Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଆସିଲା ପ୍ରାର୍ଥୀପତ୍ର ଦାଖଲ ହିସାବ, ୨୮ଟି ବିଧାନସଭା ପାଇଁ ୨୬୬ ଜଣଙ୍କ ଆବେଦନ, ବ୍ରହ୍ମପୁରରେ ସର୍ବାଧିକ
ନିର୍ବାଚନ ଖବର

ଆସିଲା ପ୍ରାର୍ଥୀପତ୍ର ଦାଖଲ ହିସାବ, ୨୮ଟି ବିଧାନସଭା ପାଇଁ ୨୬୬ ଜଣଙ୍କ ଆବେଦନ, ବ୍ରହ୍ମପୁରରେ ସର୍ବାଧିକ

April 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସିଲା ପ୍ରାର୍ଥୀପତ୍ର ଦାଖଲ ହିସାବ, ୨୮ ଟି ବିଧାନସଭା ପାଇଁ ୨୬୬ ଜଣ ପ୍ରାର୍ଥୀଙ୍କ ଆବେଦନ, ବ୍ରହ୍ମପୁରରେ ସର୍ବାଧିକ

ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ। ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଂଗପୁର, ବ୍ରହ୍ମପୁର ଏବଂ କଳାହାଣ୍ଡି ଲୋକସଭା ଏବଂ ଏହା ଅଧିନରେ ଥିବା ୨୮ ଟି ବିଧାନସଭାର ନିର୍ବାଚନ ହେବ। ଏହି ନିର୍ବାଚନ ଆସନ୍ତା ୧୩ ତାରିଖରେ ହେବ। ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୁଡାନ୍ତ ତାଲିକା ବାହାରିବ।

ତେବେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ର ଅନୁସାରେ ଅନୁଷ୍ଠିତ ହେଉଥିବା ୪ଟି ଲୋକସଭା ଆସନରେ ମୋଟ ୩୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏମାନେ ମୋଟ ୭୫ଟି ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ତେବେ ଏହି ୪ଟି ଲୋକସଭା ଆସନ ମଧ୍ୟରୁ କୋରାପୁଟରେ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିପରି ଓଡିଶାର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ମୋଟ ୨୬୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏମାନେ ମୋଟ ୪୮୩ ଟି ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ତେବେ ବ୍ରହ୍ମପୁର ବିଧାନସଭା ପାଇଁ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳି ପାଇଁ ମୋଟ ୨୦ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଝରିଗାଁ ବିଧାନସଭା ପାଇଁ ସର୍ବନିମ୍ନ ୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଲୋକସଭା କ୍ଷେତ୍ରରେ ଯେଉଁ ୪ଟିରେ ନିର୍ବଚନ ହେବ ସେଠାରେ ପ୍ରାର୍ଥୀ ପତ୍ର ଦାଖଲ ସଂଖ୍ୟା ହେଲା

କୋରାପୁଟ-  ୧୩

କଳାହାଣ୍ଡି- ୧୧

ନବରଂଗପୁର- ୦୪

ବ୍ରହ୍ମପୁର- ୧୧

ଏହି ନିର୍ବାଚନ ମଣ୍ଡଳିରେ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ଆଜି ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ ଚୁଡାନ୍ତ ତାଲିକା ପ୍ରକାଶ କରାଯିବ। ଏହାପରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୯ ଏପ୍ରିଲ। ଏହାପରେ ଜଣାପଡିବ ଓଡିଶାର ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ମଇଦାନରେ କେତେ ପ୍ରାର୍ଥି ପ୍ରତିଦ୍ବନ୍ଦିତା କରିବେ।

odishaelection2024 ଓଡିଶା ନିର୍ବାଚନ 2024 ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରାର୍ଥୀପତ୍ର ଦାଖଲ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱାଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 27, 2026

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ଝାନ୍ସୀ–ଖୋର୍ଦ୍ଧା ରୋଡ୍ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ସେବାର ସମ୍ପ୍ରସାରଣ

August 27, 2026
Latest News

ଦ୍ୱାଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 27, 2026

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

August 27, 2026

ଆମେରିକାରେ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: X ଆକାଉଣ୍ଟ ସସପେଣ୍ଡ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.