Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି: ଓୟୁଏଟି କୁଳପତି
ଆଜିର ଖବର

କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି: ଓୟୁଏଟି କୁଳପତି

March 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ସାମ୍ନାକୁ ଆଣି ଏହାର ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିବାର ସମୟ ଆସିଛି ବୋଲି ମଙ୍ଗଳବାର କହିଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆୟୋଜିତ ୩ ଦିନିଆ ‘ସୋଆ ଏଗ୍ରି କନ୍‌ଫ୍ଲୁଏନ୍ସ’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ରାଉଳ କହିଛନ୍ତି ଯେ କୃଷି ଉତ୍ପାଦନ କ୍ଷେତ୍ରରେ ବିଭିନ୍ନ ସମସ୍ୟା କୁ ଅନୁଧ୍ୟାନ କରି ଏହାର ସମାଧାନର ବାଟ ବାହାର କରିବାର ଦରକାର। ମୃତ୍ତିକା କ୍ଷୟ ହେଉଛି। ଜଳସ୍ତରର ପତ୍ତନ ଏବଂ ବାୟୂ ପ୍ରଦୂଷଣ ଯୋଗୁଁ କୃଷି କ୍ଷେତ୍ରରେ ଅବକ୍ଷୟ ଘଟୁଛି ବୋଲି ପ୍ରଫେସର ରାଉଳ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଅନେକ ସଂଖ୍ୟକ କୃଷକ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଥିଲା ‘ସଷ୍ଟେନେବଲ ଏଗ୍ରିକଲ୍‌ଚର ଆଣ୍ଡ ଲାଇଭଲିହୁଡ ସିକ୍ୟୁରିଟି’।

କୌଣସି ଶିଳ୍ପ ସମସ୍ତଙ୍କୁ ନିଯୁକ୍ତି ଦେଇପାରିବ ନାହିଁ ବୋଲି ମତ ରଖି ପ୍ରଫେସର ରାଉଳ କହିଛନ୍ତି ଯେ କୃଷି କ୍ଷେତ୍ରରେ ବିଭକ୍ତିକରଣର ଆବଶ୍ୟକତା ରହିଛି।

କୃଷି କ୍ଷେତ୍ର ଉଭୟ ଖାଦ୍ୟ ଓ ଜୀବିକାକୁ ବୁଝାଉଥିବା ବେଳେ ଏହା ମାଟି, ପାଣି, ପବନ ଓ ପରିବେଶ ଉପରେ ନିର୍ଭର କରିଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ ବାର୍ଷିକ ବର୍ଷାର ଅନୁପାତ ୧୫୦୦ ମିଲିମିଟରରୁ ପ୍ରାୟ ୧୩୦୦ -୧୩୫୦ ମିମିକୁ କମି ଆସିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ପ୍ଲାଂଟ ଫିଜିଓଲୋଜି ବିଭାଗର ପ୍ରଫେସର ତଥା କାର୍ଯ୍ୟକ୍ରମର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ସମସ୍ତ ଗବେଷଣା ସମାଜର ହିତ ପାଇଁ କରାଯାଇଥାଏ ଏବଂ ସୋଆ ଏହି ଲକ୍ଷ୍ୟ ପଥରେ ରହିଛି। ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ବିଭିନ୍ନ ବିଭାଗରେ ଗବେଷଣା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସୋଆ ନିକଟରେ ସମସ୍ତ ଭିତିଭୂମି ରହିଥିବା ସେ କହିଛନ୍ତି।

କାର୍ଯ୍ୟକ୍ରମରେ ବିଭିନ୍ନ ଆଲୋଚନା, ପୋଷ୍ଟର ପ୍ରଦର୍ଶନୀ, ବିଭିନ୍ନ କୃଷକ ଏବଂ କୃଷି ବିଶେଷଜ୍ଞଙ୍କ ସହ ଆଲୋଚନା, କୃଷି ପ୍ରଦର୍ଶନୀ, କୃଷି ଷ୍ଟାଟ୍‌ଅପ୍ ସମ୍ମିଳନୀ ଓ ବୈଷୟିକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏତଦ୍ ବ୍ୟତୀତ ବକ୍ତୃତା, କୃଷି କୁଇଜ୍‌, ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଡକ୍ଟର ଅଂଶୁମାନ ଜେନା ସଂଯୋଜନା କରିଥିଲେ।

କୃଷି କ୍ଷେତ୍ର ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ମଦ ଦୋକାନ ଖୋଲିବନି, ଡ୍ରଗ୍ସ ମାଫିଆଙ୍କୁ ଛାଡ଼ ନାହିଁ: ମୋହନ ସରକାରଙ୍କ ବଡ଼ ଘୋଷଣା

October 5, 2026

ନୂଆ ଆକର୍ଷଣ ଓ ଅତ୍ୟାଧୁନିକ ସୁବିଧା ସହ ଫେରିଲା କଳିଙ୍ଗ ଷ୍ଟୁଡିଓ: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

October 5, 2026

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026
Latest News

ମଦ ଦୋକାନ ଖୋଲିବନି, ଡ୍ରଗ୍ସ ମାଫିଆଙ୍କୁ ଛାଡ଼ ନାହିଁ: ମୋହନ ସରକାରଙ୍କ ବଡ଼ ଘୋଷଣା

October 5, 2026

UPIକୁ ବଡ଼ ଝଟକା! ୧୦ ଅକ୍ଟୋବରରୁ ପେମେଣ୍ଟ ନେବନି ଏହି କମ୍ପାନୀ, ୦.୪% MDRକୁ ନେଇ ବଢ଼ିଲା ଚିନ୍ତା

October 5, 2026

ଘରେ ତିଆରି କରନ୍ତୁ ଭେଣ୍ଡି ହେୟାର୍ ସ୍ପା ଜେଲ୍: ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା

October 5, 2026

ନୂଆ ଆକର୍ଷଣ ଓ ଅତ୍ୟାଧୁନିକ ସୁବିଧା ସହ ଫେରିଲା କଳିଙ୍ଗ ଷ୍ଟୁଡିଓ: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

October 5, 2026

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.