Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାଗଡ଼ରେ ବିହନ ସଂରକ୍ଷଣ ମେଳା ଅନୁଷ୍ଠିତ
ଆଜିର ଖବର

ନୟାଗଡ଼ରେ ବିହନ ସଂରକ୍ଷଣ ମେଳା ଅନୁଷ୍ଠିତ

November 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼: ଦଶପଲ୍ଲାର ଆଦିବାସୀ ଗାଁ ରାଇସରରେ ୧୨ ଆଦିବାସୀ ପରିବାର ୬୫ଟି ଭିନ୍ନ ରକମର ଗୋଷ୍ଠୀ ବିହନ ସଂରକ୍ଷଣ କରି ରଖିଛନ୍ତି। ଭାରତୀୟ ଉଦ୍ଭିଦ ବିହନ ସଂରକ୍ଷଣ ପ୍ରାଧିକରଣର ଅଧ୍ୟକ୍ଷ ଡ଼.ତ୍ରିଲୋଚନ ମହାପାତ୍ର, ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟର ଅଧ୍ୟକ୍ଷ ଡ଼. ପ୍ରସନ୍ନଜିତ ମିଶ୍ର,କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରର ଫସଲ ଉତ୍ପାଦନ ବିଭାଗ ମୁଖ୍ୟ ଡ଼.ପ୍ରତାପ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ, ନୟାଗଡ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼.ଅନୀଲ କୁମାର ସ୍ବାଇଁ ପ୍ରମୁଖ ଏହି ସ୍ଥାନକୁ ଆସି ବିଭିନ୍ନ ପ୍ରକାର ଧାନ ସଂରକ୍ଷଣ କରି ରଖିଥିବା ଦେଖିଥିଲେ।

ଏହା ପରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ନିର୍ମାଣ ଦ୍ବାରା ଆୟୋଜିତ ଦଶପଲ୍ଲା ଦୁର୍ଗାବଜାର କଲୋନୀଠାରେ ପୁରାତନ ଧାନ, ମାଣ୍ଡିଆ, ବିରି, ମୁଗ ପ୍ରଭୃତିର ପ୍ରଦର୍ଶନୀ ମଣ୍ଡପ ଓ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ମଣ୍ଡପ ପରିଦର୍ଶନ କରି ଅଧିକାରୀମାନେ ସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ଗୋଷ୍ଠୀ ବିହନ ମେଳା-୨୦୨୪ର ସାରସ୍ବତ ଉତ୍ସବରେ ମୁଖ୍ୟ ଅତିଥି ଭାରତୀୟ ଉଦ୍ଭିଦ ବିହନ ସଂରକ୍ଷଣ ପ୍ରାଧିକରଣର ଅଧ୍ୟକ୍ଷ ଡ଼.ତ୍ରିଲୋଚନ ମହାପାତ୍ର ପ୍ରଗତି ଓ ପ୍ରକୃତିକୁ ସାଙ୍ଗରେ ଧରି ଜୈବିକ ପ୍ରଣାଳୀରେ ଲୋପ ପାଇ ଯାଉଥିବା ବିହନ ସଂରକ୍ଷଣ କରିଥିବା ଆଦିବାସୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ। ଏହାସହ ପରବର୍ତ୍ତୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ପାଇଁ ଏହା ଅଭିନବ ପ୍ରୟାସ ବୋଲି ପ୍ରକାଶ କରିଥିଲେ।

ଉତ୍ପାଦିତ ବିହନକୁ ସରକାରୀ ସ୍ତରରେ ସ୍ବୀକୃତି ପ୍ରଦାନ ନିମନ୍ତେ ପ୍ରକାଶ କରିଥିଲେ। ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟର ଅଧ୍ୟକ୍ଷ ଡ଼. ପ୍ରସନ୍ନଜିତ ମିଶ୍ର ସଂରକ୍ଷିତ ଧାନ ଓ ରବି ଫସଲକୁ ବୈଜ୍ଞାନିକ ପିଦ୍ଧତିରେ ରଖାଯାଇ ବିକ୍ରୟ କରାଯିବାକୁ ପରାମର୍ଶ ଦେଇଥିଲେ।

ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ସାଂସଦଙ୍କ ପ୍ରତିନିଧି କିଶୋରଚନ୍ଦ୍ର ଦଳବେହେରା, ନିର୍ମାଣର ନିର୍ଦେଶକ ପ୍ରଶାନ୍ତ ମହାନ୍ତି, ଜିଲା ପ୍ରକଳ୍ପ ସଂଯୋଜକ (ମିଶନ ଶକ୍ତି) ସାସ୍ବତ ସାହୁ, ପ୍ରୋଗ୍ରାମ ଉପଦେଷ୍ଟା ପ୍ରମୋଦ ପ୍ରଧାନ, ଦଶପଲ୍ଲା କୃଷି ଜିଲା ଅଧିକାରୀ ଗୌରୀଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଆଦିବାସୀ ମହିଳାମାନେ ଧାନ କଳସ ଶୋଭାଯାତ୍ରା କରିଥିଲେ।

ଆଦିବାସୀ ପରିବାର ଦଶପଲ୍ଲା ନୟାଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜର ସମ୍ପୂର୍ଣ୍ଣ ସୂଚୀ, ଜାଣନ୍ତୁ କେବେ ଏବଂ କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

January 2, 2026

ଡିସେମ୍ବର 2025 ରେ 212 କୋଚ୍ ତିଆରି କରି ରେକର୍ଡ ସ୍ଥାପନ କଲା MCF ରାୟବରେଲି

January 2, 2026

ବିଏମସି ନିର୍ବାଚନ: କଂଗ୍ରେସକୁ ବଡ଼ ଝଟକା, ଏହି ଦୁଇ ନେତା ସହ ବିଜେପିରେ ଯୋଗ ଦେଲେ ଶତାଧିକ କର୍ମୀ

January 2, 2026

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ମୃତକଙ୍କ ପରିଚୟ ଖୋଜୁଛି ପୋଲିସ

January 2, 2026
Latest News

ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜର ସମ୍ପୂର୍ଣ୍ଣ ସୂଚୀ, ଜାଣନ୍ତୁ କେବେ ଏବଂ କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

January 2, 2026

ଡିସେମ୍ବର 2025 ରେ 212 କୋଚ୍ ତିଆରି କରି ରେକର୍ଡ ସ୍ଥାପନ କଲା MCF ରାୟବରେଲି

January 2, 2026

ଇଭିଏମ୍ ଉପରେ ବିଶ୍ୱାସ କରନ୍ତି କି କର୍ଣ୍ଣାଟକ ଲୋକ?: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

January 2, 2026

ପାକିସ୍ତାନରୁ ଜୟଶଙ୍କରଙ୍କୁ ଖୋଲା ଚିଠି: ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଲେ ଏହି ନେତା

January 2, 2026

ବିଏମସି ନିର୍ବାଚନ: କଂଗ୍ରେସକୁ ବଡ଼ ଝଟକା, ଏହି ଦୁଇ ନେତା ସହ ବିଜେପିରେ ଯୋଗ ଦେଲେ ଶତାଧିକ କର୍ମୀ

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.