Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଏବଂ ଡିଜନି ମଧ୍ୟରେ ମିଳିତ ଉଦ୍ୟୋଗ କାରବାର ସମ୍ପୂର୍ଣ୍ଣ ହୋଇଥିବା ଘୋଷଣା
ଆଜିର ଖବର

ରିଲାଏନ୍ସ ଏବଂ ଡିଜନି ମଧ୍ୟରେ ମିଳିତ ଉଦ୍ୟୋଗ କାରବାର ସମ୍ପୂର୍ଣ୍ଣ ହୋଇଥିବା ଘୋଷଣା

November 16, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଭାୟାକମ୍ ଏଇଟିନ ମିଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ୱାଲ୍ଟ ଡିଜନି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ ଭାୟାକମ୍ ଏଇଟିନର ମିଡିଆ ଏବଂ ଜିଓ ସିନେମା ବ୍ୟବସାୟର ଷ୍ଟାର୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ମିଶ୍ରଣ ସମାପ୍ତ ହୋଇଛି। ଏନସିଏଲଟି ମୁମ୍ବାଇ, ସିସିଆଇ ଏବଂ ଅନ୍ୟାନ୍ୟ ନିୟାମକ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ଏହି ଘୋଷଣା କରାଯାଇଛି। ଏହା ସହିତ ରିଲାଏନ୍ସ ଏହି ମିଳିତ ଉଦ୍ୟୋଗରେ, ୧୧,୫୦୦ କୋଟି ଟଙ୍କା ନିବେଶ କରିଛି। ମିଳିତ ଉଦ୍ୟୋଗ ପକ୍ଷରୁ ଭାୟାକମ ୧୮ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ସେୟାର ଆବଣ୍ଟିତ କରାଯାଇଛି।

ଏହି କାରବାରରେ ପୋଷ୍ଟ-ମନି ଆଧାରରେ ମିଳିତ ଉଦ୍ୟୋଗର ମୂଲ୍ୟ ୭୦,୩୫୨ କୋଟି ଟଙ୍କା (୮.୫ ବିଲିୟନ ଡଲାର) ଭାବେ ଗ୍ରହଣ କରାଯାଇଛି। ମିଳିତ ଉଦ୍ୟୋଗରେ ଆରଆଇଏଲର ନିୟନ୍ତ୍ରଣ ରହିବ । ଏଥିରେ, ଆରଆଇଏଲ ର ୧୬.୩୪%, ଭାୟାକମ ୧୮ ର ୪୬.୮୨% ଏବଂ ଡିଜନି ର ୩୬.୮୪% ଭାଗିଦାରୀ ରହିବ।

ମିଳିତ ଉଦ୍ୟୋଗର ଚେୟାରପର୍ସନ ନୀତା ଏମ. ଅମ୍ବାନୀ ରହିଥିବାବେଳେ ଉଦୟ ଶଙ୍କରଙ୍କୁ ରଣନୀତିକ ମାର୍ଗଦର୍ଶନ ପାଇଁ ମିଳିତ ଉଦ୍ୟୋଗର ଉପାଧ୍ୟକ୍ଷ କରାଯାଇଛି।

ଏହି ମିଳିତ ଉଦ୍ୟୋଗରେ ଭାରତର ଟିଭି ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ ସବୁଠାରୁ ପ୍ରତିଷ୍ଠିତ ଏବଂ ଆକର୍ଷଣୀୟ ମିଡିଆ ବ୍ରାଣ୍ଡ ସମୂହ ରହିଛି। ଟିଭି ଚ୍ୟାନେଲ ‘ଷ୍ଟାର’ ଏବଂ ‘କଲର୍ସ’ ବ୍ୟତୀତ ଡିଜିଟାଲ୍ ପ୍ଲାଟଫର୍ମରେ ‘ଜିଓ ସିନେମା’ ଏବଂ ‘ହଟଷ୍ଟା’ର୍ ଦର୍ଶକଙ୍କୁ ମନୋରଞ୍ଜନ ଏବଂ କ୍ରୀଡା ସମ୍ବନ୍ଧୀୟ ବିଷୟବସ୍ତୁର ଏକ ବ୍ୟାପକ ପସନ୍ଦ ପ୍ରଦାନ କରିବ।

