Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଘରେ ତିଆରି କରନ୍ତୁ ଭେଣ୍ଡି ହେୟାର୍ ସ୍ପା ଜେଲ୍: ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା
ଜୀବନ ଶୈଳୀ

ଘରେ ତିଆରି କରନ୍ତୁ ଭେଣ୍ଡି ହେୟାର୍ ସ୍ପା ଜେଲ୍: ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା

October 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା

ଆଜିକାଲି କେଶର ଯତ୍ନ ନେବା ପାଇଁ କେମିକାଲ୍‌ଯୁକ୍ତ ବଜାର ଉତ୍ପାଦ ଅପେକ୍ଷା ପ୍ରାକୃତିକ ଓ ଘରୋଇ ଉପଚାରର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ମହିଳାମାନଙ୍କ ମଧ୍ୟରେ ଘରେ ତିଆରି ‘ଭେଣ୍ଡି ହେୟାର୍ ସ୍ପା ଜେଲ୍‌’  ବେଶ୍ ପପୁଲାର୍ ହେଉଛି। ଭେଣ୍ଡିରେ ଥିବା ଭିଟାମିନ୍ ଏ, ସି, କେ ଏବଂ ପ୍ରାକୃତିକ ପୋଷକ ତତ୍ତ୍ୱ କେଶକୁ ଗଭୀର ପୋଷଣ ଯୋଗାଇବା ସହ ଏହାକୁ କେରାଟିନ୍ ଟ୍ରିଟ୍‌‌ମେଣ୍ଟ ପରି କୋମଳ, ଚମକଦାର ଓ ସିଧା କରିବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ଏହି ସ୍ପା ଜେଲ୍‌ର ଫାଇଦା, ଆବଶ୍ୟକ ସାମଗ୍ରୀ ଓ ତିଆରି କରିବାର ସହଜ ପ୍ରଣାଳୀ।

ଭେଣ୍ଡିରେ ତିଆରି ଜେଲ୍‌ରୁ ଲାଭ-
ଭେଣ୍ଡି ଏକ ୟୁନିକ୍ ନ୍ୟୁଟ୍ରିସନ୍ ଯାହା କେଶକୁ ପୋଷଣ ଦେବାର କାମ କରେ। ଭିଟାମିନ୍ ଏ, ସି ଓ କେରେ ଭରପୂର ମାତ୍ରା ଥିବା ଭେଣ୍ଡିରେ ତିଆରି ଜେଲ କେଶକୁ ସୁସ୍ଥ ରଖେ ଓ କେଶର ଚମକ ବୃଦ୍ଧି କରାଏ । ତେଣୁ ଭେଣ୍ଡିରେ ତିଆରି ଜେଲ୍‌ରୁ ପ୍ରାକୃତିକ ସ୍ପା ଜେଲ୍‌ର ବ୍ୟବହାର କରି କେଶରେ ଚମକ ବୃଦ୍ଧି କରିବା ସହିତ କେଶର ଆର୍ଦ୍ରତା ବଜାୟ ରଖିପାରିବେ। ଏହି କାରଣରୁ କେଶ ଡ୍ରାଏ ଓ ଫ୍ରିଜି ରହିବ ନାହିଁ ।

