Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶାଳିଆ ଡ୍ୟାମ୍ ଠାରେ ବିଜେଡ଼ି ର ବନ୍ଧୁ ମିଳନ: ବିଧାୟକ ଟିକେଟ୍ ପାଇଁ ହେଲା ଆଲୋଚନା
ଆଞ୍ଚଳିକ

ଶାଳିଆ ଡ୍ୟାମ୍ ଠାରେ ବିଜେଡ଼ି ର ବନ୍ଧୁ ମିଳନ: ବିଧାୟକ ଟିକେଟ୍ ପାଇଁ ହେଲା ଆଲୋଚନା

November 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଥିବା ଶାଳିଆ ଡ୍ୟାମ ଠାରେ ସୋମବାର ଦିନ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଜଣାଶୁଣା ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କ ନେତୃତ୍ଵରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତଥା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଥିବା ଏବଂ ବିଜେଡି ଦଳ ତଥା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଜଣାଶୁଣା ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କୁ ଭଲ ପାଉଥିବା ବିଜେଡି ର କର୍ମୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନମଣ୍ଡଳୀ ର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ସହ ଜନସାଧାରଣ ସୁବିଧା ଅସୁବିଧା ସମୟରେ ସମସ୍ତେ ଏକାଠି ହୋଇ ଛିଡ଼ା ହେବା ସହ ସହଯୋଗ କରିବା ପାଇଁ ଆଲୋଚନା ହୋଇଥିଲା। ଏଥିସହିତ ଦଳୀୟ ସଂଗଠନକୁ ସୁଦୃଢ କରିବା ସହିତ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଆହୁରି ଟାଣ କରିବା ପାଇଁ ଆଲୋଚନା ହେବା ସହ ସିତାରାମ ପାଣିଗ୍ରାହୀଙ୍କୁ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ରେ ବିଧାୟକ ପ୍ରାର୍ଥୀଭାବେ ବିଜେଡ଼ି ଟିକେଟ୍ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିକଟରେ ନିବେଦନ କରିବା ପାଇଁ କର୍ମୀ ମାନେ ମତ ପ୍ରକାଶ କରିଥିଲେ।

ଏଥିରେ ୭ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଙ୍କ ପ୍ରତିନିଧି ପ୍ରଭାକର ପ୍ରଧାନ, ବରିଷ୍ଠ ବିଜେଡି ନେତା ସିମାଞ୍ଚଳ ନାୟକ, ରଘୁନାଥ ଆଚାର୍ଯ୍ଯ, ବୁଲୁ ପ୍ରଧାନ, ବାମଦେବ ବିଶୋୟୀ, ରାଜୁ ରେଡ୍ଡୀ, ସୁବାଷ ଚନ୍ଦ୍ର ସେଠୀ, ନରେନ୍ଦ୍ର ଗୌଡ, ସନ୍ତୋଷ କୁମାର ମହାନ୍ତି, ରାଜେନ୍ଦ୍ର ଭୂୟାଁ, ଛାୟାବତୀ ବେହେରା, ଛାତ୍ର ନେତା ଦିନେଶ କୁମାର ମହାରଣା, ରମେଶ ଭୂୟାଁ, ପିଙ୍କି ରାଉତ ସମେତ ଶତାଧିକ ବିଜେଡି କର୍ମୀ ଓ ନେତାମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମଧ୍ଯ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ମତ ପ୍ରକାଶ ପାଇଛି।

ଗଞ୍ଜାମ ଜିଲ୍ଲା ନବୀନ ପଟ୍ଟନାୟକ ଭି. ସୁଜ୍ଞାନ କୁମାରୀ ଦେଓ ଶାଳିଆ ଡ୍ୟାମ
Share. Facebook Twitter LinkedIn Email WhatsApp Copy Link

Related Posts

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026

ସାମ୍ବାଦିକ ନୃସିଂହ ମିଶ୍ରଙ୍କ ବିୟୋଗରେ ଶୋକସଭା

April 12, 2026
Latest News

ପୁର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା

April 15, 2026

ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!: ସୁରକ୍ଷା ପ୍ରତ୍ୟାହାର କରିଥିଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ: ଜେଡିୟୁରୁ ଦୁଇ ଉପମୁଖ୍ୟମନ୍ତ୍ରୀ

April 15, 2026

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.