Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳାଙ୍କ ‘ଜାତି’ ଏତେ ଅଧିକ ଯେ, ସେମାନେ ଯେକୌଣସି ଆହ୍ୱାନକୁ ସାମନା କରିପାରିବେ: ପ୍ରଧାନମନ୍ତ୍ରୀ
ଆଜିର ଖବର

ମହିଳାଙ୍କ ‘ଜାତି’ ଏତେ ଅଧିକ ଯେ, ସେମାନେ ଯେକୌଣସି ଆହ୍ୱାନକୁ ସାମନା କରିପାରିବେ: ପ୍ରଧାନମନ୍ତ୍ରୀ

December 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡିକର ସଂତୃପ୍ତି ହାସଲ କରିବା ପାଇଁ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି।

ବିହାରର ଦରଭଙ୍ଗାର ଜଣେ ଗୃହିଣୀ ତଥା ଭିବିଏସୱାଇ ହିତାଧିକାରୀ ପ୍ରିୟଙ୍କା ଦେବୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ତାଙ୍କ ସ୍ୱାମୀ ମୁମ୍ବାଇରେ ଦିନ ମଜୁରିଆ ଭାବରେ କାମ କରନ୍ତି ଏବଂ ସେ ଏକ ଦେଶ ଏକ ରାସନ କାର୍ଡ ଯୋଜନା, ପିଏମ୍‌ଜିକେଏୱାଇ ଏବଂ ଜନଧନ ଯୋଜନାର ଲାଭ ଉଠାଇଛନ୍ତି, ବିଶେଷ କରି କରୋନା ମହାମାରୀ ସମୟରେ ଏବଂ ଏହା ପରେ ଯେତେବେଳେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଶୋଚନୀୟ ହୋଇ ପଡିଥିଲା, ସେ ଏହାର ସୁବିଧା ପାଇଛନ୍ତି ।

ସେ ଏହି ଅଞ୍ଚଳରେ ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ସମ୍ପର୍କିତ ଉତ୍ସାହ ବିଷୟରେ ଜଣାଇ ଥିଲେ । ଶ୍ରୀମତୀ ପ୍ରିୟଙ୍କା ଉତ୍ତର ଦେଇଥିଲେ ଯେ ଭିବିଏସୱାଇ ଭ୍ୟାନ ମିଥିଳା ଅଞ୍ଚଳର ପାରମ୍ପରିକ ରୀତିନୀତି ଦ୍ୱାରା ସ୍ୱାଗତ କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ଲାଭ ତାଙ୍କୁ ତାଙ୍କ ପିଲାଙ୍କ ପାଠପଢ଼ା ଏବଂ ତାଙ୍କ ପରିବାରର ସ୍ୱାସ୍ଥ୍ୟର ଉନ୍ନତ ଯତ୍ନ ନେବାରେ ସକ୍ଷମ କରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀମତୀ ପ୍ରିୟଙ୍କାଙ୍କୁ ତାଙ୍କ ଗାଁରେ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ ଏବଂ ଦେଶର ପ୍ରତ୍ୟେକ ଗାଁରେ ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ପହଞ୍ଚୁଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଯେକୌଣସି ଯୋଜନାକୁ ସଫଳ କରିବା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ଏହା ପହଞ୍ଚିବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ମାଧ୍ୟମରେ ସେ ନିଜେ ଅପହଞ୍ଚ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଏଥିରେ ସାମିଲ କରିବାକୁ ସଂକଳ୍ପବଦ୍ଧ । ପ୍ରଧାନମନ୍ତ୍ରୀ ମହିଳା ମାନଙ୍କୁ ବିଭାଜନକାରୀ ରାଜନୀତି ବିଷୟରେ ସଚେତନ ହେବାକୁ ଚେତାବନୀ ଦେଇଥିଲେ ଯାହାର ଉଦ୍ଦେଶ୍ୟ ମହିଳା ସମ୍ପ୍ରଦାୟ ମଧ୍ୟରେ ଫାଟ ସୃଷ୍ଟି କରିବା ବୋଲି ସେ କହିଥିଲେ । “ଆମ ପାଇଁ ମହିଳାମାନେ ଗୋଟିଏ ଜାତି, ଏଥିରେ କୌଣସି ବିଭାଜନ ନାହିଁ’ ବୋଲି ସେ କହିଥିଲେ । ଏହି ଜାତି ଏତେ ବଡ଼ ଯେ ସେମାନେ ଯେକୌଣସି ଆହ୍ୱାନକୁ ଗ୍ରହଣ କରି ପାରିବେ ବୋଳି ସେ ଉଲ୍ଲେଖ କରିଥିଲେ । .

ନରେନ୍ଦ୍ର ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ଭିଡିଓ କନଫରେନ୍ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026
Latest News

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.