Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ଜିଲ୍ଲା ଭିତରେ ବଢିବାରେ ଲାଗିଛି ବେଆଇନ ଗୋ ଚାଲାଣ, ରୋକିବା ପାଇଁ ଦୃଢ ଦାବୀ
ବିଶେଷ ଖବର

ଖୋର୍ଦ୍ଧା ଜିଲ୍ଲା ଭିତରେ ବଢିବାରେ ଲାଗିଛି ବେଆଇନ ଗୋ ଚାଲାଣ, ରୋକିବା ପାଇଁ ଦୃଢ ଦାବୀ

January 14, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗୋ ସମ୍ପଦ ହେଉଛି ଆମ ରାଜ୍ୟର ଅମୂଲ୍ୟ ସମ୍ପଦ। ମାତ୍ର ଏବେ ଆନ୍ତଃ ରାଜ୍ୟ ଗୋ ତସକରି ବୃଦ୍ଧି ପାଇଛି ଶହ ଶହ ସଂଖ୍ୟକ ଗାଈଗୋରୁ ଙ୍କୁ ଅତି ନିଷ୍ଠୁର ଭାବେ ମଧ୍ୟ ରାତ୍ରି ରେ ବେଆଇନ ଭାବେ ବିଭିନ୍ନ କଣ୍ଟେନର,ଟ୍ରକ ଆଦିରେ ଭର୍ତ୍ତି କରି ରାଜ୍ୟ ବାହାରକୁ ହତ୍ୟା ଉଦ୍ଦେଶ୍ୟ ରେ ରପ୍ତାନୀ ହେଉଛି।

ଏ ନେଇ ତତ୍କାଳୀନ ଭାରତ ସରକାରଙ୍କ ପ୍ରାଣୀ କଲ୍ୟାଣ ଅଧିକାରୀ ଡା ତ୍ରୈଲୋକ୍ୟ ନାଥ ମହାରଣା ଗତ ୨୭.୦୭.୨୦୦୮ ରିଖରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲାର ଏସ ପି ସି ଏ ସଭାପତି ଓ ଅନ୍ୟାନ୍ୟ ରାଜ୍ୟ ଅଧିକାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ଗୋ ଚାଲାଣ କୁ ବନ୍ଦ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ।

ସୂଚନା ଅଧିକାର ଆଇନ ଅନୁଯାୟୀ ଡା ତ୍ରୈଲୋକ୍ୟ ନାଥ ମହାରଣା ଗତ ୧୭.୧୧.୨୦୨୨ ପତ୍ର ସଂଖ୍ୟା ୬୪୭୪ ରେ ଖୋର୍ଦ୍ଧା ଜିଲ୍ଲାର ଏସପିସିଏ ସମ୍ପାଦକ ତଥା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତାଙ୍କୁ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ଚିଲିକା ବ୍ଳକର ବଡ଼କୁଳ, ବାଣପୁରର କୋଲଥଡିହ, ପ୍ରତାପର ପଣସଡିହ, ତୁମୁରପୁଟ ଛକ, ଟାଙ୍ଗି ବ୍ଲକ ର କୁହୁଡି, ଭୂଷଣ୍ଡପୁର, ଜଙ୍କିଆ, ବୋଲଗଡ, ବେଗୁନିଆ ବ୍ଳକ ରୁ କଳାପଥର, ଗେଣ୍ଡିଆ ପାଲି, କୁଶପଳା, ହଜ, ଜାମୁସାହି, ନାଚୁଣି ଆଦି ବିଭିନ୍ନ ସ୍ଥାନରେ ଗାଈଗୋରୁ ଙ୍କୁ ଏକତ୍ର କରି ଚାଲାଣ କରାଯାଉଛି ବୋଲି ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ଏହାକୁ ବନ୍ଦ କରିବା ପାଇଁ ଅଦ୍ୟାବଧି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇ ନାହିଁ ଯାହା ଫଳରେ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋ ଚାଲାଣ ଶୀର୍ଷ ସ୍ତରରେ ପହଂଚିଛି।

