ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ପଛରୁ ଧକ୍କା ଦେଲା ବସ୍, ଜାଣନ୍ତୁ ଅପଡେଟ୍

Published: Mar 26, 2025, 8:53 pm IST

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦର୍ଶାଯାଇଛି ଯେ, ଐଶ୍ୱର୍ଯ୍ୟା ରାୟଙ୍କ କାର ପଛପଟୁ ଏକ ବସ୍ ଧକ୍କା ଦେଇଛି। ଏହା ପରେ ତାଙ୍କ ପ୍ରଶଂସକମାନେ ଉତ୍ତେଜିତ ହୋଇ ଅଭିନେତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇଛନ୍ତି। ତେବେ ପ୍ରଶଂସକଙ୍କ ପାଇଁ ଏହା ଚିନ୍ତାର ବିଷୟ ନୁହେଁ। ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି, କିମ୍ବା ଗାଡିର କୌଣସି କ୍ଷୟକ୍ଷତି ହୋଇନାହିଁ।

ପ୍ରକାଶ ଯୋଗ୍ୟ ଯେ, ଆଜି ଅପରାହ୍ନରେ ଏକ ଭିଡିଓ ସେୟାର କରାଯାଇଥିଲା। ଏହି ଭିଡିଓରେ ଦର୍ଶାଯାଇଛି ଯେ, ଜୁହୁରେ ଐଶ୍ୱର୍ଯ୍ୟାଙ୍କ କାରକୁ ଏକ ବଡ ନାଲି ବସ୍ ଧକ୍କା ଦେଇଥିଲା। ଏହା ପରେ ଐଶ୍ୱର୍ଯ୍ୟାଙ୍କ ଅଙ୍ଗରକ୍ଷୀ କାରରୁ ବାହାରି ଆସିଥିଲେ। କିନ୍ତୁ ସେ କାରର ଗୁରୁତର କ୍ଷୟକ୍ଷତି ପାଇନଥିଲେ ଏବଂ କିଛି ସମୟ ପରେ ଐଶ୍ୱର୍ଯ୍ୟା ରାୟଙ୍କ କାରଟି ସେଠାରୁ ଚାଲିଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ଏହି ଦୁର୍ଘଟଣା ଘଟିଥିବା ବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କାରରେ ନଥିଲେ।

Related posts