର ଜି-୨୦ ଶେରପା ଅମିତାଭ କାନ୍ତ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ବିନୟ ମୋହନ କ୍ୱାତ୍ରା ଏବଂ ଆର୍ଥିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ୍‌ ଯୋଗ ଦେଇଥିଲେ।

ଡଃ ମିଶ୍ର କହିଛନ୍ତି ଯେ ଜି-୨୦ ଶିଖର ସମ୍ମିଳନୀ ଏକ ସମୟର ବ୍ୟାପାର ନୁହେଁ ଏବଂ ଭାରତୀୟ ଅଧ୍ୟକ୍ଷତା ଦୃଢ଼ ପରିଣାମ ପ୍ରଦାନ କରିଛି ଯାହାକୁ ନିବିଡ଼ ଭାବରେ ଅନୁସରଣ ଏବଂ ତଦାରଖ କରାଯାଉଛି । ବିଭିନ୍ନ କାର୍ଯ୍ୟକାରୀ ଗୋଷ୍ଠୀର ନେତୃତ୍ୱ ନେଉଥିବା ସମସ୍ତ ସଂପୃକ୍ତ ମନ୍ତ୍ରଣାଳୟଗୁଡ଼ିକୁ ସେମାନଙ୍କ କ୍ଷେତ୍ର-ଆଧାରିତ ଫଳାଫଳ କାର୍ଯ୍ୟକାରୀ କରିବାକୁ ଦାୟିତ୍ୱ ଦିଆଯାଇଛି। ଏକ ଉଚ୍ଚସ୍ତରୀୟ ଅନୁଧ୍ୟାନ ଗୋଷ୍ଠୀ ମଧ୍ୟ ଗଠନ କରାଯାଉଛି ।

ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିବା ଜି-୨୦ ଭର୍ଚୁଆଲ୍ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତ ରହିବାକୁ ଏହି ବୈଠକରେ ଡ. ପି.କେ ମିଶ୍ର ଅଧିକାରୀମାନଙ୍କୁ କହିଥିଲେ।

ଭର୍ଚୁଆଲ୍ ଜି-୨୦ କୁ କାର୍ଯ୍ୟକାରୀ କରିବା ପାଇଁ ଜି-୨୦ ସଚିବାଳୟ, ଆର୍ଥିକ ବ୍ୟାପାର ବିଭାଗ, ବୈଦେଶିକ ମନ୍ତ୍ରଣାଳୟ ଆଦି ସମସ୍ତେ ଘନିଷ୍ଠ ଭାବେ କାର୍ଯ୍ୟ କରୁଛନ୍ତି।

ଜି-୨୦ ଘୋଷଣାପତ୍ର ଏବଂ ପୂର୍ବରୁ ମନ୍ତ୍ରୀ/କାର୍ଯ୍ୟକାରୀ ଗୋଷ୍ଠୀ ବୈଠକର ପରିଣାମ ଉପରେ ଧ୍ୟାନ ଦେବାକୁ ଡ. ମିଶ୍ର ସମସ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଅଂଶୀଦାରମାନଙ୍କ ସହିତ ୱେବିନାର ଆୟୋଜନ କରିବା ଏବଂ ଏହି ପ୍ରକ୍ରିୟାରେ ରାଜ୍ୟ ସରକାର ଏବଂ ଥିଙ୍କଟ୍ୟାଙ୍କମାନଙ୍କୁ ସାମିଲ କରିବାକୁ ସେ ମନ୍ତ୍ରଣାଳୟଗୁଡ଼ିକୁ କହିଛନ୍ତି।

ବିଶେଷ କରି ଆଫ୍ରିକୀୟ ସଂଘ ଏବଂ ସାଧାରଣତଃ ଦକ୍ଷିଣ ବିଶ୍ୱ ପ୍ରତି ଆମର ସମର୍ଥନ ସମସ୍ତ କାର୍ଯ୍ୟରେ ଜାରି ରହିବା ଉଚିତ ବୋଲି ଡ. ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ ଆଫ୍ରିକା ସଂଘ ସହ ସମ୍ପର୍କ ବଢ଼ାଇବା ପାଇଁ ଆମକୁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ।

ବୈଠକରେ ସୂଚନା ଦିଆଯାଇଥିଲା ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି, ଯାହା ପ୍ରଧାନମନ୍ତ୍ରୀଙ୍କ ହୃଦୟର ଅତି ନିକଟତର ବିଷୟ। ଜି-୨୦ ସଂକଳ୍ପରେ ଦକ୍ଷିଣ ବିଶ୍ୱ ପାଇଁ ସମର୍ଥନ ଓ ସହାୟତା ଦୃଷ୍ଟିରୁ ଭାରତର ଅଧ୍ୟକ୍ଷତା ଏକ ଅଭୂତପୂର୍ବ ଉପଲବ୍ଧି ବୋଲି କୁହାଯାଇଥିଲା।

ଉଚ୍ଚସ୍ତରୀୟ ବୈଠକ ଜି-୨୦ ଶିଖର ସମ୍ମିଳନୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.