ଓଡ଼ିଶାରେ ବେଆଇନ ଗୋ ଚାଲାଣ ଓ ଗୋହତ୍ୟା ନିଷିଦ୍ଧ କରିବା ପାଇଁ ବହୁ ଦିନରୁ ଦାବୀ ହେଉଛି ଖୋଦ ପିପୁଲ ଫୋର ଆନିମାଲ ଅଧ୍ୟକ୍ଷ ତଥା ମନ୍ତ୍ରୀ ମେନକା ଗାନ୍ଧୀ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୦୮ ମସିହାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇ ଅନୁରୋଧ କରିଥିଲେ ସୁଧା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନ ହେବା କାରଣରୁ ରାଜ୍ୟରେ ଗୋହତ୍ୟା ଓ ବେଆଇନ ଗୋ ଚାଲାଣ ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ରାଜପଥ ଦେଇ ପ୍ରତିଦିନ ଦ୍ୱିପ୍ରହର ଓ ମଧ୍ୟ ରାତ୍ରିରେ ଶହ ଶହ ସଂଖ୍ୟାରେ ବିଭିନ୍ନ ଯାନ ରେ ଅତିନିଷ୍ଠୁର ଭାବେ ଗୋମାତା ଙ୍କୁ ବାନ୍ଧି ପଡୋଶୀ ରାଜ୍ୟକୁ ବେଆଇନ ଚାଲାଣ ହେଉଛି ଯାହାକୁ ନେଇ ଗୋ ସେବକ, ବିଭିନ୍ନ ଗୋ ସଂଗଠନ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାଜ୍ୟରେ ଗୋ ହତ୍ୟା ଓ ବେଆଇନ ଗୋ ଚାଲାଣ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ପ୍ରଶାସନ ଓ ପୋଲିସ କୁ ଜଣାଇଲେ ମଧ୍ୟ କିଛି ଦିନ ବନ୍ଦ କରି ପୁନଶ୍ଚ ଏହି ଗୋ ମାଫିଆ ମାନେ ସକ୍ରିୟ ହୋଇ ରାଜ୍ୟ ପ୍ରଶାସନ ଓ ପୋଲିସ କୁ ଖୋଲା ଚାଲେଞ୍ଜ କରି ବିଭିନ୍ନ ସମୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଅବାଧ ଗୋ ଚାଲାଣ ପକ୍ରିୟା ଚାଲୁ ରଖିଛନ୍ତି। ଗୋ ସଂପଦ ସୁରକ୍ଷା ପାଇଁ ରାଜ୍ୟରେ ବହୁ ପୁରୁଣା ଆଇନ ଯଥା ପ୍ରାଣୀ ପରିବହନ ଆଇନ ୧୯୭୮,ମୋଟର ଭେହିକଲ ଆକ୍ଟ ୯୧୪୬(୧), ଓଡ଼ିଶା ପ୍ରିଭେଣ୍ଟିଭ ଅଫ କାଓ ସଟର ଆକ୍ଟ ୧୯୬୦ ଅନୁସାରେ ଗୋ ପରିବହନ ପାଇଁ ସ୍ୱୀକୃତି ପ୍ରାଣୀ ଚିକିତ୍ସକ, ପୋଲିସ ଓ ଆରଟିଓ ଙ୍କ ପରମିଶନ ଦରକାର ମାତ୍ର ଏହାକୁ ଅଣଦେଖା କରି ବେଆଇନ ଗୋ ଚାଲାଣ ଅବାଧରେ ଚାଲିଛି।

