Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ
ରାଜ୍ୟ ଖବର

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ
‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

ଭୁବନେଶ୍ବର: ଆଗାମୀ ପାର୍ବଣ ଋତୁରେ ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ସହ ବେଆଇନ କାରବାର ଉପରେ ରୋକ୍ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ‘ଦମନ’ରେ ବ୍ୟାପକ ସଫଳତା ମିଳିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଲା, କମିଶନରେଟ୍ ଓ ରେଳବାଇ ପୋଲିସର ମିଳିତ ସମନ୍ୱୟରେ ଗତ ସେପ୍ଟେମ୍ବର ୨୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଅପରାଧୀ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ଅଭିଯାନ କାଳରେ ୧,୪୪୮ଟି ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) କାର୍ଯ୍ୟକାରୀ କରାଯିବା ସହ ଧାରା ୧୨୯ ଅନୁଯାୟୀ ୧,୦୧୨ ଜଣଙ୍କ ବିରୋଧରେ ପ୍ରୋସିଡିଂ ଦାଖଲ କରାଯାଇଛି। ସେହିପରି ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ୮୯ଟି ଏନ୍‌ଡିପିଏସ୍ ମାମଲା ରୁଜୁ କରାଯାଇ ୧୦୯ ଜଣଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରାୟ ୮.୧୩ ଟନ୍ ଗଞ୍ଜେଇ, ୧୯,୩୮୭ଟି ଗଞ୍ଜେଇ ଗଛ, ୩୯୪.୬୪୫ ଗ୍ରାମ୍ ବ୍ରାଉନ୍ ସୁଗାର ଓ ୧,୦୬୬ଟି କଫ୍ ସିରପ୍ ବୋତଲ ଜବତ ହୋଇଛି।

ଅବକାରୀ ଆଇନ ଉଲ୍ଲଂଘନ ବିରୋଧରେ ୧,୭୦୭ଟି ମାମଲା ରୁଜୁ କରାଯାଇ ୧୪୦ ଜଣଙ୍କୁ ଗିରଫ କରାଯିବା ସହ ୧୦,୨୯୮ ଲିଟରରୁ ଅଧିକ ଚୋରା ଦେଶୀ ମଦ, ୨,୯୨୨ ଲିଟର ବିଦେଶୀ ମଦ, ଆସ୍କା-୪୦, ପୋଚ ଓ ମହୁଲି ମଦ ଜବତ କରାଯାଇଛି। ଏହାଛଡ଼ା ଜୁଆ କାରବାର ବିରୋଧରେ ୪୬ଟି ମାମଲାରେ ୬୭ ଜଣଙ୍କୁ ଗିରଫ କରି ୪.୩୬ ଲକ୍ଷରୁ ଅଧିକ ଟଙ୍କା, ବଳପୂର୍ବକ ଚାନ୍ଦା ଆଦାୟ ମାମଲାରେ ୧୨ ଜଣଙ୍କୁ ଗିରଫ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ବନ୍ଧୁକ, ରିଭଲଭର, ଗୁଳି, ବାରୁଦ ଓ ଖଣ୍ଡା ଜବତ କରାଯାଇଛି।

ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ଓ ବେଆଇନ ଚାଲାଣ ରୋକିବା ପାଇଁ ରାଜ୍ୟରେ ୧,୮୩୦ଟି ବ୍ଲକିଂ ଓ ବର୍ଡର ସିଲିଂ ଅପରେସନ୍ କରାଯାଇ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ପାର୍ବଣ ସମୟରେ ରାଜ୍ୟବାସୀଙ୍କୁ ନିରାପଦ ପରିବେଶ ଯୋଗାଇବା ପାଇଁ ପୋଲିସର ଏହି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଡିଜିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଜାମିନ ବିହୀନ ପାର୍ବଣ ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ

October 4, 2026

ଲଜ୍‌ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସାଥି ଯୁବକ ଫେରାର

October 4, 2026

ଯୁବକଙ୍କ ବେକ କାଟି ବିଭତ୍ସ ହତ୍ୟା

October 4, 2026
Latest News

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026

ଶିଙ୍ଗଲ୍ସ କେବଳ ଚର୍ମ ରୋଗ ନୁହେଁ! ଷ୍ଟ୍ରୋକ୍ ଓ ହୃଦଘାତ ବିପଦ ସହ କ’ଣ ରହିଛି ସମ୍ପର୍କ?

October 5, 2026

ଅଷ୍ଟ୍ରେଲିଆ-ଏ’ ସିରିଜ୍‌ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ, ସୂର୍ଯ୍ୟାଂଶଙ୍କୁ ସୁଯୋଗ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.