Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁଏଇରେ ମଧ୍ୟ ବିକ୍ରି ହେବ ରିଲାଏନ୍ସର କାମ୍ପା: ଏଗଥିଆ ଗ୍ରୁପ୍ ସହିତ ସହଭାଗିତା
ଆଜିର ଖବର

ୟୁଏଇରେ ମଧ୍ୟ ବିକ୍ରି ହେବ ରିଲାଏନ୍ସର କାମ୍ପା: ଏଗଥିଆ ଗ୍ରୁପ୍ ସହିତ ସହଭାଗିତା

February 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁବାଇ, ୟୁଏଇ / ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ୟୁଏଇରେ କାମ୍ପା ବ୍ରାଣ୍ଡ ଶୁଭାରମ୍ଭ କରିଛି। ବିଶ୍ୱର ସର୍ବବୃହତ ଖାଦ୍ୟ ଏବଂ ପାନୀୟ ସୋର୍ସିଂ ଇଭେଣ୍ଟ ଗଲ୍ଫୁଡ୍ ରେ ଏହି ଶୁଭାରମ୍ଭ ହୋଇଛି। ୟୁଏଇର ଏଗଥିଆ ଗ୍ରୁପ୍ ସହିତ ସହଭାଗିତାରେ ଏହା ଆରମ୍ଭ କରାଯାଇଛି। ଏଗଥିଆ ଗ୍ରୁପ୍ ୟୁଏଇର ଅନ୍ୟତମ ପ୍ରସିଦ୍ଧ ଖାଦ୍ୟ ଏବଂ ପାନୀୟ କମ୍ପାନୀ।

ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡର ସିଓଓ କେତନ ମୋଦି କହିଛନ୍ତି, “ଆମେ ୫୦ ବର୍ଷରୁ ଅଧିକ ପୁରୁଣା ଭାରତୀୟ ବ୍ରାଣ୍ଡ କାମ୍ପା ସହିତ ୟୁଏଇ ବଜାରରେ ପ୍ରବେଶ କରିବାକୁ ନେଇ ବେଶ ଉତ୍ସାହିତ ରହିଛୁ। ଆମେ ଦୀର୍ଘ ଅବଧି ପାଇଁ ନିବେଶ କରୁଛୁ ଏବଂ ଏହି କ୍ଷେତ୍ରରେ ଦ୍ରୁତ ବିକାଶର ସମ୍ଭାବନା ଦେଖୁଛୁ। ଆମ ପାଖରେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଗୁଣବତ୍ତାର ଉତ୍ପାଦ ପ୍ରଦାନ କରିବାର ଆମର ଟ୍ରକ ରେକର୍ଡ ରହିଛି । କାମ୍ପା କେବଳ ଏକ ପାନୀୟ ନୁହେଁ, ଏହା ଏକ ଐତିହ୍ୟର ପୁନରୁଦ୍ଧାର, ଏହାର ଭାରତର ସ୍ୱାଦ। ଆମେ ନିଶ୍ଚିତ ଯେ ୟୁଏଇ ଗ୍ରାହକମାନେ ଏହାର ସତେଜ ସ୍ୱାଦକୁ ଭଲ ପାଇବେ।”

ସହଭାଗିତା ସମ୍ପର୍କରେ ସୂଚନା ଦେଇ ଏଗଥିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ୍ ସ୍ମିଥ୍ କହିଛନ୍ତି, “କାମ୍ପା କୋଲାକୁ ୟୁଏଇକୁ ଆଣିବା ପାଇଁ ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ସହ ସହଭାଗୀ ହୋଇ ଆମେ ଅତ୍ୟଧିକ ଆନନ୍ଦିତ। ଏହି ଆଇକନିକ୍ ବ୍ରାଣ୍ଡ ଅନେକଙ୍କ ପାଇଁ ପୁରୁଣା ସ୍ମୃତି ଭଳି ଏବଂ ଆମେ ବିଶ୍ୱାସ କରୁଛୁ ଯେ ଏହା ୟୁଏଇର ମହତ୍ତ୍ୱପୂର୍ଣ୍ଣ ଭାରତୀୟ ପ୍ରବାସୀ ସମୁଦାୟ ଓ ସ୍ଥାନୀୟ ଉପଭୋକ୍ତାଙ୍କ ସହିତ ସମାନ ଭାବରେ ସଂଯୁକ୍ତ ହେବ। ଏହି ସହଭାଗିତା ଏଗଥିଆର ବିବିଧ ପାନୀୟ ପୋର୍ଟଫୋଲିଓକୁ ଆହୁରି ସଶକ୍ତ କରିବ। ଆମର ମଜଭୁତ ବିତରଣ ନେଟୱାର୍କ ଓ ବଜାର ବିଶେଷଜ୍ଞତା ସହିତ ଆମେ ୟୁଏଇରେ ଉପଭୋକ୍ତାଙ୍କ ନୂଆ ପିଢ଼ିଙ୍କ ପାଇଁ କାମ୍ପା କୋଲା ପୁଣିଥରେ ଉପଲବ୍ଧ କରିବାକୁ ନେଇ ବେଶ ଉତ୍ସାହିତ ରହିଛୁ।”

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କାମ୍ପା ପୋର୍ଟଫୋଲିଓରେ ପ୍ରଥମେ କାମ୍ପା କୋଲା, କାମ୍ପା ଲେମନ ଓ କାମ୍ପା ଅରେଞ୍ଜ ଏବଂ କୋଲା ଜିରୋ ଉପଲବ୍ଧ ହେବ। ଏହାର ଆକର୍ଷଣୀୟ ଲାଲ ଓ ବାଇଗଣୀ ପ୍ୟାକେଜିଂ ଏବଂ ସୁଲଭ ମୂଲ୍ୟର ପ୍ରତିଶୃତି ସହିତ କାମ୍ପା ୟୁଏଇରେ ସଫଳତାର ଆଉ ଏକ କାହାଣୀ ଲେଖିବାକୁ ଯାଉଛି। ସୂଚନା ଯୋଗ୍ୟ ଯେ ରିଲାଏନ୍ସ ୨୦୨୨ ରେ କାମ୍ପା କୋଲା ଅଧିଗ୍ରହଣ କରିଥିଲା​​ଏବଂ ୨୦୨୩ ରେ ଏହାକୁ ଭାରତରେ ପୁନଃ ପ୍ରଚଳନ କରିଥିଲା।

Campa reliance uae
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.