Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେଭି ସିଂହଦେଓଙ୍କ ଘରେ କାହିଁକି ହେଲା ରୁଦ୍ଧଦ୍ବାର ବୈଠକ, ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ହେଲା କି ଆଲୋଚନା !
ବିଶେଷ ଖବର

କେଭି ସିଂହଦେଓଙ୍କ ଘରେ କାହିଁକି ହେଲା ରୁଦ୍ଧଦ୍ବାର ବୈଠକ, ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ହେଲା କି ଆଲୋଚନା !

February 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
KVSinghdeo
କେଭି ସିଂହଦେଓଙ୍କ ଘରେ କାହିଁକି ହେଲା ରୁଦ୍ଧଦ୍ବାର ବୈଠକ, ମନ୍ତ୍ରୀମଣ୍ଡଳ ନେଇ କିଛି ହୋଇଛି କି ଆଲୋଚନା !

ଭୁବନେଶ୍ବର: ଗତକାଲି ମହାଶିବରାତ୍ରି ପାଇଁ ସାରା ଓଡିଶା  ଉତ୍ସବ ମୁଖର ଥିବା ବେଳେ ଅନ୍ୟପଟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ରୁଦ୍ଧଦ୍ବାର ବୈଠକ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ହଠାତ ଶିବରାତ୍ରୀରେ କିଏ କୁଆଡେ ମନ୍ଦିର ବୁଲୁଥିବା ବେଳେ ମାତ୍ର ଅଳ୍ପ ସଂଖ୍ୟକ ନେତାଙ୍କୁ ନେଇ ଏପରି ବୈଠକ କାହିଁକି କରାଗଲା ସେ ନେଇ ପ୍ରଶ୍ନ ଉଠିଛି।

ମିଡିଆରେ ପ୍ରଚାର କରାଗଲା ଯେ, ବିଭିନ୍ନ ନିଗମ ଅଧ୍ୟକ୍ଷ ପଦବୀ ପାଇଁ ଆଲୋଚନା ହେଉଛି। ତେବେ ଏହା ତ କୌଣସି ଗୁପ୍ତ କଥା ନ ଥିଲା। ତାହା ବିଜେପି କାର୍ଯ୍ୟାଳୟରେ କରାଯାଇ ପାରି ଥାଆନ୍ତା। ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ପୁଣି ମହାଶିବରାତ୍ରୀରେ କରିବାର ଉଦ୍ଦେଶ୍ୟ କଣ ତାହା ସମସ୍ତଙ୍କର ସନ୍ଦେହ ସୃଷ୍ଟି କରିଛି।

ଏହି ବୈଠକରେ ଯେଉଁମାନେ ଥିଲେ ସେମାନେ ହେଲେ ଖୋଦ ବାସଭବନ ମାଲିକ କନକ ବର୍ଦ୍ଧନ ସିଂହଦେଓ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲସିଂ ତୋମାର, ବିଜେପି ସାଂଗଠନିକ ସଂପାଦକ ମାନସ ମହାନ୍ତି, ରାଷ୍ଟ୍ରୀୟ ସଂପାଦକ ତରୁଣ ଚୁଗ ଯୋଗଦେଇଥିଲେ।

ଏହି ବୈଠକରେ ଅନ୍ୟ ଜଣେ ଉପମୁଖ୍ୟମନ୍ତ୍ରୀ ନ ଥିଲେ କି ଅନ୍ୟ କୌଣସି ମନ୍ତ୍ରୀଙ୍କୁ ସେହି ବୈଠକରେ ସାମିଲ କରାଯାଇ ନ ଥିଲା। ଯଦି ନିଗମ ଅଧ୍ୟକ୍ଷ ଆଲୋଚନା ଥିଲା ତେବେ ଅନ୍ୟମନ୍ତ୍ରୀ ସାମିଲ ହେବାରେ କୌଣସି ଅସୁବିଧା ନ ଥିଲା। ଫଳରେ ଏପରି ଏକ ବୈଠକକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।

