
ବାଣପୁର: ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ପ୍ରବାଦ ପୁରୁଷ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ବାଣପୁର ଜୋନ ନମ୍ବର ୧୫ କାର୍ଯ୍ଯଳୟ ଠାରେ ପାଳିତ ହୋଇଯାଇଛି। ବିଜେଡି ବ୍ଲକ ଉପ ସଭାପତି ଯଦୁ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଯୋଗଦେଇ ଗ୍ରାମାଞ୍ଚଳର ବିକାଶ ହେଲେ ଦେଶର ବିକାଶ ସମ୍ଭବ, ଯାହା ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ବପ୍ନ ଥିଲା। ତାଙ୍କ ସମୟରେ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଆରମ୍ଭ ହୋଇଥିବା ବେଳେ ମହିଳାଙ୍କୁ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାର ତାଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବା ଦୁଃଖଦାୟକ ବୋଲି କହିଥିଲେ।
ପ୍ରାରମ୍ଭରେ କର୍ମକର୍ତ୍ତାମାନେ ମେଡିକାଲ ଛକ ସ୍ଥିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ ପ୍ରଦାନ କରି ଓଡିଶାର ବିକାଶ ପାଇଁ ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ଜିବନୀ ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଚିତ୍ତରଂଜନ ସାମନ୍ତରାୟ, ମିକୁନ ସାହୁ, ଆଶୁତୋଷ ପାଢି, ଜୟସେନ ବେହେରା, ନିରଞ୍ଜନ ପ୍ରଧାନ, ରାଜା ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ।