Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମାଟ୍ରିକ ଏବଂ +୨ ପରୀକ୍ଷା ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ବୈଠକ, ନେଲେ ଏହି ନିଷ୍ପତି
ରାଜ୍ୟ ଖବର

ମାଟ୍ରିକ ଏବଂ +୨ ପରୀକ୍ଷା ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ବୈଠକ, ନେଲେ ଏହି ନିଷ୍ପତି

February 5, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Matric34
ମାଟ୍ରିକ ଏବଂ +୨ ପରୀକ୍ଷା ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ବୈଠକ, ନେଲେ ଏହି ନିଷ୍ପତି

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଉଚ୍ଚମାଧ୍ୟମିକ ପରୀକ୍ଷା-୨୦୨୫ ଯଥା +୨ କଳା, ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା (ଭୋକେସନାଲ) ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍‌ (୧୦ମ)  ପରୀକ୍ଷା-୨୦୨୫ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁ​ଷ୍ଠିତ ହୋଇଯାଇଛି।

ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ସମେତ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ତଥା ସଂପୃକ୍ତ  ଅନ୍ୟ ପଦାଧିକାରୀମାନେ  ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଳ୍ଲା ଶିକ୍ଷା ଅଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।

ବୈଠକରୁ ଜଣାଯାଇଛି ଯେ ଚଳିତ ବର୍ଷ ଯୁକ୍ତ ୨ କଳାରେ ୨,୪୭,୩୯୧ ଜଣ,  ବିଜ୍ଞାନରେ ୧,୧୪,୯୮୦ ଜଣ,   ବାଣିଜ୍ୟ​‌ରେ ୨୫,୫୨୬, ଧନ୍ଦାମୂଳକ ପରୀକ୍ଷାରେ ୫,୭୨୧ ଏହିପରି ମୋଟ ୩,୯୩,୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଫେବୃଆରୀ ୧୮ ରୁ ୨୭ ମାର୍ଚ୍ଚ  ପର୍ଯ୍ୟନ୍ତ ଏହି ପରୀକ୍ଷା  ଅନୁଷ୍ଠିତ ହେବ। ଏଥି ପାଇଁ ୨୦୫ ଟି ପରୀକ୍ଷା ପରିଚାଳନା ହବ କାର୍ଯ୍ୟକାରୀ  ପୂର୍ବକ  ୧୨୭୬ କେନ୍ଦ୍ରରେ ପରୀକ୍ଷା  ଅନୁଷ୍ଠିତ ହେବ।

ସେହିପରି ମାର୍ଟିକ ପରୀକ୍ଷାରେ ୫,୧୦,୭୭୮, ରାଜ୍ୟମୁକ୍ତ ବିଦ୍ୟାଳୟ ପରୀକ୍ଷା​‌ରେ ୭,୭୬୬, ମଧ୍ୟମାରେ ୩୭୯୨ ଏହିପରି ମୋଟ ୫,୨୨,୩୩୬ ଜଣ  ଛାତ୍ରଛାତ୍ରୀ  ପରୀକ୍ଷା ଦେବେ। ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା  ୨୯୭୯ ଟି କେନ୍ଦ୍ରରେ ହେବାକୁ ଥିବା ବେଳେ ଅନ୍ୟା ପରୀକ୍ଷାକୁ  ମିଶାଇ ମୋଟ ୩୧୩୩ ଟି କେନ୍ଦ୍ରରେ ପରୀକ୍ଷା ହେବ। ୨୧ ଫେବୃୟାରୀରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ।

ଉଭୟ +୨ ଏବଂ ମାଟ୍ରିକ୍ ପରୀକ୍ଷାକୁ ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବା ନେଇ  ବ୍ୟାପକ ପ୍ରସ୍ତୁତି ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ଜିଲ୍ଲା  ପ୍ରସାଶନ ସହ ପୁଲିସ ପ୍ରଶାସନର ସମନ୍ୱୟରେ କିପରି ପରୀକ୍ଷା  ପରିଚାଳନା ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ, ସେଥିନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପୋଲିସ ମୁତୟନ ଏବଂ  ସିସିଟିଭି ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ଏହି ପରୀକ୍ଷାକୁ ଅଧିକ ପ୍ରଯତ୍ନର ସହ ଭଲ ଭାବରେ ଅନୁଷ୍ଠିତ କରାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି । ପରୀକ୍ଷା ପରିଚାଳନା ପାଇଁ  ଯେଉଁ ବ୍ୟବସ୍ଥା ବା ପ୍ରୋଟୋକଲ ରହିଛି, ସେହି ଅନୁସାରେ ସମସ୍ତେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ବି ଯେପରି ପ୍ରଶ୍ନପତ୍ର ଲିକ୍  ଭଳି ଗୁରୁତର ତ୍ରୁଟି ନ ହୁଏ, ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ।

ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଉପରେ କଟକଣା ଲଗାଯାଇଛି। ଜିଲ୍ଲାରେ ପରୀକ୍ଷା ପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳ ପାହ୍ୟାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ  ନୋଡାଲ ଅଧିକାରୀ ରହିବେ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ଜିଲ୍ଲାପାଳମାନେ ପରୀକ୍ଷା ପରିଚାଳନା ପ୍ରୋଟୋକଲ ଅନୁସାରେ କରାଯାଉଛି କି ନାହିଁ,  ସେ ସଂପର୍କରେ ତଦାରଖ ଓ ସମୀକ୍ଷା କରିବେ।

ସେହିପରି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ଶିକ୍ଷା ପରିଷଦ କର୍ତ୍ତୃପକ୍ଷମାନଙ୍କୁ  ନିଜ ନିଜ ସ୍ତରରେ ନିୟମିତ ସମୀକ୍ଷା କରି ପରୀକ୍ଷା ପରିଚାଳନା ଯେପରି ନିର୍ଭୁଲ ଓ ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ, ସେଥିପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ଆବଶ୍ୟକ  ନିର୍ଦ୍ଦେଶ  ଓ ପରାମର୍ଶ ଦିଆଯାଇଛି।

ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ପଣ୍ଡିତ ବିଗତ ବର୍ଷରେ ପରୀକ୍ଷା ପରିଚାଳନା ଅଭିଜ୍ଞତାକୁ ପାଥେୟ କରି ତଦନୁସାରେ ପ୍ରସ୍ତୁତି ପୂର୍ବକ ଏ ବର୍ଷର ଉଭୟ ଯୁକ୍ତ ଦୁଇ ଏବଂ ମାଟ୍ରିକ୍ ପରୀକ୍ଷା ଭଲ ଭାବରେ ଅନୁଷ୍ଠିତ ହେବା ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

+2 ପରୀକ୍ଷା examination matric ପରୀକ୍ଷା ମାଟ୍ରିକ ପରୀକ୍ଷା ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ରାଜଧାନୀରେ ସିରିଜ ଦୁର୍ଘଟଣା

April 24, 2026
Latest News

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.