Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ବସକୁ ପିଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଆଞ୍ଚଳିକ

ବାଲୁଗାଁ: ବସକୁ ପିଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

February 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣା ସ୍ଥଳରୁ ଉଭୟ ଗାଡି ଚାଳକ ଚମ୍ପଟ ମାରିଥିବା ବେଳେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ଖବର ମୁତାବକ ଆଜି ମଧ୍ୟାହ୍ନରେ ଆସ୍କାରୁ ଭୁବନେଶ୍ୱର ଅଭିମୁଖେ ନମସ୍କାର ନାମକ ଏକ ଯାତ୍ରୀବାହୀ ବସ ଯାଉଥିବା ବେଳେ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମାଛ ବୋଝେଇ କଣ୍ଟେନର (ଗାଡି ନଂ ଏପି ୩୭ ଟିଡି ୬୧୭୯) ପଛ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଯାହାଫଳରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଖସି ପଡିଥିଲା। ମାତ୍ର ରାସ୍ତା ପାର୍ଶ୍ଵରେ ଥିବା ଗଛ ଯୋଗୁଁ ଲଟକି ରହିଥିଲା।

ଖବର ପାଇ ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ଓ ଟିମ, ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସୁରକ୍ଷିତ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନ୍ୟ ବସ ଯୋଗେ ସେମାନଙ୍କ ଗନ୍ତ୍ୟବ ସ୍ଥଳକୁ ପଠାଇ ଦିଆଯାଇଥିବା ବେଳେ ଆହତ ୮ ଜଣ ଯାତ୍ରୀଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଅବସ୍ଥା ସେତେଟା ଗୁରୁତର ନଥିବାରୁ ଆଶୁଚିକିତ୍ସା କରି ପଠାଇ ଦିଆଯାଇଛି। ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀ ଗୌଡା ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

ଜାତୀୟ ରାଜପଥ ବାଲୁଗାଁ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାରଙ୍କୁ ଚେକ୍ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ

May 8, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

May 5, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.