ମଧ୍ୟ ରାତ୍ରି ରେ ଖୋର୍ଦ୍ଧା ଜିଲ୍ଲା ରୁ ଜଙ୍କିଆ, ଚାନ୍ଦପୁର, ଟାଙ୍ଗି, କୁହୁଡି,ନାଚୁଣି, ବାଲୁଗାଁ, ବାଣପୁର, ନାଭଲଆଦି ପୋଲିସ ଷ୍ଟେସନ ଅତିକ୍ରମ କରି ଗୋ ଚାଲାଣ ହେଉଥିବା ସମୟରେ ବିଗତ ତିନି ଦିନ ମଧ୍ୟରେ ଜଙ୍କିଆ, ଟାଙ୍ଗି ,ଆଦି ପୋଲିସ ଷ୍ଟେସନ ଅଧୀନରେ ବହୁ ସଂଖ୍ୟକ ଗାଈ ଙ୍କୁ ଉଦ୍ଧାର କରାଯାଇଛି। ଗଂଜାମ ଜିଲ୍ଲାର ଭେଜିପୁଟ ଚେକ ଗେଟ ଠାରେ ମଧ୍ୟ ରାତ୍ରିରେ ବେଆଇନ ଗୋ ଚାଲାଣ ସମ୍ପର୍କରେ ଜାଣିପା ରି ପାଞ୍ଚ ଦିନ ତଳେ ଗୋଟିଏ ଗାଈ ଟ୍ରକ ଅଟକାଇ ବାଲୁଗାଁ ଓ ଲଂଗଲେଶ୍ଵର ଜନସାଧାରଣ ଗାଇ ମାନକୁ ମୁକୁଳାଇ ଦେଇଥିଲେ। ବହୁ ସଖ୍ୟକ ଗାଈ ଟ୍ରକ ଭିତରେ ଦଳାଚକଟା ରେ ମୃତ୍ୟୁ ବରଣ କରିଥିଲେ।

ରାଜ୍ୟରେ ଜୀବେ ନିଷ୍ଠୁରତା ନିଷେଧ ପାଇଁ ରାଜ୍ୟ ସରକାର ଙ୍କ ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସପିସିଏ କାର୍ଯ୍ୟ କରୁଛି।ଭାରତ ସରକାରଙ୍କ ପ୍ରାଣୀ କଲ୍ୟାଣ ବୋର୍ଡ଼ ଅଧୀନରେ ଏସପିସିଏ କାର୍ଯ୍ୟ କରୁଥିବା ବେଳେ ଆମ ରାଜ୍ୟରେ ବିଶେଷତଃ ଖୋର୍ଦ୍ଧା ଜିଲ୍ଲାରେ ଏସପିସିଏ ଠିକ ରୂପେ କାର୍ଯ୍ୟ କରୁ ନ ଥିବା ଏସପିସିଏ ସଦସ୍ୟ ତଥା ଭାରତ ସରକାରଙ୍କ ଆନିମାଲ କଲ୍ୟାଣ ବୋର୍ଡ ପୂର୍ବତନ ପ୍ରାଣୀ କଲ୍ୟାଣ ଅଧିକାରୀ ଡା ତ୍ରୈଲୋକ୍ୟ ନାଥ ମହାରଣା କହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ଏସପିସିଏ ଶେଷ ବୈଠକ ଗତ ୨୦୨୧ ଡିସେମ୍ବର ମାସ ନଅ ତାରିଖରେ ହୋଇଥିଲା ତତ୍କାଳୀନ ଜିଲ୍ଲାପାଳ ତଥା ଖୋର୍ଦ୍ଧା ଏସପିସିଏ ସଭାପତି ସଂଗ୍ରାମ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରି କହିଥିଲେ ପ୍ରତ୍ୟେକ ତିନି ମାସ ରେ ଜିଲ୍ଲାର ଏସ ପି ସି ଏ ବୈଠକ ଡାକିଜିଲ୍ଲା ରେ ପ୍ରାଣୀ ନିଷ୍ଠୁରତା ପ୍ରତିରୋଧ ସମ୍ପର୍କରେ ବିସ୍ତ୍ରୁତ ତଥ୍ୟ ସଂଗ୍ରହ ସହିତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲ୍ଲାପ୍ରାଣୀ ମଙ୍ଗଳ ଅଧିକାରୀ ଓ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଏସପିସିଏ ସମ୍ପାଦକ ତାକୁ ଠିକ ଭାବେ କାର୍ଯ୍ୟ ରେ ସମ୍ପାଦନ କରୁନଥିବାରୁ ଖୋର୍ଦ୍ଧା ଜିଲ୍ଲା ବର୍ତ୍ତମାନ ରାଜ୍ୟ ଗୋ ଚାଲାଣ ର ମୁଖ୍ୟ ପେଣ୍ଠସ୍ଥଳୀ ପାଲଟିଛି।