ତେବେ ବୈଠକ ପରେ ମନମୋହନ ସାମଲ ଯାହା କହିଲେ ସେଥିରେ ସ୍ପଷ୍ଟ ହୋଇଛି ଯେ, ସେ କିଛି ଲୁଚାଇବାକୁ ଚେଷ୍ଠା କରୁଛନ୍ତି। କାରଣ ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହେଉଥିଲା ଯେ, ସେ କିଛି ତଥ୍ୟ ଖୋଲମଖୁଲା କହିବାକୁ ରାଜି ନୁହଁନ୍ତି।

ତେବେ ବିଜେପିର ଭିତିରିଆ ତଥ୍ୟ ଅନୁସାରେ ସେହି ବୈଠକରେ କୁଆଡେ ନିଗମ ଅଧ୍ୟକ୍ଷ ନୁହେଁ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଏବଂ ସଂପ୍ରସାରଣ ନେଇ ଆଲୋଚନା ହୋଇଥିଲା। ସେଥିପାଇଁ କୌଣସି ମନ୍ତ୍ରୀଙ୍କୁ ସେହି ବୈଠକରେ ସାମିଲ କରାଯାଇ ନ ଥିଲା। ଫଳରେ  କେଉଁମାନେ ମନ୍ତ୍ରୀ ମଣ୍ଡଳରେ ରହିବେ, କାହାକୁ ବାହାର କରାଯିବ ଆଉ କାହାକୁ ନୂଆ ସାମିଲ କରାଯିବ ସେ ନେଇ ସେହି ବୈଠକରେ ବିସ୍ତୁତ ଆଲୋଚନା ହୋଇଛି।

ସେହି ସୁତ୍ର ଅନୁସାରେ କୁଆଡେ କେତେକ ମନ୍ତ୍ରୀଙ୍କ ଉପରେ ବିଜେପି ଓ ଖୋଦ ମୁଖ୍ୟମନ୍ତ୍ରୀ ଖପ୍ପା ହୋଇପଡିଛି। ସେମାନେ କୁଆଡେ ମୁଖ୍ୟମନ୍ତ୍ରୀଙ୍କଠାରୁ ନିଜକୁ ବଡ ଭାବୁଛନ୍ତି ବା ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରୁଛନ୍ତି ବୋଲି ଦଳ ଅନୁଭବ କରୁଛି। କେତେକ ମନ୍ତ୍ରୀ ମିଡିଆକୁ ବିନା କୌଣସି ଅନୁମତିରେ ଯାହା ଇଚ୍ଛା ତାହା କହିଦେଉଛନ୍ତି। ସେସବୁ ଆଲୋଚନା କରାଯାଇ, କେଉଁମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କରାଯିବ ସେ ତାଲିକା କୁଆଡେ ପ୍ରସ୍ତୁତ କରାଯାଇଛି।

ତେବେ ଏହି ତାଲିକା ସଂପର୍କରେ ଓଡିଶା ଗସ୍ତରେ ଆସିବାକୁ ଥିବା ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ସହିତ ଆଲୋଚନା କରାଯିବ। ତାଙ୍କର ସ୍ବୀକୃତି ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କୁଆଡେ ନିଷ୍ପତି କରାଯାଇଛି। ଏ ନେଇ ଦିଲ୍ଲୀରୁ ମଧ୍ୟ ନିର୍ଦ୍ଦେଶ ରହିଛି ବୋଲି ଜଣାପଡିଛି। ତେଣୁ ଏସବୁ ତଥ୍ୟକୁ ବିଚାରକୁ ନେଲେ ଖୁବ ଶିଘ୍ର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଏକ ବଡ ଧରଣର ଅଦଳବଦଳ ସହିତ ସଂପ୍ରସାରଣ ହେବ ବୋଲି ସ୍ପଷ୍ଟ ହୋଇଛି।

kvsinghdeo ନିଗମ ଅଧ୍ୟକ୍ଷ ବିଜେପି ବୈଠକ ରାଜ୍ୟ ମନ୍ତ୍ରୀମଣ୍ଡଳ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026

ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

August 10, 2026
Latest News

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.