ଏହି ମିଳିତ ଉଦ୍ୟୋଗ ଭାରତର ଅନ୍ୟତମ ବୃହତ୍ତମ ମିଡିଆ ଏବଂ ମନୋରଞ୍ଜନ କମ୍ପାନୀ ହେବ ଯାହାର ମାର୍ଚ୍ଚ ୨୦୨୪ ରେ ଶେଷ ହୋଇଥିବା ଆର୍ôଥକ ବର୍ଷରେ ପ୍ରୋ-ଫର୍ମା ମିଳିତ ଆୟ ପ୍ରାୟ ୨୬,୦୦୦ କୋଟି ଟଙ୍କା ରହିଥିଲା। ମିଳିତ ଉଦ୍ୟୋଗ ୧୦୦ ରୁ ଅଧିକ ଟିଭି ଚ୍ୟାନେଲ ପରିଚାଳନା କରୁଥିବା ବେଳେ ବାର୍ଷିକ ୩୦,୦୦୦ ଘଣ୍ଟାରୁ ଅଧିକ ଟିଭି ମନୋରଞ୍ଜନ ବିଷୟବସ୍ତୁ ପ୍ରସ୍ତୁତ କରିଥାଏ। ଜିଓସିନେମା ଏବଂ ହଟଷ୍ଟାର ଡିଜିଟାଲ୍ ପ୍ଲାଟଫର୍ମର ମୋଟ ସବସ୍କ୍ରିପସନ ସଂଖ୍ୟା ୫ କୋଟିରୁ ଅଧିକ ରହିଛି। ମିଳିତ ଉଦ୍ୟୋଗ ନିକଟରେ କ୍ରିକେଟ୍‌, ଫୁଟବଲ୍ ଏବଂ ଅନ୍ୟ କ୍ରୀଡାରେ କ୍ରୀଡ଼ା ଅଧିକାରର ଏକ ବୃହତ ପୋର୍ଟଫୋଲିଓ ରହିଛି।

୨୭ ଅଗଷ୍ଟ ୨୦୨୪ ରେ ସିସିଆଇ ଏହି କାରବାରକୁ ଅନୁମୋଦନ ପ୍ରଦାନ କରିଥିଲା। ସିସିଆଇ ବ୍ୟତୀତ ୟୁରୋପୀୟ ୟୁନିଅନ୍‌, ଚୀନ୍‌, ତୁର୍କୀ, ଦକ୍ଷିଣ କୋରିଆ ଏବଂ ୟୁକ୍ରେନର ଏଣ୍ଟି-ଟ୍ରଷ୍ଟ ଅଧିକାରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି।

ମିଳିତ ଉଦ୍ୟୋଗ ସମ୍ବନ୍ଧରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀ କହିଛନ୍ତି, “ଏହି ମିଳିତ ଉଦ୍ୟୋଗ ଗଠନ ହେବା ସହିତ ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ଏକ ପରିବର୍ତ୍ତନକାରୀ ଯୁଗରେ ପ୍ରବେଶ କରୁଛି। ଡିଜନି ସହିତ ଆମର ସମ୍ପର୍କ ବ୍ୟତୀତ, ଆମର ଗଭୀର ସୃଜନଶୀଳ ଅଭିଜ୍ଞତା ଏବଂ ଭାରତୀୟ ଗ୍ରାହକଙ୍କୁ ଜାଣିବାରେ ଆମର ଅଭିଜ୍ଞତା ଭାରତୀୟ ଦର୍ଶକଙ୍କ ପାଇଁ ସୁଲଭ ମୂଲ୍ୟରେ ପରିପୂର୍ଣ୍ଣ ବିଷୟବସ୍ତୁ ସୁନିଶ୍ଚିତ କରିବ। ମିଳିତ ଉଦ୍ୟୋଗର ଭବିଷ୍ୟତକୁ ନେଇ ମୁଁ ବେଶ ଉତ୍ସାହିତ ଏବଂ ଏହାର ସଫଳତା କାମନା କରୁଛି।”

ୱାଲ୍ଟ ଡିଜନି ସିଇଓ ରବର୍ଟ ଏ. ଇଗର୍ କହିଛନ୍ତି, “ଏହା ଆମ ସହିତ ଭାରତର ଗ୍ରାହକମାନଙ୍କ ପାଇଁ ଏକ ରୋମାଞ୍ଚକ ମୁହୂର୍ତ୍ତ, କାରଣ ଏହି ମିଳିତ ଉଦ୍ୟୋଗ ମାଧ୍ୟମରେ ଆମେ ଦେଶରେ ଅନ୍ୟତମ ପ୍ରମୁଖ ମନୋରଞ୍ଜନ ସଂସ୍ଥା ସୃଷ୍ଟି କରୁଛୁ। ରିଲାଏନ୍ସ ସହିତ ମିଳିତ ଭାବରେ ଆମେ ଏହି ଗୁରୁତ୍ତ୍ୱପୂର୍ଣ୍ଣ ମିଡ଼ିଆ କ୍ଷେତ୍ରରେ ଦର୍ଶକଙ୍କୁ ମନୋରଞ୍ଜନ, କ୍ରୀଡା ବିଷୟବସ୍ତୁ ଏବଂ ଡିଜିଟାଲ୍ ସେବାଗୁଡିକର ଆହୁରି ଅଧିକ ଶକ୍ତିଶାଳୀ ପୋର୍ଟଫୋଲିଓ ପ୍ରଦାନ କରିବୁ।”

