ବାଣପୁର ବ୍ଲକ ପରିସରରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଶୁଭାରମ୍ଭ

Published: Sep 15, 2024, 6:52 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଶୁଭାରମ୍ଭ ହୋଇଅଛି। ଉକ୍ତ ପଦଯାତ୍ରାକୁ ପୁରୀ ସାଂସଦ ସମ୍ବିତ ପାତ୍ର, ଓଡ଼ିଶା କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ମିଳିତ ଭାବେ ପତାକା ଦେଖାଇ ଉଦଘାଟନ କରିଛନ୍ତି।

ଉକ୍ତ ପଦଯାତ୍ରାରେ ଶତାଧିକ ମହିଳା ମାନେ ସାମିଲ ହୋଇଥିଲେ। ପଦଯାତ୍ରା ଟି ବ୍ଲକ ସମ୍ମୁଖରୁ ବାହାରି ସହର ପରିକ୍ରମା କରି କୃତିବାସ ଭବନ ଠାରେ ଶେଷ ହୋଇଥିଲା।  ଏହାପରେ କୃତିବାସ ଭବନ ଠାରେ ଏକ ମେଗା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି ପଦ୍ମନାଭ ଦୋରା ଏବଂ ଅନ୍ୟ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ।

ଅନୁରୂପ ଭାବେ ଚିଲିକା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ସମାନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରାକୁ ପୂର୍ବତନ ବିଧାୟକ ଡା ବିଭୁତିଭୂଷଣ ହରିଚନ୍ଦନ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ସମୟରେ ଚିଲିକା ବିଡ଼ିଓ ହଳଧର ଶବର ଏବଂ ଅନ୍ୟ ସରକାରୀ ଅଧିକାରମାନେ ଉପସ୍ଥିତ ଥିଲେ।

Related posts