Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ
ଆଜିର ଖବର

ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ

April 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ମାନ୍ୟବର ମନ୍ତ୍ରୀ ନୀତିନ ଗଡ଼କରୀ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନ କରିବାରେ ଏହି କେନ୍ଦ୍ର ବିଶେଷ ଭୂମିକା ଗ୍ରହଣ କରୁଥିବା ଜାଣି ଖୁସି ହୋଇଥିଲେ। ଏହି ଅତ୍ୟାଧୁନିକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ପହଞ୍ଚିବା ପରେ ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ପରେ ସେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ, ଟ୍ରାଭେଲେଟର ଓ ଏସ୍କାଲେଟର ଲାବୋରେଟୋରି ସହିତ ଅଟୋମେସନ ଆଣ୍ଡ ବେସିକ୍‌ ରୋବୋଟିକ୍ସ ଲ୍ୟାବ୍‌ ଏବଂ ଅତ୍ୟାଧୁନିକ ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର ବୁଲି ଦେଖିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକଙ୍କ ସହ କଥା ହୋଇଥିଲେ। ଏହି ଅତ୍ୟାଧୁନିକ ଲାବୋରେଟୋରିରେ ସେମାନଙ୍କ ଦକ୍ଷତା ବିକାଶ ଏବଂ କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ କିପରି ସହାୟକ ହେଉଛି ସେ ବିଷୟରେ ପଚାରି ବୁଝିଥିଲେ।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ‘‘ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦକ୍ଷତା ବିକାଶ କ୍ଷେତ୍ରକୁ ସୁଦୃଢ଼ କରାଯାଉଛି। ଯୁବପିଢ଼ିଙ୍କ ଦକ୍ଷତାକୁ ନୂଆ ଉଚ୍ଚତାକୁ ନେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏ ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଏକ ବଡ଼ ଯୋଗଦାନ ରହୁଛି। ଏଠାରେ ଅତ୍ୟାଧୁନିକ ତାଲିମ ନେଇ ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ନିଯୁକ୍ତି ସୁଯୋଗ ପାଉଛନ୍ତି। ଆଗାମୀ ଦିନରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ବିଶେଷ ପରିଚୟ ପାଇବାକୁ ଯାଉଛି।’’

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଭୁପେନ୍ଦ୍ର ସିଂ ପୁନିଆ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମିତା ପଣ୍ଡା, ବିଶ୍ୱ ଦକ୍ଷତା କେନ୍ଦ୍ରର ଚିଫ୍ ସ୍କିଲ ଅଫିସର ବ୍ରୁସ୍ ପୋହ ଏବଂ ସିଓଓ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ଭିତରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବିରାଜା ଏବଂ ଉପାଧ୍ୟକ୍ଷା ଜିତାମିତ୍ର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

ଓଡିଶା ଗସ୍ତ ନୀତିନ ଗଡକରୀ ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026
Latest News

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.