ବୋଧି ଟ୍ରି ସିଷ୍ଟମର ସହ-ପ୍ରତିଷ୍ଠାତା ଉଦୟ ଶଙ୍କର କହିଛନ୍ତି, “ଭାରତରେ ମିଡିଆ ଏବଂ ମନୋରଞ୍ଜନ ଶିଳ୍ପରେ ପରିବର୍ତ୍ତନ ଆଣିବାର ଏହି ଯାତ୍ରାରେ ଭାଗିଦାର ହୋଇ ଜେମ୍ସ ଓ ମୁଁ ବେଶ ଉତ୍ସାହିତ ଅଛୁ। ସୃଜନଶୀଳତା, ପରିବର୍ତ୍ତନ ତଥା ନୂତନ ଯୁଗର ଗ୍ରାହକଙ୍କୁ ଅଭୁତପୁର୍ବ ସ୍ତରର ଅନୁଭବ ପ୍ରଦାନ କରିବ ପାଇଁ ଆମେ ପ୍ରତିବଦ୍ଧ। ମିଳିତ ଭାବରେ ଭାରତର ସର୍ବବୃହତ ସମନ୍ୱିତ ମିଡିଆ ପ୍ଲାଟଫର୍ମ ନିର୍ମାଣ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ଯାହା ଅଭିନବ ତଥା ରୋମାଞ୍ଚକ ଉପାୟରେ ଅପୂର୍ବ ଅନୁଭୂତି ପ୍ରଦାନ କରିବ।”

ଏହି ମିଳିତ ଉଦ୍ୟୋଗରେ ତିନିଜଣ ସିଇଓ ନେତୃତ୍ୱ ନେବେ। କେଭିନ୍ ୱାଜ୍ ସମସ୍ତ ପ୍ଲାଟଫର୍ମରେ ମନୋରଞ୍ଜନ ସଂଗଠନର ନେତୃତ୍ୱ ନେବେ। ମିଳିତ ଡିଜିଟାଲ ସଂଗଠନର ଦାୟିତ୍ୱ କିରଣ ମଣି ଗ୍ରହଣ କରିବେ। ସଂଯୋଗ ଗୁପ୍ତା ମିଳିତ କ୍ରୀଡ଼ା ସଂଗଠନର ନେତୃତ୍ୱ ନେବେ। ମିଳିତ ଭାବେ ସେମାନେ ଶିଳ୍ପରେ ନୂତନ ମାନଦଣ୍ଡ ସ୍ଥିର କରିବେ।

ଏକ ପୃଥକ କାରବାରରେ, ଆରଆଇଏଲ ଭାୟାକମ୍ ୧୮ ରେ ପାରାମାଉଣ୍ଟ୍ ଗ୍ଲୋବାଲର ୧୩.୦୧% ଅଂଶଧନ ୪,୨୮୬ କୋଟି ଟଙ୍କାରେ କିଣିଛି। ଫଳସ୍ୱରୂପ, ଭାୟାକମ ୧୮ ର ମାଲିକାନା ଭାବରେ ବର୍ତ୍ତମାନ ଆରଆଇଏଲ ନିକଟରେ ୭୦.୪୯%, ନେଟୱାର୍କ ୧୮ ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ ନିକଟରେ ୧୩.୫୪% ଏବଂ ବୋଧି ଟ୍ରି ସିଷ୍ଟମ୍ସ ନିକଟରେ ୧୫.୯୭% ରହିବ।

ଜିଓ ସିନେମା ଡିଜନି ନୀତା ଏମ. ଅମ୍ବାନୀ ଭାୟାକମ୍ ରିଲାଏନ୍ସ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଷ୍ଟାର୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ

August 19, 2025

ମିସ୍ ୟୁନିଭର୍ସ ଇଣ୍ଡିଆ 2025 ଟାଇଟଲ୍ ଜିତିଲେ ମନିକା ବିଶ୍ୱକର୍ମା: ଜାଣନ୍ତୁ ସେ କିଏ?

August 19, 2025

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025
Latest News

୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ

August 19, 2025

ମିସ୍ ୟୁନିଭର୍ସ ଇଣ୍ଡିଆ 2025 ଟାଇଟଲ୍ ଜିତିଲେ ମନିକା ବିଶ୍ୱକର୍ମା: ଜାଣନ୍ତୁ ସେ କିଏ?

August 19, 2025

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.