
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିଜକୁ ଜଣେ ଇଡି ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତଥା ଭଞ୍ଜବିହାର କୁଳପତି ଡଃ ଗୀତାଞ୍ଜଳି ଦାସଙ୍କ ଠାରୁ ନଗଦ ୧୪ ଲକ୍ଷ ଟଙ୍କା ଠକି ନେଇଥିବା ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ସାମ୍ବାଦିକ ସମ୍ମୀଳନୀରେ ବିବୃତି ରଖିଛନ୍ତି।
ସୁଚନା ଅନୁଯାୟୀ କୁଳପତି ଡଃ ଗୀତାଞ୍ଜଳି ଦାସଙ୍କୁ ଏକ ଫୋନ ଆସିଥିଲା ଯେ, ଇଡି ବିଭାଗରେ ଆପଣଙ୍କ ନାମରେ ଏକ ଅଭିଯୋଗ ହୋଇଛି ଓ ଉକ୍ତ ଅଭିଯୋଗ ପ୍ରକାରେ ଆପଣଙ୍କୁ ଦଣ୍ଡିତ ହେବାର ସମ୍ଭାବନା ରହିଛି। ତେଣୁ ତୁରନ୍ତ ଆପଣ ଏହାର ସମାଧାନ ପାଇଁ ନିଷ୍ପତ୍ତି ନେବାକୁ ପଡିବ। ଏହି ଭଳି ପରିସ୍ଥିତିରେ ଡଃ ଦାସ ଭୀତତ୍ରସ୍ତ ହୋଇ ତୁରନ୍ତ ସମାଧାନ ପାଇଁ ଇଚ୍ଛା ପ୍ରକଟ କରିଥିଲେ ଓ ସାଇବର ଠକ ଜଣକ ଏଥିପାଇଁ ନଗଦ ୧୪ ଲକ୍ଷ୍ୟ ଟଙ୍କା ଦାବୀ କରିବାପରେ ତତକ୍ଷଣାତ୍ ଡଃ ଦାସ ଦାବୀ ମୁତାବକ ଟଙ୍କା ନିଜ ଆକାଉଣ୍ଟ୍ ରୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ଠକାମୀ ର ଶୀକାର ହୋଇଥିବା ସନ୍ଦେହ କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।