Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଆସିଲେ ମହାରାଷ୍ଟ୍ରର ୫୦ ଜଣ ଛାତ୍ରଛାତ୍ରୀ, ମହାରାଷ୍ଟ୍ର ମଧ୍ୟ ଗଲେ ଓଡିଶା ଛାତ୍ରଛାତ୍ରୀ
ଆଜିର ଖବର

ଓଡିଶା ଆସିଲେ ମହାରାଷ୍ଟ୍ରର ୫୦ ଜଣ ଛାତ୍ରଛାତ୍ରୀ, ମହାରାଷ୍ଟ୍ର ମଧ୍ୟ ଗଲେ ଓଡିଶା ଛାତ୍ରଛାତ୍ରୀ

November 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଆସିଲେ ମହାରାଷ୍ଟ୍ରର ୫୦ ଜଣ ଛାତ୍ରଛାତ୍ରୀ, ମହାରାଷ୍ଟ୍ର ମଧ୍ୟ ଗଲେ ଓଡିଶା ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଇଆଇଟି ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ୫୦ ଜଣ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧୀ ଦଳ ଏକ ଭାରତ ଶ୍ରେଷ୍ଠ ଭାରତ ଅନ୍ତର୍ଗତଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧୀନରେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛନ୍ତି।

ଓଡିଶାର ନୋଡାଲ୍ ପ୍ରତିଷ୍ଠାନ ଆଇଆଇଟି ଭୁବନେଶ୍ୱର ହୋଇଥିବାବେଳେ ମହାରାଷ୍ଟ୍ରର ନୋଡାଲ୍ ପ୍ରତିଷ୍ଠାନ ହେଉଛି ଆଇଆଇଏମ୍, ମୁମ୍ବାଇ। ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ଦ୍ୱାରା ମିଳିତ ଭାବେ ଏକ ସ୍ୱତନ୍ତ୍ର ସମାରୋହରେ ଛାତ୍ରଛାତ୍ରୀ ପ୍ରତିନିଧୀଙ୍କ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଥିଲା।

ସେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ,ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରାଜେଶ ରୋଶନ ଦାଶ, ଡିନ୍ (ଛାତ୍ର ବ୍ୟାପାର), ଶ୍ରୀ ବାମଦେବ ଆଚାର୍ଯ୍ୟ, ରେଜିଷ୍ଟ୍ରାର, ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପକବୃନ୍ଦ ତଥା ଅନୁଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ।ପ୍ରତିନିଧୀମାନେ ୨୯ ନଭେମ୍ବରରେ ମହାରାଷ୍ଟ୍ରରେ ପହଞ୍ଚିବେ ଏବଂ ସେମାନଙ୍କର ଯାତ୍ରା ୩ ଡିସେମ୍ବରରେ ଶେଷ ହେବ। ସେମାନଙ୍କ ସହିତ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଏବଂ କର୍ମଚାରୀମାନେ ମଧ୍ୟ ଅଛନ୍ତି।

ଏହି ଗସ୍ତ ସମୟରେ ଓଡିଶାର ଛାତ୍ରମାନେ ମହାରାଷ୍ଟ୍ରର ମାନ୍ୟବର ରାଜ୍ୟପାଳଙ୍କ ସହ ସାକ୍ଷାତ କରିବେ। ସେମାନେ ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟ, ଏସିଆଟିକ୍ ଲାଇବ୍ରେରୀ, ମଣି ଭବନ, ନରିମାନ ପଏଣ୍ଟ ପରିଦର୍ଶନ କରିବେ। ସେମାନେ କାନେରୀ ଗୁମ୍ଫା (ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ) ଏବଂ ଫିଲ୍ମ ସିଟି ପରିଦର୍ଶନ କରିବେ ।

ସେମାନଙ୍କର ଏହି ଯାତ୍ରାରେ ଆଇଡ଼ିସି (ଆଇଆଇଟି ମୁମ୍ବାଇ) ଏବଂ ଗୋଡ୍ରେଜ୍ ସଂଗ୍ରହାଳୟ ପରିଦର୍ଶନ ମଧ୍ୟ ଅନ୍ତର୍ଭୁକ୍ତ ହେବ | ଏହି ପରିଦର୍ଶନଗୁଡିକ ପାଞ୍ଚଟି ବ୍ୟାପକ କ୍ଷେତ୍ର – ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ପରସ୍ପର ସମ୍ପର୍କ ଏବଂ ପ୍ରଦ୍ୟୋଗିକ ଅଧୀନରେ ଆୟୋଜିତ ହୋଇଛି।

ଏହି କାର୍ଯ୍ୟକ୍ରମର ଅଂଶ ଭାବରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରରୁ ୫୦ ଜଣ ଛାତ୍ର ଛାତ୍ରୀ ମଧ୍ୟ ଭ୍ବନେଶ୍ୱରରେ ପହଞ୍ଚିଥିଲେ। ସେମାନଙ୍କର ରହଣୀ ଅବସରରେ ସେମାନେ ଓଡ଼ିଶାର ଗଭର୍ଣ୍ଣର ହାଉସ (ରାଜ ଭବନ); ଭୁବନେଶ୍ୱର ଓ ଏହାର ଆଖପାଖରେ ବିଭିନ୍ନ ଶିଳ୍ପସଂସ୍ଥା ଓ କର୍ପୋରେଟ ହାଉସ, ପୁରୀ, କୋଣାର୍କ, ରଘୁରାଜପୁର, ରେଭେନ୍ସା ବିଶ୍ଵବିଦ୍ୟାଳୟ, ମେରିଟାଇମ୍ ମ୍ୟୁଜୀୟମ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସସ୍ଥାନ, ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି, ଧଉଳିଗିରି, ଆଦିବାସୀ ମ୍ୟୁଜୀୟମ୍, ଚନ୍ଦ୍ରଭାଗା ବେଳାଭୂମି ଆଦି ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଚିଲିକା ହ୍ରଦ, କଳିଙ୍ଗ ଷ୍ଟାଡିୟମ୍ ଆଦି ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବେ।

ସେମାନେ ମଧ୍ୟ ଆଇଆଇଟି ଭୁବନେଶ୍ୱର ଦ୍ଵାରା ପୋଷ୍ୟ ଗ୍ରହଣ କରାଯାଇଥିବା ଗ୍ରାମଗୁଡିକ ଗସ୍ତକରି ଇନଷ୍ଟିଚ୍ୟୁଟ ଅଧୀନରେ ସୃଷ୍ଟି ଷ୍ଟାର୍ଟ ଅପ୍ ଗୁଡ଼ିକ ସହିତ ଭାବ ବିନିମୟ କରିବେ।

ଆଇଆଇଟି ଭୁବନେଶ୍ୱର ଛାତ୍ରଛାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.