ସେଇଭଳି ରାଜ୍ୟରେ ଏହି ଏସପିସିଏ ର ସଭାପତି ରାଜ୍ୟର ମୁଖ୍ୟ ଶାସନ ସଚିବ ଥିବା ବେଳେ, ସମ୍ପାଦକ ଭାବେ ରାଜ୍ୟ ପ୍ରାଣୀ କଲ୍ୟାଣ ବିଭାଗ ସଚିବ, ଉପସଭାପତି ଭାବେ ପୋଲିସ ଡ଼ିଜି ରହିଛନ୍ତି।ସେଇଭଳି ପ୍ରତେକ ଜିଲ୍ଲା ର ଜିଲ୍ଲାପାଳ ଏସ ପି ସି ଏ ସଭାପତି ଥିବା ବେଳେ ଏସ ପି ଉପସଭାପତି, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଏହାର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ରାଜ୍ୟରେ ଓ ଅଧିକାଂଶ ଜିଲ୍ଲା ରେ ଏସ ପି ସି ଏ ବୈଠକ ହେଉ ନ ଥିବାରୁ ରାଜ୍ୟରେ ପ୍ରାଣୀ ନିଷ୍ଠୁରତା ନିରୋଧ ପାଇଁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଉ ନ ଥିବା ପରିଲକ୍ଷିତ ହେଉଛି।

ରାଜ୍ୟରେ ସରକାରୀ ସ୍ତରରେ ଗୋ ଶାଳା କିମ୍ବା ରେସ କ୍ୟୁ ସେଣ୍ଟର ଅତି ନଗଣ୍ୟ ଯୋଗୁଁ ବିଭିନ୍ନ ସମୟରେପୋଲିସ କିମ୍ବା ବିଭିନ୍ନ ସଂଗଠନ ପକ୍ଷରୁ ଉଦ୍ଧାର କରାଯାଉଥିବା ଗାଈ ଗୋରୁ ଙ୍କୁ ସେଠାକୁ ସ୍ଥାନାନ୍ତରିତ କରିବା ସମ୍ଭବ ହେଉନାହିଁ।ପ୍ରତ୍ୟେକ ଦିନ ଗ୍ରାମୀଣ ସ୍ତରରେ ଗାଈ ଗୋରୁ ଙ୍କୁ ଚାଷୀ ମାନଙ୍କ ଠାରୁ ଶାଗ ମାଛ ଦରରେ ବେପାରୀ ମାନେ ସଂଗ୍ରହ କରି ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖି ବେଆଇନ ଭାବେ ଟ୍ରକ ମାଧ୍ୟମରେ ରାଜ୍ୟର ବାହାର କୁ ଏହାର ମାଂସ, ରକ୍ତ, ଚମଡା କୁ ରପ୍ତାନୀ ହେଉଛି।

ସେ ସମ୍ପର୍କରେ ରାଜ୍ୟ ପ୍ରଶାସନ ବିଭାଗ, ପୋଲିସ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବ, ପରିବହନ ବିଭାଗ ସଚିବ, ରାଜ୍ୟର ପ୍ରାଣୀ କଲ୍ୟାଣ ବିଭାଗ ସଚିବ, କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀଙ୍କୁ ପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି।

ଖୋର୍ଦ୍ଧା ଡା ତ୍ରୈଲୋକ୍ୟ ନାଥ ମହାରଣା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.