ଆବଶ୍ୟକ ସାମଗ୍ରୀ ଏବଂ ପ୍ରଣାଳୀ-

ପାଣି-୨ ଗ୍ଲାସ୍‌, କଟାଯାଇଥିବା ଭେଣ୍ଡି-୨ କପ୍‌, ଚାଉଳ ଚୂନା-୩ ଚାମଚ ନିଅନ୍ତୁ । ଏହି ଏହି ଜେଲକୁ ତିଆରି କରିବା ବହୁତ ସହଜ। ଏଥିପାଇଁ ଆପଣଙ୍କୁ ୪-୫ଟି ଭେଣ୍ଡି ଓ ଏକ ଗ୍ଲାସ୍ ପାଣିର ଆବଶ୍ୟକତା ରହିଛି । ଭେଣ୍ଡିକୁ ଛୋଟ ଛୋଟ କରି କାଟିବା ପରେ ପାଣିରେ ପକାନ୍ତୁ ଓ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଫୁଟାଇ ଦିଅନ୍ତୁ। ଯେତେବେଳେ ପାଣି ଗାଢ଼ା ଓ ଅଠାଳିଆ ହୋଇଯିବ ଏହାକୁ ଛାଣି ଥଣ୍ଡା କରିଦେବେ। ଏବେ ଏକ ପ୍ୟାନ୍‌ରେ ଏକ ଗ୍ଲାସ୍ ପାଣି ଢ଼ାଳି ତିନି ଚାମଚ ଚାଉଳ ଚୂନା ପକାଇ ଘାଣ୍ଟିବେ। ଧୀରେ ଧୀରେ ଏହା ବହଳିଆ ହୋଇଯିବ। ଏବେ ଏଥିରେ ଭେଣ୍ଡି ପାଣିକୁ ପକାଇ ମିଶାଇ ଦିଅନ୍ତୁ ଓ ଖୁବ୍ ଭଲ ଭାବରେ ଫେଣ୍ଟିଦେବେ। ଏବେ ପ୍ରସ୍ତୁତ ହୋଇଗଲା ସ୍ପା ଜେଲ୍‌।

କିପରି ବ୍ୟବହାର କରିବେ-

ଏହି ଜେଲ୍ ଥଣ୍ଡା ହୋଇଗଲେ ଏହାକୁ କେଶର ମୂଳରୁ ଆରମ୍ଭ କରି ଅଗ୍ରଭାଗ ପର୍ଯ୍ୟନ୍ତ ଲଗାଇବେ। ଏହାକୁ ୪୫ ମିନିଟ୍ ପର୍ଯ୍ୟନ୍ତ କେଶରେ ଲଗେଇ ରଖିବେ। ଏହାପରେ ମାଇଲ୍ଡ ଶାମ୍ପୁରେ ଧୋଇବେ। ସପ୍ତାହରେ ଥରେ କିମ୍ବା ଦୁଇ ଥର ଏହି ଜେଲ୍‌ର ବ୍ୟବହାର କରିବେ କେଶ ସବୁବେଳେ ନରମ ଓ ଚିକ୍‌ଚିକ୍ କରିବ।

କେଶ ସୌନ୍ଦର୍ଯ୍ୟ ଭେଣ୍ଡି ହେୟାର୍ ସ୍ପା ଜେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ହେଲମେଟ୍ ପିନ୍ଧିଥିଲେ ବି କଟିବ ଚାଲାଣ! ଏହି ଭୁଲ୍ ପାଇଁ କଟିପାରେ ଆପଣଙ୍କ ଚାଲାଣ

October 27, 2026

ଶନିବାର ଦିନ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟଜନକ ଖବର, ଜାଣିଲେ ଖୁସି ହେବେ

October 24, 2026

ପରିବାର ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଛାଡ଼ପତ୍ର ମାମଲାର ନୂଆ ମୋଡ଼

October 23, 2026

୨୦୨୭ରୁ WhatsApp ଓ Telegram ବ୍ୟବହାରରେ ବଡ଼ ପରିବର୍ତ୍ତନ! ଫୋନ୍‌ରେ SIM ନଥିଲେ ହୋଇପାରେ ଅସୁବିଧା

October 23, 2026
Latest News

ବାତ୍ୟା ‘ଅର୍ଣ୍ଣବ’ କୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ: ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

October 27, 2026

ଖୋର୍ଦ୍ଧାରୁ ୧୬୯ ତୀର୍ଥଯାତ୍ରୀଙ୍କ ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ

October 27, 2026

ଶଙ୍ଖମୂଳରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବ: ୬ ମାଣ ଧାନ ଫସଲ ନଷ୍ଟ

October 27, 2026

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା: ଚିଲିକାରେ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

October 27, 2026

ଓଡିଶା ଛାଡିବେ ବରିଷ୍ଠ ଆଇଏଏସ ଅଫିସର ସଂଜୟ କୁମାର ସିଂ, ନିଜ ରାଜ୍ୟ ବିହାରକୁ ବଦଳି ପାଇଁ କଲେ ଆବେଦନ

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.