Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଆ ଚଳଚିତ୍ର ‘ଲାଡ୍ଡୋ’ ର ଗ୍ରାଣ୍ଡ୍ ମହୁରତ ଅନୁଷ୍ଠିତ
ଆଜିର ଖବର

ଓଡିଆ ଚଳଚିତ୍ର ‘ଲାଡ୍ଡୋ’ ର ଗ୍ରାଣ୍ଡ୍ ମହୁରତ ଅନୁଷ୍ଠିତ

February 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଆ ଚଳଚିତ୍ର
ଓଡିଆ ଚଳଚିତ୍ର 'ଲାଡ୍ଡେ 'ର ଗ୍ରାଣ୍ଡ୍ ମହୁରତ ଅନୁଷ୍ଠିତ

ଭୁବନେଶ୍ବର: ସତ୍ୟଭାମା ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲାଡ୍ଡୋ-ମାଟିର ମଣିଷ’ର ଗ୍ରାଣ୍ଡ୍ ମହୁରତ ଅନୁଷ୍ଠିତ ହୋଇଯାଇଛି। ପଟିଆସ୍ଥିତ ସାଇ ମନ୍ଦିର ପରିସରରେ ଆୟୋଜିତ ଏହି ମହୁରତ ପର୍ବର ଅତିଥି ଇ. ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଧାୟକ ଖଣ୍ଡପଡା, ଜଗନ୍ନାଥ ପ୍ରଧାନ, ପ୍ରକାଶ କୁମାର ପଣ୍ଡା ଓ ଯଜ୍ଞାଶିଷ ମହାପାତ୍ର ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରି ସହ ସମ୍ପୃକ୍ତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

‘ଲାଡ୍ଡେ।’ କେବଳ ଏକ ମନୋରଞ୍ଜନ ଧର୍ମୀ ସିନେମା ନୁହେଁ। ଏଥିରେ ସମାଜ ପାଇଁ ବାର୍ତ୍ତା ବି ରହିଛି । ପ୍ରକୃତିକୁ ରକ୍ଷା ପାଇଁ ଜଣେ ପ୍ରକୃତିର ସନ୍ତାନ ବା ମାଟିର ମଣିଷ କେଉଁ ପର୍ଯ୍ୟାୟକୁ ଯାଇପାରେ ତାର ନଜିର ଏଥିରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ଶୁଭମ ସାଗର। ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗ ଧାଡ଼ିର ଓ ସଫଳ ନିର୍ଦ୍ଦେଶକ ସନ୍ତୋଷ ବିଶ୍ୱାଳ।

ବିଜୟ ରାଉଳ ସଂଳାପ ଲେଖିଥିଲା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ସୋମେଶ ଶତପଥୀ। ଡ. ନିର୍ମଳ ନାୟକ ଓ ଜେପି ୱାର୍ଡସ୍ମିଥଙ୍କ ଗୀତରେ କଣ୍ଠଦାନ କରିଛନ୍ତି କୁଲଦୀପ, ଅନନ୍ୟା ଶ୍ରୀତମ ନନ୍ଦ, ଗୌରବ ଆନନ୍ଦ, ଅସୀମା ପଣ୍ଡା ଓ ମଣ୍ଟୁ ଛୁରିଆ। ନୃତ୍ୟ ନିର୍ଦ୍ଦେଶନାରେ ଅଛନ୍ତି ବିଦୁ ସାର। କଳାରେ ଅଜୟ ସୁତାର, ପୋଷାକରେ ବାବୁଲି ଓ ମେକଅପରେ ସମରେଶ ପାଲ ନିଜ ନିଜର ଦାୟିତ୍ୱ ନିର୍ବାହ କରିବେ। କ୍ରି୍ଏଟିଭ ହେଡ ଓ ପ୍ରଚାର ମୁଖ୍ୟ ରହିଛନ୍ତି ହରପ୍ରସାଦ ମହାପାତ୍ର।

ନାୟକ ଭୂମିକାରେ ନଜର ଆସିବେ ଶୁଭମ ସାଗର, ଆଉ ମୁଖ୍ୟ ଖଳନାୟକ ଭୂମିକାରେ ସୁଶାନ୍ତ କୁମାର ନାୟକ। ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଅର୍ଲିନ ଅଙ୍କିତା, ଅଶ୍ରୁ୍ମୋଚନ ମହାନ୍ତି, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, କେକେ, ଉଦିତ ଗୁରୁ, ରାଜଶ୍ରୀ, ଯୋଗେଶ ଜୋଜୋ ଓ ଅର୍ପଣ ମିଶ୍ର। ଶୀର୍ଷକରୁ ଏହା ଏକ ଭିନ୍ନ ଧରଣର ଛବି ବୋଲି ଜଣାପଡୁଛି, ଯାହା ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ। ଏହା ଏକ ବ୍ୟୟ ବହୁଳ ସିନେମା ହୋଇଥିବା ବେଳେ କୌଣସିଥିରେ ଉଣା କରାଯିବନି ବୋଲି ଏହାର ନିର୍ଦ୍ଦେଶକ କହିଛନ୍ତି। ପରିଶେଷରେ ଯେଉଁ ମାନେ ଯୋଗ ଦେଇଥିଲେ ସମସ୍ତଙ୍କୁ ଉତ୍ତରୀୟ ଓ ଚାରା ଗଛ ଦେଇ ସମ୍ମାନିତ କରାଯାଇଥିଲା।

ଓଡିଆ ଚଳଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.