ଆଜିକାଲି କେଶର ଯତ୍ନ ନେବା ପାଇଁ କେମିକାଲ୍ଯୁକ୍ତ ବଜାର ଉତ୍ପାଦ ଅପେକ୍ଷା ପ୍ରାକୃତିକ ଓ ଘରୋଇ ଉପଚାରର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ମହିଳାମାନଙ୍କ ମଧ୍ୟରେ ଘରେ ତିଆରି ‘ଭେଣ୍ଡି ହେୟାର୍ ସ୍ପା ଜେଲ୍’ ବେଶ୍ ପପୁଲାର୍ ହେଉଛି। ଭେଣ୍ଡିରେ ଥିବା ଭିଟାମିନ୍ ଏ, ସି, କେ ଏବଂ ପ୍ରାକୃତିକ ପୋଷକ ତତ୍ତ୍ୱ କେଶକୁ ଗଭୀର ପୋଷଣ ଯୋଗାଇବା ସହ ଏହାକୁ କେରାଟିନ୍ ଟ୍ରିଟ୍ମେଣ୍ଟ ପରି କୋମଳ, ଚମକଦାର ଓ ସିଧା କରିବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ଏହି ସ୍ପା ଜେଲ୍ର ଫାଇଦା, ଆବଶ୍ୟକ ସାମଗ୍ରୀ ଓ ତିଆରି କରିବାର ସହଜ ପ୍ରଣାଳୀ।
ଭେଣ୍ଡିରେ ତିଆରି ଜେଲ୍ରୁ ଲାଭ-
ଭେଣ୍ଡି ଏକ ୟୁନିକ୍ ନ୍ୟୁଟ୍ରିସନ୍ ଯାହା କେଶକୁ ପୋଷଣ ଦେବାର କାମ କରେ। ଭିଟାମିନ୍ ଏ, ସି ଓ କେରେ ଭରପୂର ମାତ୍ରା ଥିବା ଭେଣ୍ଡିରେ ତିଆରି ଜେଲ କେଶକୁ ସୁସ୍ଥ ରଖେ ଓ କେଶର ଚମକ ବୃଦ୍ଧି କରାଏ । ତେଣୁ ଭେଣ୍ଡିରେ ତିଆରି ଜେଲ୍ରୁ ପ୍ରାକୃତିକ ସ୍ପା ଜେଲ୍ର ବ୍ୟବହାର କରି କେଶରେ ଚମକ ବୃଦ୍ଧି କରିବା ସହିତ କେଶର ଆର୍ଦ୍ରତା ବଜାୟ ରଖିପାରିବେ। ଏହି କାରଣରୁ କେଶ ଡ୍ରାଏ ଓ ଫ୍ରିଜି ରହିବ ନାହିଁ ।
ଆବଶ୍ୟକ ସାମଗ୍ରୀ ଏବଂ ପ୍ରଣାଳୀ-
ପାଣି-୨ ଗ୍ଲାସ୍, କଟାଯାଇଥିବା ଭେଣ୍ଡି-୨ କପ୍, ଚାଉଳ ଚୂନା-୩ ଚାମଚ ନିଅନ୍ତୁ । ଏହି ଏହି ଜେଲକୁ ତିଆରି କରିବା ବହୁତ ସହଜ। ଏଥିପାଇଁ ଆପଣଙ୍କୁ ୪-୫ଟି ଭେଣ୍ଡି ଓ ଏକ ଗ୍ଲାସ୍ ପାଣିର ଆବଶ୍ୟକତା ରହିଛି । ଭେଣ୍ଡିକୁ ଛୋଟ ଛୋଟ କରି କାଟିବା ପରେ ପାଣିରେ ପକାନ୍ତୁ ଓ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଫୁଟାଇ ଦିଅନ୍ତୁ। ଯେତେବେଳେ ପାଣି ଗାଢ଼ା ଓ ଅଠାଳିଆ ହୋଇଯିବ ଏହାକୁ ଛାଣି ଥଣ୍ଡା କରିଦେବେ। ଏବେ ଏକ ପ୍ୟାନ୍ରେ ଏକ ଗ୍ଲାସ୍ ପାଣି ଢ଼ାଳି ତିନି ଚାମଚ ଚାଉଳ ଚୂନା ପକାଇ ଘାଣ୍ଟିବେ। ଧୀରେ ଧୀରେ ଏହା ବହଳିଆ ହୋଇଯିବ। ଏବେ ଏଥିରେ ଭେଣ୍ଡି ପାଣିକୁ ପକାଇ ମିଶାଇ ଦିଅନ୍ତୁ ଓ ଖୁବ୍ ଭଲ ଭାବରେ ଫେଣ୍ଟିଦେବେ। ଏବେ ପ୍ରସ୍ତୁତ ହୋଇଗଲା ସ୍ପା ଜେଲ୍।
କିପରି ବ୍ୟବହାର କରିବେ-
ଏହି ଜେଲ୍ ଥଣ୍ଡା ହୋଇଗଲେ ଏହାକୁ କେଶର ମୂଳରୁ ଆରମ୍ଭ କରି ଅଗ୍ରଭାଗ ପର୍ଯ୍ୟନ୍ତ ଲଗାଇବେ। ଏହାକୁ ୪୫ ମିନିଟ୍ ପର୍ଯ୍ୟନ୍ତ କେଶରେ ଲଗେଇ ରଖିବେ। ଏହାପରେ ମାଇଲ୍ଡ ଶାମ୍ପୁରେ ଧୋଇବେ। ସପ୍ତାହରେ ଥରେ କିମ୍ବା ଦୁଇ ଥର ଏହି ଜେଲ୍ର ବ୍ୟବହାର କରିବେ କେଶ ସବୁବେଳେ ନରମ ଓ ଚିକ୍ଚିକ୍ କରିବ।


